Connect with us

ନୂଆଦିଲ୍ଲୀ: ଦେଶରେ ରବି ଋତୁ ୨୦୨୨-୨୩ ର ଆବଶ୍ୟକତାକୁ ପୂରଣ କରିବା ପାଇଁ ସାର ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି। ଭାରତ ସରକାର ସମସ୍ତ ରାଜ୍ୟର ଆବଶ୍ୟକତା ଅନୁସାରେ ସାର ପଠାଉଛି। ଏହା ପରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଏହା ଦାୟିତ୍ବ ଯେ ସେ ନିଜ ରାଜ୍ୟ ଭିତରେ ଏବଂ ଜିଲ୍ଲା ମଧ୍ୟରେ ବିତରଣ ମାଧ୍ୟମରେ ସାର ଉପଲବ୍ଧତାକୁ ସୁନିଶ୍ଚିତ କରିବେ।

ଦେଶରେ ସାର ଉପଲବ୍ଧତାର ପରିସଂଖ୍ୟାନ ନିମ୍ନରେ ଦିଆଗଲା :

ୟୁରିଆ : ରବି ଋତୁ ୨୦୨୨-୨୩ ସମୟରେ ସମ୍ପୂର୍ଣ୍ଣ ଭାରତରେ ୟୁରିଆର ଆନୁମାନିକ ଆବଶ୍ୟକତା ୧୮୦.୧୮ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) । ଗତ ୧୬ ନଭେମ୍ବର୨୦୨୨ ସୁଦ୍ଧା ଏହାର ଆନୁପାତିକ ଆବଶ୍ୟକତା ୫୭.୪୦ ଲକ୍ଷ ମେଟ୍ରିକ ଟନ୍ । ଏଥିପାଇଁ ସାର ବିଭାଗ  (ଡିଓଏଫ୍‌)  ୯୨.୫୪ ଲକ୍ଷ ମେଟ୍ରିକ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ସମୟରେ ୟୁରିଆର ବିକ୍ରି ୩୮.୪୩ ଲକ୍ଷ ମେଟ୍ରିକ ଟନ୍ ହୋଇଛି। ଏହା ବ୍ୟତୀତ ରାଜ୍ୟ ନିକଟରେ.୫୪.୧୧ ଲକ୍ଷ ମେଟ୍ରିକ ଟନ୍ ର କ୍ଲୋଜିଂ ଷ୍ଟକ୍ (ପୂର୍ବରୁ ଉପଲବ୍ଧ) ରହିଛି। ଏହା ବ୍ୟତୀତ ୟୁରିଆ ପ୍ଲାଣ୍ଟରେ ୧.୦୫ ଲକ୍ଷ ମେଟ୍ରିକ୍ ଟନ୍ ଓ ବନ୍ଦରରେ ୫.୦୩ ଲକ୍ଷ ମେଟ୍ରିକ୍ ଟନର ଷ୍ଟକ ଉପଲବ୍ଧ ରହିଛି ଯଦ୍ବାରା ୟୁରିଆର ଚାହିଦାକୁ ପୂରଣ କରାଯାଇ ପାରିବ।

ଡିଏପି : ରବି ସିଜିନ୍ ୨୦୨୨-୨୩ ସମୟରେ ସମଗ୍ର ଦେଶରେ ଡିଏପିର ଆନୁମାନିକ ଆବଶ୍ୟକତା ୫୫.୩୮ ଲକ୍ଷ ମେଟ୍ରିକ୍ ଟନ୍ । ଗତ ୧୬ ନଭେମ୍ବର ୨୦୨୨ ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା ୨୬.୯୮ ଲକ୍ଷ ମେଟ୍ରିକ ଟନ୍ । ଏଥିପାଇଁ ସାର ବିଭାଗ ୩୬.୯୦ ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ସମୟରେ ଡିଏପିର ବିକ୍ରି ୨୪.୫୭ ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ଏହା ବ୍ୟତୀତ ରାଜ୍ୟ ନିକଟରେ ଏହାର ୧୨.୩୩ ଲକ୍ଷ ମେଟ୍ରିକ୍ ଟନର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ଡିଏପିର ଚାହିଦା ପୁରଣ କରିବା ପାଇଁ ଡିଏପି ପ୍ଲାଣ୍ଟରେ ୦.୫୧ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ପୋର୍ଟରେ ୪.୫୧ ଲକ୍ଷ ମେଟ୍ରିକ ଟନର ଷ୍ଟକ୍ ଉପଲବ୍ଧ ରହିଛି।

ଏମଓପି : ରବି  ଋତୁ ୨୦୨୨ ୨୩ ସମୟରେ ସମ୍ପୂର୍ଣ୍ଣ ଦେଶରେ ଏମଓପି (ମ୍ୟୁରେଟ୍ ଅଫ୍ ପଟାସ୍ ବା ପଟ୍ଟାସିୟମ କ୍ଲୋରାଇଡ୍‌) ର ଆନୁମାନିକ ଆବଶ୍ୟକତା ୧୪.୩୫ ଲକ୍ଷ ମେଟ୍ରିକ ଟନ୍ ଅଟେ। ଗତ ୧୬ ନଭେମ୍ବର ୨୦୨୨ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା ୫.୨୮ ଲକ୍ଷ ମେଟ୍ରିକ୍ ଟନ୍ ର ଅଟେ। ଏଥିପାଇଁ ସାର ବିଭାଗ ୮.୦୪ ଲକ୍ଷ ମେଟ୍ରିକ ଟନ୍ ର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହା ବ୍ୟତୀତ ରାଜ୍ୟ ନିକଟରେ ଏହାର ୫.୦୩ ଲକ୍ଷ ମେଟ୍ରିକ ଟନର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ବନ୍ଦରରେ୧.୧୭ ଲକ୍ଷ ମେଟ୍ରିକ ଟନ୍ ର ଷ୍ଟକ୍ ଉପଲବ୍ଧ ରହିଛି, ଯାହାର ଏମଓପିର ଚାହିଦା ପୁରଣ କରାଯାଇପାରିବ।

ଏନପିକେଏସ୍ : ରବି ଋତୁ ୨୦୨୨-୨୩ ସମୟରେ ସାରା ଦେଶରେ ଏନପିକେଏସ୍ ର ଆନୁମାନିକ ଆବଶ୍ୟକତା ୫୬.୯୭ ଲକ୍ଷ ମେଟ୍ରିକ୍ ଟନ୍ ରହିଛି। ଗତ ୧୬ ନଭେମ୍ବର ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା ୨୦.୧୨ ଲକ୍ଷ ମେଟ୍ରିକ୍ ଟନ୍ ଅଟେ। ଏହା ପାଇଁ ସାର ବିଭାଗ ୪0.୭୬ ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତାର ସୁନିଶ୍ଚିତ କରିଛି। ଏହି ସମୟରେ ଏନପିକେଏସ୍ ର ବିକ୍ରି ୧୫.୯୯ ଲକ୍ଷ ମେଟ୍ରିକ୍ ଟନ୍ ରହିଛି। ରାଜ୍ୟ ନିକଟରେ ଏହାର ୨୪.୭୭ ଲକ୍ଷ ମେଟ୍ରିକ୍ ଟନ୍ ର କ୍ଲୋଜିଂ ଷ୍ଟକ ରହିଛି। ଏହା ବ୍ୟତୀତ ଏନପିକେଏସର ଚାହିଦା ପୂରଣ କରିବା ପାଇଁ ପ୍ଲାଣ୍ଟରେ ୧.୨୪ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ବନ୍ଦରରେ ୨.୯୩ ଲକ୍ଷ ମେଟ୍ରିକ୍ ଟନର ଷ୍ଟକ୍ ଉପଲବ୍ଧ ରହିଛି।

ଏସଏସପି : ରବି ଋତୁ୨୦୨୨-୨୩ ସମୟରେ ସମ୍ପୂର୍ଣ୍ଣ ଦେଶରେ ଏମଏସପିର ଆନୁମାନିକ ଆବଶ୍ୟକତା ୩୩.୬୪ ଲକ୍ଷ ମେଟ୍ରିକ୍ ଟନ୍ । ଗତ ୧୬ ନଭେମ୍ବର ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 14.05 ଲକ୍ଷ ମେଟ୍ରିକ୍ ଟନ୍ । ଏଥିପାଇଁ ସାର ବିଭାଗ ୨୪.୭୯ ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ଅବଧି ସମୟରେ ଏସଏସପି ର ବିକ୍ରି ୯.୨୫ ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ରାଜ୍ୟ ନିକଟରେ ଏହାର ୧୫.୫୪ ଲକ୍ଷ ମେଟ୍ରିକ୍ ଟନ୍ ର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ପ୍ଲାଣ୍ଟରେ ୧.୬୫ ଲକ୍ଷ ମେଟ୍ରିକ୍ ଟନର ଷ୍ଟକ୍ ଉପଲବ୍ଧ ରହିଛି, ଯାହାଦ୍ବାରା ଏସଏସପିର ଚାହିଦା ପୂରଣ କରାଯାଇପାରିବ।

ଏହିପରି ଦେଶରେ ରବି ଋତୁ ୨୦୨୨-୨୩ ର ଆବଶ୍ୟକତାକୁ ପୂରଣ କରିବା ପାଇଁ ୟୁରିଆ, ଡିଏପି, ଏମଓପି, ଏନପିକେଏସ୍ ଓ ଏସଏସପି ସାରର ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

୨୧୦ କୋଟି ଟଙ୍କାର ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

 

 

ସୂଚନାଯୋଗ୍ୟ ଯେ, ୨୧୦ କୋଟି ଟଙ୍କା ବ୍ୟୟରେ କଟକ ମହାନଦୀ କୂଳର ୪୨୬ ଏକର ଅଞ୍ଚଳକୁ ଏହି ପ୍ରକଳ୍ପ ଜରିଆରେ ବିକଶିତ କରାଯିବ। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ୨୮୪ ଏକର ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରାଯିବ ଏବଂ ଅବଶିଷ୍ଟ ୧୪୨ ଏକର ଅଞ୍ଚଳକୁ ପର୍ଯ୍ୟଟନ ଉପଯୋଗୀ କରାଯିବା ସହିତ ବିଭିନ୍ନ ଯାନିଯାତ୍ରା (Festive Purpose) ପାଇଁ ମଧ୍ୟ ଉପଯୋଗୀ କରାଯିବ । ଏଥିରେ ଓଡ଼ିଶା ହାଟ, ହେରିଟେଜ ଭିଲେଜ, ପିକନିକ୍ ଏରିଆ, ଇଣ୍ଟରପ୍ରିଟେସନ ସେଣ୍ଟର, ଫୁଡ କୋର୍ଟ, ଲନ, ବଗିଚା, ମହାନଦୀ କୂଳ ସ୍ଥିତ ବିଭିନ୍ନ ୱାଟରବଡିର ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ରହିଛି । ଏସବୁ ନିର୍ମାଣ କାର୍ଯ୍ୟରେ ଗ୍ରୀନ ଟ୍ରିବ୍ୟୁନାଲ ଗାଇଡଲାଇନ ପାଳନ କରାଯିବ ।

ଏହି ପ୍ରକଳ୍ପକୁ ପର୍ଯ୍ୟଟକମାନଙ୍କ ପାଇଁ ଏକ ଜାତୀୟ ସ୍ତରର ଆକର୍ଷଣୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ଗୁଜରାଟର ସାବରମତୀ ଡିଜାଇନକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ସମସ୍ତ ପ୍ରାରମ୍ଭିକ ପ୍ରକ୍ରିୟା ଯଥାଶୀଘ୍ର ଶେଷ କରି ପ୍ରଥମ ପର୍ଯ୍ୟାୟ କାମ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମହାନଦୀ କୂଳ ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଯେଉଁ ନିର୍ମାଣ କାର୍ଯ୍ୟ ହେଉଛି, ସେହି ପ୍ରକଳ୍ପ ଗୁଡ଼ିକର ମଧ୍ୟ ସୌନ୍ଦର୍ଯ୍ୟକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଏହି ପ୍ରକଳ୍ପ ଗୁଡିକ ନଦୀତଟକୁ ସୁରକ୍ଷା ଦେବା ସହିତ ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ କାମ ବେଳେ ଧବଳେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ National Law University ନିକଟସ୍ଥ ପଠାକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧିକ ଆକର୍ଷଣୀୟ କରିବା ପାଇଁ ମହାନଦୀ ମଧ୍ୟରେ କ୍ରୁଜ ଚଳାଚଳ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମତ ଦେଇଥଲେ । ଏ ସବୁ ସୌନ୍ଦର୍ଯ୍ୟକରଣ କାମ ପାଇଁ ଆବଶ୍ୟକ ହେଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ ।

ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜିବ ମିଶ୍ର, ନିର୍ଦ୍ଦେଶକ ପୌର ପ୍ରଶାସନ ଅରିନ୍ଦମ ଡାକୁଆ, କଟକ ମହାନଗର ନିଗମ ଆୟୁକ୍ତ କିରଣଦୀପ୍ କୌର ସହୋତା ପ୍ରମୁଖ ଉପସ୍ଥିତ ଥିଲେ ।

Continue Reading

Nation

ଏଥର ତୃତୀୟ ଲିଙ୍ଗୀ ପଶିବେ…

Published

on

ଭୁବନେଶ୍ୱର : ସେ ପୁରୁଷ ନୁହଁନ୍ତି l ମହିଳା ବି ନୁହନ୍ତି l ସେ ଜଣେ ଜଣାଶୁଣା ତୃତୀୟ ଲିଙ୍ଗୀ ମଣିଷ l

ଆତ୍ମ ଘୋଷିତ ତୃତୀୟ ଲିଙ୍ଗୀ ମେନକା ଗୁରୁସ୍ୱାମୀ ଯିବେ ରାଜ୍ୟସଭା l ପାର୍ଲିଆମେଣ୍ଟରେ ସଭ୍ୟ ହିସାବରେ ପ୍ରବେଶ କରିବାରେ ଦେଶର ପ୍ରଥମ ତୃତୀୟ ଲିଙ୍ଗୀ ଭାବେ ସେ ଇତିହାସ ରଚିବାକୁ ଯାଉଛନ୍ତି l

ସବୁ ରାଜନୈତିକ ଦଳଗୁଡିକ ବିସ୍ତାରିତ ପ୍ରତିନିଧିତ୍ୱ କଥାର ଡିଣ୍ଡିମ ପିଟୁଥିବା ବେଳେ, ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ମେନକାଙ୍କୁ ରାଜ୍ୟସଭା ପାର୍ଥି କରି ଏକ ନୂତନ ପରମ୍ପରା ସୃଷ୍ଟି କରିଛି l

Continue Reading

Nation

ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ଖୁବ୍ ଶୀଘ୍ର ଆରମ୍ଭ ହେବ, ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

Published

on

ଭୁବନେଶ୍ୱର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି-ମଣତି ଆରମ୍ଭ ହେବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରୁ ଏହା ଜଣା ଯାଇଛି।

ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖିଥିଲେ। ସୂଚନାଯୋଗ୍ୟ ଯେ, ଗଣତି-ମଣତିର ସମସ୍ତ ପୂର୍ବ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ବାହାର ଓ ଭିତର ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି ଓ ସଂରକ୍ଷଣ କାର୍ଯ୍ଯ ଇତି ମଧ୍ଯରେ ସରିଛି । ସମଗ୍ର ପ୍ରକ୍ରିୟା ୯୫ ଦିନରେ ଓ ୩୩୩ ଘଣ୍ଟାର କାମରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି। ବର୍ତ୍ତମାନ ଗଣତି-ମଣତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ଗଣତି-ମଣତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାର SOP ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ ଏହା ଆରମ୍ଭ କରାଯିବ। କଡା ସୁରକ୍ଷା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ।

ସୂଚନାଯୋଗ୍ୟ ଯେ, ଶେଷ ଗଣତି-ମଣତି ପ୍ରକ୍ରିୟା ୧୯୭୮ରେ ହୋଇଥିଲା। ତେଣୁ ବର୍ତ୍ତମାନର ପ୍ରକ୍ରିୟାରେ ସମ୍ପତ୍ତିର ଗଣତି ସମୟରେ ଏହାକୁ ୧୯୭୮ର ତାଲିକା ସହିତ ମେଳକ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଫଟୋଗ୍ରାଫି ସହିତ ଡିଜିଟାଲ୍ କାଟାଲଗ୍ ପ୍ରସ୍ତୁତ କରାଯିବ ବୋଲି ବୈଠକରୁ ଜଣାଯାଇଛି।

ବୈଠକରେ ଚଳିତ ବର୍ଷର ରଥଯାତ୍ରାର ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଫାସି କାଠ ଓ ଚନ୍ଦନ କାଠର ବ୍ୟାପକ ଆବଶ୍ୟକତା ରହୁଥିବାରୁ ଏଥିପାଇଁ ବନପ୍ରକଳ୍ପ ଜରିଆରେ ଏହି ଗଛ ଗୁଡିକ ଲଗାଇବା ପାଇଁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions