ନୂଆଦିଲ୍ଲୀ: ଦେଶରେ ରବି ଋତୁ ୨୦୨୨-୨୩ ର ଆବଶ୍ୟକତାକୁ ପୂରଣ କରିବା ପାଇଁ ସାର ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି। ଭାରତ ସରକାର ସମସ୍ତ ରାଜ୍ୟର ଆବଶ୍ୟକତା ଅନୁସାରେ ସାର ପଠାଉଛି। ଏହା ପରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଏହା ଦାୟିତ୍ବ ଯେ ସେ ନିଜ ରାଜ୍ୟ ଭିତରେ ଏବଂ ଜିଲ୍ଲା ମଧ୍ୟରେ ବିତରଣ ମାଧ୍ୟମରେ ସାର ଉପଲବ୍ଧତାକୁ ସୁନିଶ୍ଚିତ କରିବେ।
ଦେଶରେ ସାର ଉପଲବ୍ଧତାର ପରିସଂଖ୍ୟାନ ନିମ୍ନରେ ଦିଆଗଲା :
ୟୁରିଆ : ରବି ଋତୁ ୨୦୨୨-୨୩ ସମୟରେ ସମ୍ପୂର୍ଣ୍ଣ ଭାରତରେ ୟୁରିଆର ଆନୁମାନିକ ଆବଶ୍ୟକତା ୧୮୦.୧୮ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) । ଗତ ୧୬ ନଭେମ୍ବର୨୦୨୨ ସୁଦ୍ଧା ଏହାର ଆନୁପାତିକ ଆବଶ୍ୟକତା ୫୭.୪୦ ଲକ୍ଷ ମେଟ୍ରିକ ଟନ୍ । ଏଥିପାଇଁ ସାର ବିଭାଗ (ଡିଓଏଫ୍) ୯୨.୫୪ ଲକ୍ଷ ମେଟ୍ରିକ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ସମୟରେ ୟୁରିଆର ବିକ୍ରି ୩୮.୪୩ ଲକ୍ଷ ମେଟ୍ରିକ ଟନ୍ ହୋଇଛି। ଏହା ବ୍ୟତୀତ ରାଜ୍ୟ ନିକଟରେ.୫୪.୧୧ ଲକ୍ଷ ମେଟ୍ରିକ ଟନ୍ ର କ୍ଲୋଜିଂ ଷ୍ଟକ୍ (ପୂର୍ବରୁ ଉପଲବ୍ଧ) ରହିଛି। ଏହା ବ୍ୟତୀତ ୟୁରିଆ ପ୍ଲାଣ୍ଟରେ ୧.୦୫ ଲକ୍ଷ ମେଟ୍ରିକ୍ ଟନ୍ ଓ ବନ୍ଦରରେ ୫.୦୩ ଲକ୍ଷ ମେଟ୍ରିକ୍ ଟନର ଷ୍ଟକ ଉପଲବ୍ଧ ରହିଛି ଯଦ୍ବାରା ୟୁରିଆର ଚାହିଦାକୁ ପୂରଣ କରାଯାଇ ପାରିବ।
ଡିଏପି : ରବି ସିଜିନ୍ ୨୦୨୨-୨୩ ସମୟରେ ସମଗ୍ର ଦେଶରେ ଡିଏପିର ଆନୁମାନିକ ଆବଶ୍ୟକତା ୫୫.୩୮ ଲକ୍ଷ ମେଟ୍ରିକ୍ ଟନ୍ । ଗତ ୧୬ ନଭେମ୍ବର ୨୦୨୨ ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା ୨୬.୯୮ ଲକ୍ଷ ମେଟ୍ରିକ ଟନ୍ । ଏଥିପାଇଁ ସାର ବିଭାଗ ୩୬.୯୦ ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ସମୟରେ ଡିଏପିର ବିକ୍ରି ୨୪.୫୭ ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ଏହା ବ୍ୟତୀତ ରାଜ୍ୟ ନିକଟରେ ଏହାର ୧୨.୩୩ ଲକ୍ଷ ମେଟ୍ରିକ୍ ଟନର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ଡିଏପିର ଚାହିଦା ପୁରଣ କରିବା ପାଇଁ ଡିଏପି ପ୍ଲାଣ୍ଟରେ ୦.୫୧ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ପୋର୍ଟରେ ୪.୫୧ ଲକ୍ଷ ମେଟ୍ରିକ ଟନର ଷ୍ଟକ୍ ଉପଲବ୍ଧ ରହିଛି।
ଏମଓପି : ରବି ଋତୁ ୨୦୨୨ ୨୩ ସମୟରେ ସମ୍ପୂର୍ଣ୍ଣ ଦେଶରେ ଏମଓପି (ମ୍ୟୁରେଟ୍ ଅଫ୍ ପଟାସ୍ ବା ପଟ୍ଟାସିୟମ କ୍ଲୋରାଇଡ୍) ର ଆନୁମାନିକ ଆବଶ୍ୟକତା ୧୪.୩୫ ଲକ୍ଷ ମେଟ୍ରିକ ଟନ୍ ଅଟେ। ଗତ ୧୬ ନଭେମ୍ବର ୨୦୨୨ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା ୫.୨୮ ଲକ୍ଷ ମେଟ୍ରିକ୍ ଟନ୍ ର ଅଟେ। ଏଥିପାଇଁ ସାର ବିଭାଗ ୮.୦୪ ଲକ୍ଷ ମେଟ୍ରିକ ଟନ୍ ର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହା ବ୍ୟତୀତ ରାଜ୍ୟ ନିକଟରେ ଏହାର ୫.୦୩ ଲକ୍ଷ ମେଟ୍ରିକ ଟନର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ବନ୍ଦରରେ୧.୧୭ ଲକ୍ଷ ମେଟ୍ରିକ ଟନ୍ ର ଷ୍ଟକ୍ ଉପଲବ୍ଧ ରହିଛି, ଯାହାର ଏମଓପିର ଚାହିଦା ପୁରଣ କରାଯାଇପାରିବ।
ଏନପିକେଏସ୍ : ରବି ଋତୁ ୨୦୨୨-୨୩ ସମୟରେ ସାରା ଦେଶରେ ଏନପିକେଏସ୍ ର ଆନୁମାନିକ ଆବଶ୍ୟକତା ୫୬.୯୭ ଲକ୍ଷ ମେଟ୍ରିକ୍ ଟନ୍ ରହିଛି। ଗତ ୧୬ ନଭେମ୍ବର ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା ୨୦.୧୨ ଲକ୍ଷ ମେଟ୍ରିକ୍ ଟନ୍ ଅଟେ। ଏହା ପାଇଁ ସାର ବିଭାଗ ୪0.୭୬ ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତାର ସୁନିଶ୍ଚିତ କରିଛି। ଏହି ସମୟରେ ଏନପିକେଏସ୍ ର ବିକ୍ରି ୧୫.୯୯ ଲକ୍ଷ ମେଟ୍ରିକ୍ ଟନ୍ ରହିଛି। ରାଜ୍ୟ ନିକଟରେ ଏହାର ୨୪.୭୭ ଲକ୍ଷ ମେଟ୍ରିକ୍ ଟନ୍ ର କ୍ଲୋଜିଂ ଷ୍ଟକ ରହିଛି। ଏହା ବ୍ୟତୀତ ଏନପିକେଏସର ଚାହିଦା ପୂରଣ କରିବା ପାଇଁ ପ୍ଲାଣ୍ଟରେ ୧.୨୪ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ବନ୍ଦରରେ ୨.୯୩ ଲକ୍ଷ ମେଟ୍ରିକ୍ ଟନର ଷ୍ଟକ୍ ଉପଲବ୍ଧ ରହିଛି।
ଏସଏସପି : ରବି ଋତୁ୨୦୨୨-୨୩ ସମୟରେ ସମ୍ପୂର୍ଣ୍ଣ ଦେଶରେ ଏମଏସପିର ଆନୁମାନିକ ଆବଶ୍ୟକତା ୩୩.୬୪ ଲକ୍ଷ ମେଟ୍ରିକ୍ ଟନ୍ । ଗତ ୧୬ ନଭେମ୍ବର ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 14.05 ଲକ୍ଷ ମେଟ୍ରିକ୍ ଟନ୍ । ଏଥିପାଇଁ ସାର ବିଭାଗ ୨୪.୭୯ ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ଅବଧି ସମୟରେ ଏସଏସପି ର ବିକ୍ରି ୯.୨୫ ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ରାଜ୍ୟ ନିକଟରେ ଏହାର ୧୫.୫୪ ଲକ୍ଷ ମେଟ୍ରିକ୍ ଟନ୍ ର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ପ୍ଲାଣ୍ଟରେ ୧.୬୫ ଲକ୍ଷ ମେଟ୍ରିକ୍ ଟନର ଷ୍ଟକ୍ ଉପଲବ୍ଧ ରହିଛି, ଯାହାଦ୍ବାରା ଏସଏସପିର ଚାହିଦା ପୂରଣ କରାଯାଇପାରିବ।
ଏହିପରି ଦେଶରେ ରବି ଋତୁ ୨୦୨୨-୨୩ ର ଆବଶ୍ୟକତାକୁ ପୂରଣ କରିବା ପାଇଁ ୟୁରିଆ, ଡିଏପି, ଏମଓପି, ଏନପିକେଏସ୍ ଓ ଏସଏସପି ସାରର ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି।