Connect with us

ଭୁବନେଶ୍ୱର : ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମଙ୍ଗଳବାର ବିଧାନସଭାରେ ତାଙ୍କ ବିଭାଗର ଖର୍ଚ୍ଚ ଦାବିର ଉତ୍ତର ରେ କହିଛନ୍ତି ଯେ ଚଳିତ 2024-25 ଆର୍ଥିକ ବର୍ଷରେ ମୋଟ 50,000 କୋଟି ଟଙ୍କା ଖଣି ରାଜସ୍ବ ଭାବେ ମିଳିବାର ଲକ୍ଷ୍ୟ ରଖା ଯାଇଛି l ଏଠାରେ ଉଲ୍ଲେଖ ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଖଣି ରାଜସ୍ୱ ବାବଦକୁ ୪୬୩୯୬. ୨୭ କୋଟି ଟଙ୍କା ଆଦାୟ ହୋଇଛି। ଚଳିତ ବର୍ଷ ୨୦୨୪-୨୫ ଆର୍ଥିକ ବର୍ଷରେ ୩୧ ଜୁଲାଇ, ୨୦୨୪ ସୁଦ୍ଧା ଅଦ୍ଯାବଦି ୧୬୬୮୩.୩୫ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ପୂର୍ବ ବର୍ଷ ଏହି ସମୟ ଅପେକ୍ଷା ଶତକଡା ୧୬.୮୦ ପ୍ରତିଶତ ଅଧିକ ଅଟେ ।
ରାଜ୍ୟରେ ଅଧୁନା ଗୁରୁ ଖଣିଜ ପଦାର୍ଥ ର ଉତ୍ପାଦନ ନିମନ୍ତେ ୩୮୫ଗୋଟି ଖଣିଜ ବ୍ଲକ ମଧ୍ୟରୁ ୨୦୫ ଗୋଟି ଖଣି କାର୍ଯ୍ୟକ୍ଷମ ଅଛି ଓ ୧୮୦ ଗୋଟି ଖଣି ଅଣ-କାର୍ଯ୍ୟକ୍ଷମ ଅଛି। ୧୦୨ଗୋଟି ଖଣି ରୁ ଲୌହାପଥର, ମାଙ୍ଗାନିଜ , କ୍ରୋମାଇଟ, ବକ୍ସାଇଟ ଇତ୍ୟାଦି ଉତ୍ପାଦିତ ହେଉଥିବାବେଳେ ୩୩ଗୋଟି ଖଣିରୁ କୋଇଲା, ସାତଗୋଟି ଖଣିରୁ ରତ୍ନପଥର, ୫୬ଗୋଟି ଖଣିରୁ ସାଜସଜ୍ଜା ପଥର ବା Decorative Stone ଏବଂ ଅନ୍ୟ ସାତଗୋଟି ଖଣିରୁ ବିନିର୍ଦ୍ଦିଷ୍ଟ ଲଘୁ ଖଣିଜ ବା Specified Minor Mineral ଉତ୍ପାଦିତ ହେଉଅଛି । କାର୍ଯ୍ଯକ୍ଷମ ହୋଇପାରିନଥିବା ୧୮୦ ଗୋଟି ଖଣିର ବୈଧାନିକ ଆବଶ୍ୟକତା କୁ ଅନୁଧ୍ୟାନ କରି ଆବଶ୍ଯକୀୟ ବିଧିପ୍ରଯୁକ୍ତ କାର୍ଯ୍ୟ ଏବଂ ତ୍ଵରିତ ଅନୁପାଳନ ମାଧ୍ୟମରେ ଏହି ଖଣିଗୁଡିକୁ କାର୍ଯ୍ୟକ୍ଷମ କରାଇବାକୁ ଆଗାମୀ ଦିନରେ ପ୍ରୟାସ କରାଯିବ ।
ରାଜ୍ୟରେ 2000-01 ଠାରୁ 2010-11ଆର୍ଥିକ ବର୍ଷ ମଧ୍ୟରେ ଖଣିଜ ଉତ୍ପାଦନରେ ଅନେକ ଅନିୟମିତତା ପରିଲକ୍ଷିତ ହୋଇଥିଲା ଏବଂ ଏଥିନିମନ୍ତେ କେଦ୍ର ସରକାର ଶାହା କମିଶନ୍କୁ ନିଯୁକ୍ତ କରିଥିଲେ ଏବଂ ପରେ ପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏହି ସମ୍ବନ୍ଧିତ ଯାଚିକା ଗ୍ରହଣ କରି ଏହି ଆରୋପିତ ଖଣିଜ ଉତ୍ତୋଳନର ଅନିୟମିତତା ର ସଂପୂର୍ଣ୍ଣ ଅନୁସନ୍ଧାନ ନିମନ୍ତେ ରିଟ ପିଟିସନ 114/2014 ରେ କେନ୍ଧୀୟ କ୍ଷମତାପନ୍ନ କମିଟି(CEC)ଙ୍କୁ ନିଯୁକ୍ତ କରିଥିଲେ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଓଡିଶା ରାଜ୍ୟରେ ଏଭଳି ବେଆଇନ ଭାବରେ ଖଣିକାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ କ୍ଷମତାପନ୍ନ କମିଟି ଙ୍କ ରିପୋର୍ଟ ଆଧାରରେ ବୈଧାନିକ ଅନୁମତି ପ୍ରାପ୍ତ ନହୋଇ ଓ ଜଙ୍ଗଲ ଓ ପରିବେଶର ଜନିତ ଅନୁମତି ର ଉଲ୍ଲଂଘନ କରି ଯେଉଁ ଖଣି ପଟ୍ଟାଦାର ଲୌହ ଓ ମାଙ୍ଗାନିଜ ତଥା ଅନ୍ୟାନ୍ୟ ଖଣିଜ ପଦାର୍ଥ ଖଣି ର ଖଣିକାର୍ଯ୍ୟ କରିଥିଲେ, ସେମାନଙ୍କୁ ଖଣିଜ ର ଶତ ପ୍ରତିଶତ ମୂଲ୍ୟ MMDR Act ର ଧାରା ୨୧(୫) ଅନୁସାରେ କ୍ଷତିପୂରଣ ଆକାରରେ ପଇଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାର ଅନୁପାଳନ କରାଯାଉଅଛି ।
ରାଜ୍ୟର ଖଣି ପଟ୍ଟାଧାରୀଙ୍କ ଠାରୁ କ୍ଷତିପୂରଣ ଜୋରିମାନା ବାବଦରେ ଇସି/ଏଫସି ଉଲ୍ଲଂଘନ ନିମନ୍ତେ ଟ୧୮୧୬୯କୋଟି ୧୪ଲକ୍ଷ ୮୫୬ଟଙ୍କା ର ଜୋରିମାନା କରଯାଇଥିଲାବେଳେ ସେଥିରୁ ସୁଧ ସହିତ ୧୬୧୦୩କୋଟି ୯୬ଲକ୍ଷ ୧୧ହଜାର ୪୪୬ଟଙ୍କା ଅଦ୍ୟାବଧି ଆଦାୟ ହୋଇଅଛି ଏବଂ MP/CTO ଉଲ୍ଲଂଘନ ନିମନ୍ତେ ୧୮୯୦କୋଟି୮୩ଲକ୍ଷ ୩ହଜାର ୨୧୮ଟଙ୍କା ଜୋରିମାନା କରାଯାଇଥିବା ବେଳେ ୧୧୦୧କୋଟି ୬୯ଲକ୍ଷ ୭୯ହଜାର ୨୬୦ଟଙ୍କା ଅଦ୍ୟାବଧି ଆଦାୟ କରାଯାଇପାରିଛି।

୨୦୨୩-୨୪ ଆର୍ଥିକ ବର୍ଷରେ ୪୩୦.୨୨୫ ନିୟୁତ ଟନ ଖଣିଜ ପଦାର୍ଥ ପ୍ରେରଣ କରାଯାଇଛି ଏବଂ ୪୩୫.୧୯୯ ନିୟୁତ ଟନ ପଦାର୍ଥ ଉତ୍ପାଦନ କରାଯାଇଛି। କାର୍ଯ୍ୟକ୍ଷମ ୩୩ ଗୋଟି କୋଇଲା ଖଣିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୨୦୭.୯୦ ମିଲିୟନ ଟନ ଉତ୍ପାଦନ ହୋଇଥିବା ବେଳେ ୨୧୨.୯୮ ନିୟୁତ ଟନ ପ୍ରେରଣ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ସମୁଦାୟ ଖଣି ରାଜସ୍ୱ ବାବଦକୁ ମୋଟ ୪୬୩୯୬. ୨୭ କୋଟି ଟଙ୍କା ଆଦାୟ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୩୧ ଜୁଲାଇ, ୨୦୨୪ ସୁଦ୍ଧା ୧୫୩.୮୯୫ ନିୟୁତ ଟନ ଖଣିଜ ପଦାର୍ଥ ପ୍ରେରଣ କରାଯାଇଛି ଏବଂ ୧୫୭.୮୧୭ ନିୟୁତ ଟନ ପଦାର୍ଥ ଉତ୍ପାଦନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୩୧ ଜୁଲାଇ, ୨୦୨୪ ସୁଦ୍ଧା ଖଣି ରାଜସ୍ୱ ବାବଦ କୁ ୧୬୬୮୩.୩୫ କୋଟି ଟଙ୍କା ଆଦାୟ ହୋଇଛି।

ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରେ ପର୍ଯ୍ୟାୟକ୍ରମେ ୩୦ ଗୋଟି ଗୁରୁ ଖଣିଜ ବ୍ଲକ ନିଲାମ ହେବାକୁ ଯୋଜନା କରାଯାଇଛି। ସେଥି ମଧ୍ୟରୁ ୧୦ ଗୋଟି ଗୁରୁ ଖଣିଜ ବ୍ଲକର ନିଲାମ ପାଇଁ ପ୍ରକ୍ରିୟା ଜାରୀ ରହିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ କାର୍ଯ୍ୟକ୍ଷମ କରୁଥିବା ୫୩ ଗୋଟି ଇସ୍ପାତ କାରଖାନା ମଧ୍ୟରୁ ଚୁକ୍ତିନାମା ସ୍ବାକ୍ଷରିତ ମାଧ୍ୟମରେ ୩୫ ଗୋଟି କାରଖାନା ଏବଂ ଅଣ- ଚୁକ୍ତିନାମା ମାଧ୍ୟମରେ୧୮ ଗୋଟି କାରଖାନା କାର୍ଯ୍ୟ କରୁଛି । ଏହି ଇସ୍ପାତ କାରଖାନା ଗୁଡିକର ମୋଟ ସ୍ଥାପିତ କ୍ଷମତା ହେଉଛି, ୩୫.୭୧ ଏମ. ଟି. ପି.ଏ (Million Ton Per Annuam) ।

ବିଗତ ଦିନରେ ଆମ ସହଭାଗିତାରେ ଚାଲିଥିବା ରାଜ୍ୟ ସରକାରଙ୍କ ସମୟରେ ରାଜ୍ୟରେ ଆର୍ଥିକ ସମ୍ବଳର ସ୍ୱଳ୍ପତା କୁ ଦୃଷ୍ଟି ରେ ରଖି ତଥା ରାଜ୍ୟର ଭିତ୍ତିଭୂମି, ଶିକ୍ଷା, ନିଯୁକ୍ତି ତଥା ରାଜ୍ୟର ଗ୍ରାମୀଣ, ଅନୁନ୍ନତ ଏବଂ ଖଣି ଅଞ୍ଚଳରେ ସାମାଜିକ ଓ ଆର୍ଥିକ ବିକାଶ ନିମନ୍ତେ ଖଣିଜ ଦ୍ରବ୍ୟ ର ବ୍ୟବସାୟ ଓ ବିପଣନ ରୁ ଅତିରିକ୍ତ ସମ୍ବଳ ସଂଗ୍ରହ ଉଦ୍ଦେଶ୍ୟରେ Orissa Rural Infrastructure and Socio-Economic Development Act, 2004 ପ୍ରଣୟନ କରିଥିଲେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ Orissa Rural Infrastructure and Socio-Economic Development Rules, 2005 ପ୍ରସ୍ତୁତ କରିଥିଲେ । ଏହି ଆଇନ ରେ ରାଜ୍ୟରେ ଖଣି ଥିବା ଜମି ଉପରେ ବା ଯେଉଁ ଜମି ରେ ଖଣି ଖନନ ହେଉଅଛି, ତାହାର ବାର୍ଷିକ ମୂଲ୍ୟ ଉପରେ ଟିକସ ବସାଇବା ନିମନ୍ତେ ରାଜ୍ୟ ସରକାର ସ୍ଥିର କରିଥିଲେ। କିନ୍ତୁ ଏହାର ବୈଧତାକୁ ବିରୋଧ କରି ନାଲକୋ ଏବଂ ଅନ୍ୟ ଖଣି ପଟ୍ଟାଦାର ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ 7991 of 2005 ଏବଂ ଅନ୍ୟ ମାମଲା ସମୂହ ଦାୟର କରିଥିଲେ ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତାଙ୍କର ୦୫.୧୨.୨୦୦୫ତାରିଖ ରାୟରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ଆଇନକୁ ରାଜ୍ୟ ସରକାରଙ୍କ କ୍ଷମତା ବହିର୍ଭୂତ ବୋଲି ଦର୍ଶାଇ ରଦ୍ଦ କରିଦେଲେ । ଏହା ବିରୁଦ୍ଧରେ ରାଜ୍ୟ ସରକାର ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ SLP (C) No. 5264 / 2006 ଋଜୁ ଯାହାର ବିଚାର କରି ମାନ୍ୟବର ସର୍ବୋଚ୍ଚ ଅଦାଲତ ୨୫.୦୭.୨୦୨୪ତାରିଖରେ ରାୟ ପ୍ରଦାନ କଲେ ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟ ମାନଙ୍କର ଖଣିଜ ପଦାର୍ଥ ଓ ଖଣି ସଂଲଗ୍ନ ଜମି ଉପରେ ଟିକସ ବସାଇବାର ବୈଧାନିକ ଅଧିକାର ରହିଛି। ପୁନଶ୍ଚ ଏହାର କାର୍ଯ୍ଯକାରିତା ନିମନ୍ତେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତା୧୪.୦୮.୨୦୨୪ରିଖରେ ସ୍ପଷ୍ଟ କାଲେ ଯେ ରାଜ୍ୟ ମାନେ ଏହି ଟିକସ ପିଛିଲା ଭାବେ ତା୦୧.୦୪.୨୦୦୫ରିଖ ଠାରୁ ହୋଇଥିବା କାରବାର ଉପରେ ଲାଗୁ କରିପାରିବେ ଏବଂ ଧାର୍ଯ୍ୟ ଦେୟ ଖଣି ମାଲିକ ମାନଙ୍କ ଠାରୁ ତା୦୧.୦୪.୨୦୨୬ରିଖ ପରେ ବାରବର୍ଷର ବାର୍ଷିକ କିସ୍ତିସୂତ୍ରରେ ଅସୁଲ କରିପାରିବେ। ଏହି ମାମଲାରେ ରାଜ୍ୟର ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଯଥୋଚିତ କାର୍ଯ୍ଯପନ୍ଥା ସ୍ଥିର କରାଯିବ।

ରାଜ୍ୟର ମହଜୁଦ ରହ଼ିଥିବା ଖଣ଼ିଜ ସମ୍ପଦର ଅନୁସନ୍ଧାନ, ଉତ୍ତୋଳନ ଏବଂ ଏହାର ମୂଲ୍ୟବର୍ଦ୍ଧନ କର଼ିବା ଉଦେଶ୍ୟରେ ଓଡିଶା ସରକାର ଏବଂ ଭାରତ ସରକାରଙ୍କ ମ଼ିଳ଼ିତ ଉଦ୍ୟୋଗ କମ୍ପାନୀ ଭାବରେ ଓଡିଶା ଖଣ଼ିନ଼ିଗମ (ଓଏମସ଼ି) ୧୯୫୬ ମସ଼ିହା ମଇ ମାସ ୧୬ ତାର଼ିଖରେ ପ୍ରତ଼ିଷ୍ଠା ହୋଇଥିଲା। ୧୭/୧୧/୧୯୬୧ ତାରିଖ ଠାରୁ ପରିଗଣିତ ହୋଇଥିବା ଓଡିଶା ସରକାରୀ ଉଦ୍ୟୋଗ ଓଡିଶା ଖଣି ନିଗମ ଲିମିଟେଡ(OMC Limited), ରାଜ୍ୟରେ ଥିବା ଶିଳ୍ପଗୁଡିକର ଆବଶ୍ୟକତା ପୂରଣ କରୁଛି । ଉନ୍ନତମାନର କାର୍ଯ୍ୟକଳାପ ପାଇଁ ଏହାକୁ ଏକ ଗୋଲ୍ଡ୍ କାଟାଗୋରୀ ଷ୍ଟେଟ୍ ପି.ଏସ୍.ୟୁ. ଭାବରେ ଶ୍ରେଣୀଭୁକ୍ତ କରାଯାଇଛି
ଲୁହା ପଥର, କ୍ରୋମଇଟ, ବକ୍ସାଇଟ ଓ ମାଙ୍ଗାନିଜ ର ୩୭ ଗୋଟି ଖଣି ଲିଜ ବର୍ତ୍ତମାନ ଓଡିଶା ଖଣି ନିଗମ ଅଧୀନରେ ଅଛି l ୨୦୨୩-୨୪ ଆର୍ଥିକ ବର୍ଷରେ ଓଡିଶା ଖଣି ନିଗମ ୩୭.୫୯ ନିୟୁତ ଟନ ଖଣିଜ ପଦାର୍ଥ ଉତ୍ତୋଳନ ସହିତ 43.5 ନିୟୁତ ଖଣିଜ ପଦାର୍ଥ ବିକ୍ରୟ କରିଅଛି। ୨୦୨୩- ୨୪ ଆର୍ଥିକ ବର୍ଷରେ ଓଡିଶା ଖଣି ନିଗମ ଟ.23,500,58 କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ କରିଅଛି । OMC ସାମାଜିକ ଦାୟିତ୍ୱ ବୋଧ ଏବଂ ପାରିପାର୍ଶିକ ବିକାଶ ମୂଳକ କାର୍ଯ୍ୟକ୍ରମ ପାଇଁ 128.16 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି I ୨୦୨୫ ମସିହା ସୁଦ୍ଧା ଓଡିଶା ଖଣି ନିଗମ ୫୦ ମିଲିୟନ ଟନ ଖଣିଜ ପଦାର୍ଥ ଉତ୍ତୋଳନ କରି ଜାତୀୟ ସ୍ତରରେ ଏହାର ଶ୍ରେଷ୍ଠତ୍ଵ ପ୍ରତିପାଦନ ପାଇଁ ଦୃଢ ନିଶ୍ଚିତ ଅଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ୪୩.୭୩ ନିୟୁତ ଟନ ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ୪୪.୨୭ ନିୟୁତ ଟନ ଖଣିଜ ପଦାର୍ଥ ବିକ୍ରୟ ସହିତ ଓଡିଶା ଖଣି ନିଗମ ୨୩୭୫୪ କୋଟି ଟଙ୍କାର କାରବାର କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଅଛି।
ରାଜ୍ୟର ଖଣିଜ ଭିତ୍ତିକ ଶିଳ୍ପ ସମୂହକୁ କଞ୍ଚାମାଲ ଯୋଗାଇଦେବା ନିମନ୍ତେ ଓଡିଶା ଖଣି ନିଗମ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ନିଗମ ୩୭.୫୯ ନିୟୁତ ଟନ ଖଣିଜ ପଦାର୍ଥ ଉତ୍ତୋଳନ ସହିତ ୪୩.୫ ନିୟୁତ ଟନ ଖଣିଜ ପଦାର୍ଥ ବିକ୍ରୟ କରିଅଛି। ଏହି ଆର୍ଥିକ ବର୍ଷରେ ନିଗମ ପ୍ରାୟତଃ ୨୩,୫୦୦ କୋଟିର ଖଣିଜ ରାଜସ୍ୱ ଅଦାୟକରି, ଦେଶର ଏକ ସର୍ବବୃହତ ଖଣି କମ୍ପାନୀ ଭାବରେ ନିଜକୁ ପତିଷ୍ଠିତ କରିପାରିଛି । ନୂତନ ଜ୍ଞାନ କୌଶଳର ପ୍ରୟୋଗ ସହିତ ନିଅବଦାନ ଗମ ନିଜର ସାମାଜିକ ଦାୟିତ୍ୱବୋଧ ଖଣିଜ କମ୍ପାନୀଭାବେ ଏହା ସ୍ୱାସ୍ଥ୍ୟ, ପରିମଳ, ଶିକ୍ଷା, ପାନୀୟ ଜଳ ଯୋଗାଣ, ଗମନା ଗମନ, ବିଜୁଳି, ଗୃହ ନିର୍ମାଣ ତଥା ଅନ୍ୟ ଉପାଦେୟ କ୍ଷେତ୍ରରେ ଏହାର ଫଳପ୍ରସୁ ଯୋଗଦାନ ଦେଇଚାଲିଛି । କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କ ନିମନ୍ତେ ଓଡିଶା ଖଣି ନିଗମ ଦ୍ଵାରା ଯୋଗାଇ ଦିଆଯାଉଥିବା କଞ୍ଚାମାଲ ଆଗାମୀ ଦିନରେ ଅଧିକରୁ ଅଧିକ କରାଯିବା ନିମନ୍ତେ ପ୍ରୟାସ ଓ ପ୍ରୋତ୍ସାହନ ଜାରି ରହିବ।
ଆର୍ଥିକ ବର୍ଷ ୨୦୨୪-୨୫ ବଜେଟରେ ଇସ୍ପାତ ଓ ଖଣି ବିଭାଗ ପାଇଁ ମୋଟ ୪୫୬.୩୭୭୯ କୋଟି ଟଙ୍କା(୪୫୬ କୋଟି ୩୭ ଲକ୍ଷ ୭୯ ହଜାର ଟଙ୍କା) ବ୍ୟୟ ବରାଦ କରାଯାଇଛି ଯାହାକି ପୂର୍ବ ବର୍ଷ ଅପେକ୍ଷା ଶତକଡା ୪୦.୦୨ ପ୍ରତିଶତ ଅଧିକ ଅଟେ । ସେଥି ମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ପାଇଁ ବ୍ୟୟ ବରାଦ (Administrative Expenditure) ବାବଦକୁ ୯୧.୮୪୬୬ କୋଟି ଟଙ୍କା ଓ ଯୋଜନା ବ୍ୟୟ ବରାଦ (Programme Expenditure) ବାବଦରେ ୩୬୪.୫୩୧୩ କୋଟି ଟଙ୍କା ରଖାଯାଇଛି ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓ୍ବାଟକୋର ଐତିହାସିକ ସଫଳତା: ସମସ୍ତ ୨୯ ସହରାଞ୍ଚଳରେ ୧୦୦% ଜଳ ଯୋଗାଣ ସୁନିଶ୍ଚିତ

Published

on

ଭୁବନେଶ୍ୱର: ଓଡ଼ିଶା ଜଳ ନିଗମ (WATCO) ସହରାଞ୍ଚଳ ନାଗରିକ ସେବା କ୍ଷେତ୍ରରେ ଏକ ଐତିହାସିକ ମାଇଲଷ୍ଟୋନ୍ ଅର୍ଜନ କରିଛି। ନିଗମ ନିଜ ଅଧୀନରେ ଥିବା ସମସ୍ତ ୨୯ଟି ସହରାଞ୍ଚଳରେ ଶତପ୍ରତିଶତ ଘରୋଇ ପାଇପ୍ ଜଳ ସଂଯୋଗ ସୁନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ଏହି ସଫଳତା ସହ ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ସୁଦୃଢ଼ କରିଛି।

ନିକଟରେ  ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଓ୍ବାଟକୋର ଏହି ସଫଳତା ସହିତ ଆଗାମୀ ଜଳ ଓ ସ୍ୱେରେଜ୍ ଭିତ୍ତିଭୂମି ବିକାଶ ରୋଡମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ସ୍ୱାୟତ୍ତ ଶାସନ ନିର୍ଦେଶକ ଅରିନ୍ଦମ ଡାକୁଆ, ୱାଟକୋ ପରିଚାଳନା ନିର୍ଦେଶକ ଦେବବ୍ରତ ମହାନ୍ତି ବୈଠକରେ ଉପସ୍ଥିତ ଥିଲେ l

୨୦୨୬ ମାର୍ଚ୍ଚ ସୁଦ୍ଧା ଓ୍ବାଟକୋ ପ୍ରାୟ ୭,୬୩,୦୮୨ଟି ଘରୋଇ ସଂଯୋଗ ମାଧ୍ୟମରେ ୪.୯୧ ନିୟୁତରୁ ଅଧିକ ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍” ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତ୍ତମାନ ୧୧ଟି ସହରାଞ୍ଚଳରେ ୨୪x୭ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳତାର ସହ ଚାଲିଥିବାବେଳେ, ଅନ୍ୟ ୧୭ଟି ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଜୋରଦାର ଭାବେ ଅଗ୍ରସର ହେଉଛି।

ଓ୍ବାଟକୋର ବର୍ତ୍ତମାନ ମୋଟ ଜଳ ଯୋଗାଣ କ୍ଷମତା ୯୮୮.୮୯ ଏମ୍ ଏଲ୍ ଡିରେ ପହଞ୍ଚିଥିବାବେଳେ ସହରାଞ୍ଚଳର ବର୍ତ୍ତମାନ ଚାହିଦା ୭୦୦.୬୭ ଏମ୍ ଏଲ୍ ଡି ରହିଛି। ଏହି ଅତିରିକ୍ତ କ୍ଷମତା ଆଗାମୀ ଦିନରେ ରାଜ୍ୟର ଦୀର୍ଘମିଆଦି ଜଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ।

୨୦୨୫-୨୬ ଆର୍ଥିକ ବର୍ଷରେ ଓ୍ବାଟକୋ ନିଜର ୯୧୨ କୋଟି ଟଙ୍କାର ବଜେଟକୁ ଶତପ୍ରତିଶତ ବ୍ୟୟ କରିଥିବା ସହିତ ଅମୃତ ଏବଂ ଓଏମବିଏଡିସି (OMBADC) ପରି ଯୋଜନା ମାଧ୍ୟମରେ ଅତିରିକ୍ତ ୫୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରି ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଏହି ଧାରାକୁ ଜାରି ରଖି ୨୦୨୬-୨୭ ପାଇଁ ୯୨୦ କୋଟି ଟଙ୍କାର ଏକ ମହତ୍ବଙ୍କାକ୍ଷୀ କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇଛି, ଯେଉଁଥିରେ ସ୍ୱେରେଜ୍ ଭିତ୍ତିଭୂମି ବିକାଶ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଗତ ଏକ ବର୍ଷ ମଧ୍ୟରେ ଓ୍ବାଟକୋ ୩ଟି ନୂତନ ଜଳ ବିଶୋଧନ ପ୍ଲାଣ୍ଟ ଓ ୫୮ଟି ଉଚ୍ଚକ୍ଷମତାସମ୍ପନ୍ନ ଜଳାଶୟ ନିର୍ମାଣ କରିଛି। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୨,୬୫୮.୪୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ଅବସ୍ଥାରେ ରହିଛି। ଏଥିରେ ଭୁବନେଶ୍ୱର ପାଇଁ ୧୩୦ ଏମ୍ ଏଲ୍ ଡି କ୍ଷମତା ବିଶିଷ୍ଟ ବୃହତ୍ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ସହରର ବସ୍ତି ଓ ଅଣ-ବସ୍ତି ଅଞ୍ଚଳରେ ସ୍ୱେରେଜ୍ ନେଟୱାର୍କ ସମ୍ପ୍ରସାରଣ ପରି ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଛି।

ଆଗାମୀ ପର୍ଯ୍ୟାୟରେ ଓ୍ବାଟକୋ ୬,୧୨୯ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୃହତ୍ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି। ସେଥିରେ ସମ୍ବଲପୁର ପାଇଁ ୧,୬୮୨ କୋଟି ଟଙ୍କା ଓ ବାରିପଦା ପାଇଁ ୮୩୦.୯୭ କୋଟି ଟଙ୍କାର ସ୍ୱେରେଜ୍ ପ୍ରକଳ୍ପ ବିଶେଷ ଗୁରୁତ୍ୱ ବହନ କରୁଛି।

ଡିଜିଟାଲ୍ ଓ ସ୍ମାର୍ଟ ଜଳ ପରିଚାଳନାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା ଓ ବ୍ରହ୍ମପୁରରେ ୫୦ ହଜାର ସ୍ମାର୍ଟ ୱାଟର ମିଟର ସ୍ଥାପନ କାର୍ଯ୍ୟ ଚାଲିଛି। ଏହାଦ୍ୱାରା ବିଲିଂ ବ୍ୟବସ୍ଥା, ଜଳ ବ୍ୟବହାର ନିରୀକ୍ଷଣ ଓ ସମ୍ବଳ ପରିଚାଳନାରେ ଆଧୁନିକତା ଆସିବ।

ଜଳର ଗୁଣବତ୍ତା ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଓ୍ବାଟକୋ ରାଜ୍ୟରେ ୧୪ଟି ଆଧୁନିକ ପରୀକ୍ଷାଗାର ପରିଚାଳନା କରୁଛି। ଏହା ସହ ଆଇଆଇଟି ଭୁବନେଶ୍ୱର ସହ ବୈଷୟିକ ସହଯୋଗ ମାଧ୍ୟମରେ ଜଳ ପରିଚାଳନାରେ ନୂତନ ପ୍ରଯୁକ୍ତିର ପ୍ରୟୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଓ୍ବାଟକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତି କହିଛନ୍ତି ଯେ, ଆଧୁନିକ ପ୍ରଯୁକ୍ତି, ଦୃଢ଼ ଭିତ୍ତିଭୂମି ଏବଂ ସୁସ୍ଥିର ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳରେ ବିଶ୍ୱସ୍ତରୀୟ ନାଗରିକ ସେବା ପ୍ରଦାନ ପାଇଁ ଓ୍ବାଟକୋ ନିରନ୍ତର କାର୍ଯ୍ୟ କରୁଛି।

 

Continue Reading

Nation

ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ଼ ସୋ

Published

on

ଅହମ୍ମଦାବାଦ: “ଗୁଜରାଟ ଭାରତର ପଶ୍ଚିମ ଭାଗକୁ ସମୃଦ୍ଧ କରିଛି। ବର୍ତ୍ତମାନ ଭାରତର ପୂର୍ବ ଭାଗକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦ୍ରୁତ ଅଭିବୃଦ୍ଧି ଏବଂ ରଣନୈତିକ ଯୋଜନା ସହିତ ଓଡ଼ିଶା ବର୍ତ୍ତମାନ ଶିଳ୍ପଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି । ଏହା ସହିତ ପ୍ରତିଯୋଗିତାମୂଳକ ପରିବେଶରେ ନିବେଶକ ମାନଙ୍କୁ ଅପେକ୍ଷାକୃତ ସୁବିଧାଜନକ ସ୍ଥିତି ମଧ୍ୟ ପ୍ରଦାନ କରୁଛି ।”

ଆଜି ଏଠାରେ ଆୟୋଜିତ ‘ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ’ରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦୃଢ଼, ଦୂରଦୃଷ୍ଟିସମ୍ପନ୍ନ ବାର୍ତ୍ତା ଦେଇଛନ୍ତି । ‘ପୂର୍ବୋଦୟ’ ପରିକଳ୍ପନାରେ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତର ପ୍ରଥମ ଦିନରେ ପ୍ରମୁଖ ଉଦ୍ୟୋଗପତି ଏବଂ ବ୍ୟବସାୟିକ ସଂଘମାନେ ବ୍ୟାପକ ଭାବରେ ଯୋଗଦାନ କରିଛନ୍ତି । ଏହା ଓଡ଼ିଶାର ବିକଶିତ ଶିଳ୍ପ ବ୍ୟବସ୍ଥା ପ୍ରତି ବଢୁଥିବା ଆତ୍ମବିଶ୍ୱାସକୁ ପ୍ରତିଫଳିତ କରିଛି। ୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ଭାରତର ଅଭ୍ୟୁଦୟ ସହିତ ଭାରତର ଅର୍ଥନୈତିକ ସମ୍ପ୍ରସାରଣ ହେବ । ପଶ୍ଚିମ ଭାରତ ସହିତ ପୂର୍ବ ଭାରତର ବିକାଶ ହେଲେ ଏହି ଅଭିବୃଦ୍ଧି ଅଧିକ ସନ୍ତୁଳିତ ହେବ । ଓଡ଼ିଶା ଏହି ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମେ ଗୁଜରାଟକୁ ଏକ ସ୍ପଷ୍ଟ ସନ୍ଦେଶ ନେଇ ଆସିଛୁ । ଭାରତର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଆମେ ଶିଳ୍ପଜଗତକୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରିତ କରୁଛୁ, ଏବଂ ମିଳିତ ଅଭିବୃଦ୍ଧି ମାଧ୍ୟମରେ ଦେଶର ସମୃଦ୍ଧିରେ ଯୋଗଦାନ ରଖିବାକୁ ଅନୁରୋଧ କରୁଛୁ ।”

ଏହି ପ୍ରତିନିଧି ମଣ୍ଡଳୀରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।

ଏହି ରୋଡ୍-ଶୋ ଅବସରରେ ବସ୍ତ୍ର ଓ ବୟନ ଶିଳ୍ପ ସମେତ ବିଭିନ୍ନ କ୍ଷେତ୍ର ଭିତ୍ତିକ ଆଲୋଚନା ଏବଂ ଉଦ୍ୟୋଗପତିଙ୍କ ସହ ସିଧାସଳଖ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ୨୬ଟି ‘ୱାନ୍-ଟୁ-ୱାନ୍’ ବୈଠକରେ ଅଧ୍ୟକ୍ଷତା କରି ଶିଳ୍ପପତିଙ୍କ ସହ ନିବେଶ ସୁଯୋଗ ଓ ନୀତିଗତ ସହାୟତା ବିଷୟରେ ଆଲୋଚନା କରିଥିଲେ।

ଶିଳ୍ପ ମନ୍ତ୍ରୀ  ସମ୍ପଦ ସ୍ୱାଇଁ କହିଛନ୍ତି ଯେ, ସୁଦୃଢ଼ ଭିତ୍ତିଭୂମି, ବନ୍ଦରଭିତ୍ତିକ ଯୋଗାଯୋଗ ଏବଂ ସ୍ଥିର ନୀତି ଯୋଗୁଁ ଓଡ଼ିଶା ଏକ ଭବିଷ୍ୟତ-ଉପଯୋଗୀ ଶିଳ୍ପ ହବ୍ ଭାବରେ ନିଜକୁ ପ୍ରତିଷ୍ଠିତ କରୁଛି। ଅହମ୍ମଦାବାଦରେ ଆୟୋଜିତ ଏହି ସଫଳ ରୋଡ୍-ଶୋ ଭାରତର ଶିଳ୍ପ ମାନଚିତ୍ରରେ ଓଡ଼ିଶାର ପ୍ରଭାବକୁ ଆହୁରି ସୁଦୃଢ଼ କରିଛି।

Continue Reading

Nation

ଜିତୁ ମୁଣ୍ଡା ଭାଗ୍ୟବାନ ଥିଲା!

Published

on

ଭୁବନେଶ୍ୱର : କେଉଁଝରର ଜିତୁ ମୁଣ୍ଡା ଭଉଣୀର କଙ୍କାଳକୁ ମୃତ୍ୟୁ ପ୍ରଣାମପତ୍ର ଭାବେ ବ୍ୟାଙ୍କରେ ଉପସ୍ଥାପନ ଘଟନା ସମଗ୍ର ବିଶ୍ୱରେ ଚହଳ ପକାଇଛି l ଜିତୁ ମୁଣ୍ଡା ପାଇଁ ସମବେଦନାର ସୁଅ ଆଉ ଆର୍ଥିକ ସହାୟତାର ସ୍ରୋତ ଛୁଟିବାରେ ଲାଗିଛି l ଇତି ମଧ୍ୟରେ ବ୍ୟାଙ୍କ କର୍ତୃପକ୍ଷ ଜମା ଟଙ୍କା ଫେରେଇ ସାରିଲେଣି l

ରାଜନୀତିରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଲାଗିଛି l

ହେଲେ ଗୋଟେ କଥା ସ୍ୱୀକାର କରିବାକୁ ପଡିବ ଯେ ଜିତୁ ମୁଣ୍ଡା ଭାଗ୍ୟବାନ ଥିଲା l ଜିତୁ ମୁଣ୍ଡାକୁ ତା ଭଉଣୀର କଙ୍କାଳଟା ସହଜରେ ମିଳିଗଲା l

ଜିତୁ ମୁଣ୍ଡା ସମ୍ପ୍ରଦାୟରେ ମୃତ ଶରୀରକୁ ମାଟିରେ ପୋତି ଦେବାର ପ୍ରଥା ଥିବାରୁ ସେ ମଶାଣିକୁ ଯାଇ ମାଟି ଖୋଳି କଙ୍କାଳଟା ପାଇ ଯାଇଥିଲା l

ଅନ୍ୟ ସମ୍ପ୍ରଦାୟରେ ଯେଉଁଠି ଶବକୁ ନିଆଁରେ ଦାହ କରିବାର ପ୍ରଥା ଅଛି ସେଠି? କଣ ପାଉଁଶ ବା ପିଣ୍ଡକୁ ମୃତ୍ୟୁର ପ୍ରମାଣପତ୍ର ଭାବେ ଉପସ୍ଥାପନ କରା ଯାଇ ପାରିବ କି?

କଙ୍କାଳ ଖୋଳି ଆଣିବା ସହଜ କିନ୍ତୁ ସରକାରୀ ମୃତ୍ୟୁ ପ୍ରମାଣପତ୍ରଟିଏ ପାଇବା ଏକ ଅସମ୍ଭବ ବ୍ୟାପାର l

ମୃତ୍ୟୁ ଯଦି କୌଣସି ଡାକ୍ତଖନାରେ ହୋଇଛି ତାହେଲେ ରେକର୍ଡ ମିଳି ଯିବା ସ୍ୱାଭାବିକ l କିନ୍ତୁ ଯଦି ଘରେ ହୋଇଛି ତାହେଲେ ଜଣେ ଲାଇସେନ୍ସପ୍ରାପ୍ତ ଡାକ୍ତରଙ୍କ ପାଖରୁ ସାରର୍ଟିଫିକେଟ ଆଣିବାକୁ ହେବ l ଆଜିକାଲି ଡାକ୍ତରଖାନା ରେ ଡାକ୍ତର ନାହାନ୍ତି ବା ଡାକ୍ତର ରହୁ ନାହାନ୍ତି l ସରର୍ଟିଫିକେଟ ପାଇଁ ଶବକୁ ଡାକ୍ତରଖାନା ନେବାକୁ ପଡିବ l

ଯଦି ତାହା ହୋଇ ପାରିନି ତାହେଲେ ମୁସ୍କିଲ କଥା l

ମୃତ୍ୟୁ ପ୍ରମାଣପତ୍ର ପାଇବାକୁ ହେଲେ ମାଜିଷ୍ଟ୍ରେଟ କୋର୍ଟରେ ଗୋଟେ ମିସ କେଶ କରିବାକୁ ହେବ l ତାପରେ ତହସିଲଦାର, ଥାନା ଆଇଆଇସି ଓ ସିଡିପିଓଙ୍କ ରିପୋର୍ଟ ଆସିଲା ପରେ ଯାଇ ମୃତ୍ୟୁ ପ୍ରମାଣପତ୍ର ମିଳିବ l ଜିତୁ ମୁଣ୍ଡା ଭଳି ମଣିଷ ପାଇଁ ଏ ସବୁ ଅସମ୍ଭବ l

ସରକାର ମୃତ୍ୟୁ ପ୍ରମାଣପାତ୍ର ପ୍ରଦାନ ବ୍ୟବସ୍ଥାରେ ପରିବର୍ତନ ଆଣିବା ଦରକାର l ଏହି ପ୍ରମାଣପାତ୍ର ପ୍ରଦାନ ପାଇଁ ସରକାର ଓ ତାଙ୍କର କର୍ମଚାରୀଙ୍କ ଉତ୍ତରଦାୟିତ୍ୱ ହେବା କଥା l ଲୋକଙ୍କୁ ଏହା ହାସଲ କରିବାର ଦାୟିତ୍ୱ ହେବା କଥା ନୁହେଁ l

ଏହି ଅବସରରେ ସରକାର ବ୍ୟାଙ୍କରେ ଥିବା ଜମା ଟଙ୍କା ଉପରେ କେହି ଦାବିଦାର ନଥିବା ଘଟଣା ଯାଞ୍ଚ କରି ମୃତ୍ୟୁ ପ୍ରମାଣପତ୍ର ଅଭାବରୁ ପଡି ରହିଥିବା ଟଙ୍କା ଉତ୍ତରାଧିକାରୀଙ୍କୁ ପ୍ରଦାନ କରା ଯିବାରେ ଏକ ଆଗୁଆ ପଦକ୍ଷେପ ନେବା ଉଚିତ l ତା ନହେଲେ ଏମିତି କୋଟି କୋଟି ଟଙ୍କାର ସୁଭଦ୍ରା ଟଙ୍କା ବ୍ୟାଙ୍କବାଲା ଖାଇଯିବେ l

 

 

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions