ଭୁବନେଶ୍ୱର : ଆସନ୍ତା କାଲି ନୂତନ ନିଯୁକ୍ତି ପାଇଁ ଚୟନ ହୋଇଥିବା ୨୭୩୫ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନିଯୁକ୍ତି ଦିଆଯିବ l ଉଚ୍ଚ ନ୍ୟାୟାଳୟ ରହିତାଦେଶ ହଟାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି l
ଚଳିତ ମାସ ୩/୨/୨୦୨୫ ରିଖ ଉଚ୍ଚ ନ୍ୟାୟାଳୟ ୪ ଗୋଟି ମକଦ୍ଦମା (wp(c)No-32977/2024, wp(c)No-
32740/2024,wp(c)No-86/25, wp(c)No-164/25) ର ଶୁଣାଣି କରି ନୂତନ ନିଯୁକ୍ତି ପାଇଁ ଚୟନ ହୋଇଥିବା ୨୭୩୫ ଜଣ ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ଉପରେ ଅନ୍ତରୀଣ ରହିତାେଦଶ ଜାରି କରିଥିଲେ । ଏ ନେଇ OSSSC ଓ ବିଭାଗ ତରଫରୁ ଦାଖଲ କରାଯାଇବା ଉତ୍ତରକୁ ବିଚାର କରି
ଆଜି ତା: ୫/୨/୨୫ ରିଖ ମାନବର ଉଚ୍ଚ ନ୍ୟାୟାଳୟ ଉକ୍ତ ନିଯୁକ୍ତି ଉପରେ ଲଗାଯାଇବା ରହିତାେଦଶ ପ୍ରତ୍ୟାହାର କରିନେଇଛନ୍ତି ।
ଫଳେର ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପଥରେ ଥିବା ପ୍ରତିବନ୍ଧକ ଦୂର ହୋଇଛି ।
ବର୍ତମାନ ନିଯୁକ୍ତିକୁ ତ୍ୱରାନ୍ୱିତ କରାଯାଇଛି l ଆସନ୍ତା ୭ ତାରିଖ ଦିନ ଭୁବନେଶ୍ୱର ଅନୁଷ୍ଠିତ ହେବାକୁଥିବା ନିଯୁକ୍ତି ମହାମେଳାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି
ଦିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ସୂଚନା ମିଳିଛି ।