Health ଭୁବନେଶ୍ୱର ଏମ୍ସରେ ବିରଳ ଗଳା କର୍କଟ ରୋଗର ଅଭିନବ ସଫଳ ଅସ୍ତ୍ରୋପଚାର Published 3 years ago on May 4, 2023 By odishaadmin ଭୁବନେଶ୍ୱର : ବିକିରଣ (ରେଡିଏସନ୍) ଏବଂ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନଏଡ୍ ସିଷ୍ଟିକ୍ କାର୍ସିନୋମା) ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀଙ୍କ ଦ୍ବାରା ଅଭିନବ ଉପାୟରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ ହୋଇଛି । ଜଗତସିଂହପୁର ଜିଲ୍ଲାର ୨୫ ବର୍ଷ ବୟସ୍କା ଜଣେ ଯୁବତୀ ପ୍ରାୟ ଏକ ବର୍ଷରୁ ଅଧିକ ହେବ ଏହି ବିରଳ ଗଳା କର୍କଟ ରୋଗରେ ପିଡ଼ୀତ ଥିଲେ। ଏମ୍ସକୁ ଆସିବା ପୂର୍ବରୁ ଉକ୍ତ ଯୁବତୀ ଜଣଙ୍କ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଏହାର ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ବାକ୍ଯନ୍ତ୍ର ଏବଂ ଖାଦ୍ୟନଳୀର ସଂଯୋଗସ୍ଥଳରେ ହୋଇଥିବା ଏହି ଟ୍ୟୁମର ଫଳରେ ଯୁବତୀଜଣଙ୍କ ଶ୍ବାସକ୍ରିୟା ଏବଂ କଥା କହିବାରେ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେବେ ବିକିରଣ ଏବଂ କେମୋ ପ୍ରତିରୋଧୀ ଏହି ବିରଳ କର୍କଟରୁ ଉପଶମ ଦେବା ତଥା ତାଙ୍କର ଜୀବନ ରକ୍ଷା କରିବାକୁ ଏମ୍ସ ଭୁବନେଶ୍ୱରର ଇଏନ୍ଟି ଏବଂ ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗର ଯୁବଡାକ୍ତରମାନଙ୍କୁ ନେଇ ଗଠିତ ଏକ ଦଶଜଣିଆ ଡାକ୍ତରୀ ଦଳ ପ୍ରାୟ ୧୪ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର କରିଥିଲେ।ଇଏନ୍ଟି ବିଭାଗର ବିଶେଷଜ୍ଞ ଡାକ୍ତର ବାକ୍ଯନ୍ତ୍ର(ଭଏସ୍ ବକ୍ସ୍), ଶ୍ବାସନଳୀ ଓ ଖାଦ୍ୟନଳୀର ଉପର ଭାଗ ଏବଂ ଥାଇରଏଡ୍ ଗ୍ରନ୍ଥିର କିଛି ଅଂଶ ଅସ୍ତ୍ରୋପଚାର ଦ୍ବାରା ବାହାର କରିଥିଲେ। ସେହିପରି ଗ୍ୟାଷ୍ଟ୍ରୋସର୍ଜରୀ ବିଶେଷଜ୍ଞ ବୃହଦ୍ନ୍ତ୍ର(କୋଲୋନ୍)ର ଏକ ଅଂଶକୁ କାଟି ବାହାର କରିବା ସହିତ ଏହାକୁ ଛାତି ମଧ୍ୟରେ ସ୍ତନ ହାଡ଼(ଷ୍ଟର୍ନମ୍) ତଳେ ଏବଂ ହୃତ୍ପିଣ୍ଡ ନିକଟରେ ଏକ କୃତ୍ରିମ ଟନେଲ୍ ସୃଷ୍ଟି କରି ଜିଭର ମୂଳ ସହିତ ପାକସ୍ଥଳୀକୁ ସଂଯୋଗ କରିଥିଲେ। ଏହି ପ୍ରକ୍ରିୟା ଦ୍ବାରା ଯୁବତୀଙ୍କର ଏକ ନୂତନ ଖାଦ୍ୟନଳୀ ସୃଷ୍ଟି କରାଯାଇପାରିଛି। ଏହି ଜଟିଳ ଏବଂ ବିରଳ କର୍କଟ ରୋଗର ଅଭିନବ ଉପାୟରେ ହୋଇଥିବା ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ଆଇସିୟୁରେ ରଖାଯାଇଥିଲା। ଅସ୍ତ୍ରୋପଚାରର ଦୁଇ ମାସ ପରେ ଯୁବତୀଜଣଙ୍କ ବର୍ତ୍ତମାନ ସୁସ୍ଥ ଅନୁଭବ କରିବା ସହିତ ସ୍ବାଭାବିକ ଭାବେ ଶ୍ୱାସକ୍ରିୟା ସମ୍ପାଦନ କରିବା ଏବଂ ଖାଦ୍ୟ ଗ୍ରହଣ କରୁଛନ୍ତି। ଯାହାକି ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଦଳ ସହିତ ଯୁବତୀଙ୍କ ପରିବାରକୁ ଆନନ୍ଦିତ କରିଛି।ଏପରି ଯନ୍ତ୍ରଣାଦାୟକ ପ୍ରାଣଘାତୀ କର୍କଟ ରୋଗର ସଫଳ ଅସ୍ତ୍ରୋପଚାରକୁ ନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମ୍ସ ସର୍ବଦା ଏହିପରି ଆହ୍ବାନପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହିତ କରିବା ନେଇ ପ୍ରତିଶ୍ରୁତିବଦ୍ଧ। ଏନେଇ ସମ୍ପୂର୍ଣ୍ଣ ଡାକ୍ତରୀ ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡ. ବିଶ୍ବାସ। ଆଗକୁ ମଧ୍ୟ ଏହିପରି ଜୀବନରକ୍ଷାକାରୀ କାର୍ଯ୍ୟ ଜାରି ରଖିବାକୁ ସେ ଉତ୍ସାହିତ କରିଛନ୍ତି।ଇଏନ୍ଟି ବିଭାଗର ସହଯୋଗୀ ପ୍ରଫେସର୍ ଡ. ଦିଲ୍ଲୀପ କୁମାର ସାମଲ, ଗ୍ୟାଷ୍ଟ୍ୟୋସର୍ଜରୀ ବିଭାଗର ସହକାରୀ ପ୍ରଫେସର ଡ. ତନ୍ମୟ ଦତ୍ତ, ଜରୁରୀକାଳୀନ ବିଭାଗର (ନିଶ୍ଚେତକ) ସହକାରୀ ପ୍ରଫେସର୍ ଡ. ଅଜିତେଶ ସାହୁ ପ୍ରମୁଖ ଏହି ଅସ୍ତ୍ରୋପଚାରର ନେତୃତ୍ବ ନେଇଥିଲେ। ବରିଷ୍ଠ ଆବାସିକ ଡାକ୍ତର ଏବଂ ନର୍ସିଂ କର୍ମଚାରୀମାନେ ମଧ୍ୟ ଏହି ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ। ଇଏନ୍ଟି ବିଭାଗର ମୁଖ୍ୟ ପ୍ରଫେସର୍ ପ୍ରଦୀପ୍ତ କୁମାର ପରିଡ଼ା ଏହି ଅସ୍ତ୍ରୋପଚାରର ନିରୀକ୍ଷଣ କରିଥିଲେ। ଭାରପ୍ରାପ୍ତ ଡିଡିଏ ରଶ୍ମୀ ରଂଜନ ସେଠୀ ଏପରି ସଫଳ ଅସ୍ତ୍ରୋପଚାର ନେଇ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। Related Topics: Leave a Reply Cancel replyYour email address will not be published. Required fields are marked *Comment * Name * Email * Website {{#message}}{{{message}}}{{/message}}{{^message}}Your submission failed. The server responded with {{status_text}} (code {{status_code}}). Please contact the developer of this form processor to improve this message. Learn More{{/message}}{{#message}}{{{message}}}{{/message}}{{^message}}It appears your submission was successful. Even though the server responded OK, it is possible the submission was not processed. Please contact the developer of this form processor to improve this message. Learn More{{/message}}Submitting… Trending ଦେଶ ବିଦେଶ6 years ago ପ୍ରଧାନମନ୍ତ୍ରୀ ବାତ୍ୟାଗ୍ରସ୍ତ ଓଡିଶାକୁ ଦେଲେ ୫୦୦ କୋଟି ଟଙ୍କା ଦେଶ ବିଦେଶ7 years ago ଖୋଲୁଛି ମୋଦିଙ୍କ ମୁଖା : ସୁବ୍ରମଣିୟନ ଓ ରାୱତ ଖୋଲିଲେ ବିମୁଦ୍ରାୟନର କଳା ଦିଗ ରାଜନୀତି7 years ago ବାବୁ ସିଂହ ହତାଶ : ଫେରାଇ ପାରନ୍ତି ବିଜେପି ଟିକେଟ ରାଜନୀତି7 years ago ବିଜେପି ପାଦତଳୁ ଖସୁଛି ମାଟି : ଇସ୍ତଫା ଦେଲେ ବିଜୟ ଓ ଦିଲୀପ More6 years ago ଓଡିଶା ବିଦ୍ୟୁତ ଗ୍ରହକଙ୍କୁ ମିଳିଲା ରିହାତି ଖେଳ7 years ago ବିଶ୍ୱକପ୍ ହକି ବ୍ରାଣ୍ଡ ଓଡ଼ିଶା : ସବୁ ଶ୍ରେୟ ନବୀନଙ୍କର