Connect with us

ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତରମାନେ ଜଣେ ୪୭ ବର୍ଷୀୟା ମହିଳାଙ୍କର ବାମ ହାତରେ ଥିବା ଏକ ବିଶାଳ ପ୍ଲେକ୍ସିଫର୍ମ ନ୍ୟୁରୋଫାଇବ୍ରୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା କରିଛନ୍ତି। ପ୍ରାୟ ତିନି ଦଶନ୍ଧି ଧରି ପୀଡ଼ିତାଙ୍କ ଜୀବନକୁ ଗୁରୁତର ଭାବରେ ପ୍ରଭାବିତ କରିଥିବା ୭ କିଲୋଗ୍ରାମର ଏହି ବିଶାଳ ଟ୍ୟୁମରକୁ ଦୁଇଟି ପର୍ଯ୍ୟାୟରେ କଢ଼ାଯାଇଛି। ଏଥିସହିତ ଉଭୟ ଶାରିରୀକ ଏବଂ ମାନସିକ ଯନ୍ତ୍ରଣା ଭୋଗୁଥିବା ଜଣେ ଆଦିବାସୀ ମହିଳାଙ୍କ ଜୀବନରେ ଆସିଛି ଗୁଣବତ୍ତାପୂର୍ଣ୍ଣ ଜୀବନ ବଞ୍ଚିବାର ନୂତନ ସୁଯୋଗ।

ମୟୂରଭଞ୍ଜ ଜିଲ୍ଲା, ବାରିପଦାର ଜଣେ ଦିନମଜୁରିଆ ଶ୍ରମିକ ପ୍ରାୟ ୩୦ ବର୍ଷ ଧରି ତାଙ୍କ ବାମ ହାତର ମଧ୍ୟଭାଗରୁ ହାତର ପଛ ପାର୍ଶ୍ୱ ପର୍ଯ୍ୟନ୍ତ ଏକ ବିରାଟ ଝୁଲନ୍ତା ଫୁଲା ସହିତ ବଞ୍ଚିଆସୁଥିଲେ। ସମୟ ସହିତ, ଟ୍ୟୁମରଟି କ୍ରମଶଃ ବୃଦ୍ଧି ପାଇଲା, ଅତ୍ୟନ୍ତ ଭାରୀ ହୋଇଗଲା ଏବଂ ଗୁରୁତ୍ୱପୂର୍ଣ୍ଣ ଅକ୍ଷମତା ସୃଷ୍ଟି କଲା। ଏହା ମହିଳାଙ୍କର କାନ୍ଧର ଗତିକୁ ଗୁରୁତର ଭାବରେ ପ୍ରତିବନ୍ଧିତ କରିବା ସହିତ ହାତର କାର୍ଯ୍ୟକ୍ଷମତା ନଷ୍ଟ କଲା ଏବଂ ଦୈନନ୍ଦିନ କାର୍ଯ୍ୟକଳାପକୁ କ୍ରମଶଃ କଷ୍ଟକର କରିଦେଲା। ଦୀର୍ଘ ସମୟ ଧରି ଚାପ ଯୋଗୁଁ ଉପର ଚର୍ମ ମଧ୍ୟ କଳା ଏବଂ ଘାଆ ହୋଇଗଲା।

ଅସ୍ତ୍ରୋପଚାର ପୂର୍ବ ପରୀକ୍ଷାରୁ ପ୍ରାୟ ୪୫ ସେମି ଲମ୍ବ ଏକ ରକ୍ତବାହୀ କ୍ଷତ ଥିବା ଜଣାପଡ଼ିଥିଲା। ଏହି କାରଣରୁ ରକ୍ତସ୍ରାବର ଯଥେଷ୍ଟ ବିପଦ ହେତୁ ଅସ୍ତ୍ରୋପଚାର ବିଶେଷ ଭାବରେ ଆହ୍ୱାନଭରା ଥିଲା।

ମାମଲାର ଜଟିଳତାକୁ ଦୃଷ୍ଟିରେ ରଖି, ରୋଗୀଙ୍କୁ ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରାଯାଇଥିଲା। ପ୍ରଥମ ଅସ୍ତ୍ରୋପଚାର ଛଅ ଘଣ୍ଟା ଧରି ଚାଲିଥିଲା। ଏହି ପ୍ରକ୍ରିୟାରେ ଟ୍ୟୁମରର ଆଗ ଅଂଶକୁ କାଢି ଦିଆଯାଇଥିଲା। ଛଅ ମାସର ବ୍ୟବଧାନ ପରେ, ହାତ ଅଂଶକୁ କାଟିବା ପାଇଁ ଦ୍ୱିତୀୟ ଅସ୍ତ୍ରୋପଚାର କରାଯାଇଥିଲା, ଯାହା ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା।

ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇ, ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ଜଟିଳ ଅସ୍ତ୍ରୋପଚାରର ସଫଳ ସମ୍ପାଦନକୁ ପ୍ରଶଂସା କରିଥିଲେ। ଏହି ପ୍ରକ୍ରିୟା ମହିଳାଙ୍କୁ ଏକ ନୂତନ ଜୀବନ ପ୍ରଦାନ କରିଥିବା ଡ. ବିଶ୍ୱାସ ପ୍ରକାଶ କରିଥିଲେ।

ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଶଲ୍ୟଚିକିତ୍ସା ଦଳରେ ଡ. ସଞ୍ଜୟ କୁମାର ଗିରି, ଡ. ଶ୍ୟାମ ସୁନ୍ଦର ବେହେରା, ଡ. ଆହାନା ବନ୍ଦୋପାଧ୍ୟାୟ, ଡ. ସୂର୍ଯ୍ୟ ଯଶସ୍ୱୀ ପିଭିଏସ, ଡ. କୀର୍ତ୍ତି ଜି, ଡ. ନିଖିଲ କୁମାର ଶର୍ମା ଏବଂ ଡ. ଆଶୁତୋଷ ଅଧିକାରୀ ଥିଲେ। ଡ. ଦେବୀଶ୍ରୀ ଦାସ ଏବଂ ଡ. ପୂଜା ଆନାସ୍ଥେସିଆ ସହାୟତା ପ୍ରଦାନ କରିଥଲେ।

ଏହି ଅସ୍ତ୍ରୋପଚାରକୁ ପ୍ରଭାବଶାଳୀ ଏବଂ ସଫଳ କରିବା ପାଇଁ ଉନ୍ନତ ବାହ୍ୟ ସିଲିଂ ପ୍ରଯୁକ୍ତିବିଦ୍ୟା, ଲିଗାସିୟୋର ବ୍ୟବହାର କରାଯାଇଥିଲା। ଟ୍ୟୁମର ଅପସାରଣ ପରେ, କଟାଯାଇଥିବା ଟିସୁରେ ଉପଲବ୍ଧ ବ୍ୟବହାରଯୋଗ୍ୟ ଚର୍ମରୁ ସଂଗୃହିତ ଚର୍ମ ଗ୍ରାଫ୍ଟ ବ୍ୟବହାର କରି, କଞ୍ଚା ଅଞ୍ଚଳଗୁଡ଼ିକୁ ପୁନଃନିର୍ମାଣ କରାଯାଇଥିଲା। ଏହି ଅଭିନବ ପଦ୍ଧତି ରୋଗୀଙ୍କ ଶରୀରର ଅନ୍ୟତ୍ର ସ୍ଥାନରେ ଅତିରିକ୍ତ କ୍ଷତ ସୃଷ୍ଟି ନକରିବାରେ ସାହାଯ୍ୟ କରିଥିଲା। ଗ୍ରାଫ୍ଟଗୁଡ଼ିକ ଉନ୍ନତ ଫଳାଫଳ ଦେଖାଇଛି, ଏବଂ ନିୟମିତ ଡ୍ରେସିଂ ଯତ୍ନ କାରଣରୁ ରୋଗୀ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

Published

on

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚାଷୀମାନଙ୍କ ଠାରୁ ଧାନ ଯେପରି ସୁରୁଖୁରୁରେ ସଂଗ୍ରହ ହେବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଉଷୁନା ଚାଉଳର (Parboiled Rice) ମିଲିଂ ଦର ବର୍ତ୍ତମାନ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ଥିବା ବେଳେ ଏହାକୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅରୁଆ ଚାଉଳର (Raw Rice) ମିଲିଂ ଦର କ୍ୱିଣ୍ଟାଲ ପିଛା ୧୦ ଟଙ୍କା ଥିବା ବେଳେ ଏହାକୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହାଦ୍ୱାରା ମିଲର ମାନଙ୍କ ସମସ୍ୟା ଦୂର ହେବା ସହ ଚାଷୀ ମାନଙ୍କ ଠାରୁ ସୁରୁଖୁରରେ ଧାନ ସଂଗ୍ରହ ହୋଇପାରିବ ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅନ୍ୟାନ୍ୟ ରାଜ୍ୟରେ ମିଲିଂ ଦର ଆମ ରାଜ୍ୟ ଠାରୁ ଯଥେଷ୍ଟ ଅଧିକ ରହିଛି ।

Continue Reading

Nation

ଓଡ଼ିଶା କରିବ ଜାପାନର ତତ୍ତୋରି ପ୍ରଦେଶ ସହିତ ମୈତ୍ରୀ ଚୁକ୍ତି

Published

on

ଭୁବନେଶ୍ୱର : ଓଡ଼ିଶା ସରକାର ଏବଂ ଜାପାନର ତତ୍ତୋରି ସରକାରଙ୍କ ମଧ୍ୟରେ ପ୍ରସ୍ତାବିତ ମୈତ୍ରୀ ଚୁକ୍ତି ( ଫ୍ରେଣ୍ଡସିପ୍ ଏଗ୍ରିମେଣ୍ଟ ) ସମ୍ପର୍କିତ ଏକ ଅନଲାଇନ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଦୀର୍ଘମିଆଦୀ ସହଯୋଗ ଓ ପାରସ୍ପରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ବିଭିନ୍ନ ବିଷୟ ଉପରେ ଫଳପ୍ରଦ ଆଲୋଚନା ହୋଇଥିଲା । ବୈଠକରେ ତତ୍ତୋରି ସରକାରଙ୍କ ପକ୍ଷରୁ ଓଡ଼ିଶା ସରକାରଙ୍କ ସହିତ ଅର୍ଥନୈତିକ ସହଯୋଗ, ପର୍ଯ୍ୟଟନ, ସାଂସ୍କୃତିକ ଆଦାନ-ପ୍ରଦାନ, ଛାତ୍ର ଓ ଯୁବ ବିନିମୟ, ଏବଂ ମାନବ ସମ୍ବଳ ବିକାଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦିଆଯାଇଥିବା ମୈତ୍ରୀ ଚୁକ୍ତିର ଖସଡ଼ା ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା ।

ବୈଠକର ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ତତ୍ତୋରି ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଏଣ୍ଡୋ ତୋଶିକି ଉଭୟ ସରକାରଙ୍କ ପକ୍ଷରୁ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ତୋତ୍ତୋରି ସରକାରଙ୍କ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ଓ ଆନ୍ତର୍ଜାତିକ ଆଦାନ-ପ୍ରଦାନ ବ୍ୟୁରୋ, ତତ୍ତୋରି ବିକାଶ କାର୍ଯ୍ୟାଳୟ, ଗୃହ ଓ ଆନ୍ତର୍ଜାତିକ ବ୍ୟାପାର ଡିଭିଜନ, ବାଣିଜ୍ୟ ଓ ଲଜିଷ୍ଟିକ୍ସ ବିଭାଗ ଆଦି ପଦାଧିକାରୀ ଏବଂ ଆନ୍ତର୍ଜାତୀୟ ସଂପର୍କ ସଂଯୋଜକ ଏବଂ ଜାପାନସ୍ଥିତ ଭାରତୀୟ ଦୂତାବାସର ପ୍ରତିନିଧି ମଧ୍ୟ ଯୋଗଦେଇଥିଲେ । ଲୋକସେବା ଭବନରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗୃହ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କ୍ରୀଡ଼ା ଓ ଯୁବସେବା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ, ଇପିକଲର ପରିଚାଳନା ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ କମିଶନର ତଥା ଶାସନ ସଚିବ ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ବୈଠକରେ ତତ୍ତୋରି ପ୍ରଦେଶର ପ୍ରତିନିଧି ଦଳଙ୍କ ଆଗାମୀ ଓଡ଼ିଶା ଗସ୍ତ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଚଳିତ ବର୍ଷ ଜୁଲାଇ ମାସରେ ତତ୍ତୋରି ସରକାରଙ୍କ ଏକ କାର୍ଯ୍ୟ-ସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିବାକୁ ଥିବାବେଳେ ନଭେମ୍ବର ମାସରେ ଟୋଟୋରି ପ୍ରଦେଶର ରାଜ୍ୟପାଳଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଆସିବେ ବୋଲି ସୂଚନା ଦିଆଯାଇଥିଲା । ଏହି ପ୍ରସ୍ତାବିତ ମୈତ୍ରୀ ଚୁକ୍ତି ମାଧ୍ୟମରେ ଉଭୟ ରାଜ୍ୟ ମଧ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ, ସ୍ଥାନୀୟ ଉତ୍ପାଦର ପ୍ରୋତ୍ସାହନ, ଶିକ୍ଷା ଓ ଦକ୍ଷତା ବିକାଶ, ପର୍ଯ୍ୟଟନର ପ୍ରଚାର ଏବଂ ପାରସ୍ପରିକ ଜନ ସମ୍ପର୍କ ବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

ପ୍ରକାଶ ଥାଉକି ଗତ ମଇ ୨o ତାରିଖରେ କୋଲକାତାସ୍ଥିତ ଜାପାନର ମହାବାଣିଜ୍ୟ ଦୂତ ଓଡ଼ିଶା ଗସ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ପ୍ରସଙ୍ଗରେ ଆଲୋଚନା କରିବା ସହିତ ମଇ ୨୧ ତାରିଖରେ ସେ ମଧ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ

 

Continue Reading

Nation

ନିଟ୍ (ୟୁଜି) ୨୦୨୬ ପୁନଃ-ପରୀକ୍ଷାର ସୁପରିଚାଳନା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

Published

on

ଭୁବନେଶ୍ୱର: ଆସନ୍ତା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ (ୟୁଜି) ୨୦୨୬ ପୁନଃ ପରୀକ୍ଷାକୁ ସ୍ୱଚ୍ଛ, ସୁରକ୍ଷିତ ବ୍ୟବସ୍ଥା ଏବଂ ସୁଚାରୁ ପରିଚାଳନା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ସମସ୍ତ ଜିଲ୍ଲାପାଳମାନଙ୍କ ସହ ଏକ ଆଭାସୀ ବୈଠକରେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ନିଟ୍ ଏକ ଜାତୀୟସ୍ତରର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହୋଇଥିବାରୁ ଏହାର ସଫଳ ଆୟୋଜନ ପାଇଁ ବୈଠକରେ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲା ପ୍ରଶାସନକୁ ସର୍ବୋଚ୍ଚ ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷା ବ୍ୟବସ୍ଥା, ପରୀକ୍ଷା ସାମଗ୍ରୀର ନିରାପଦ ପରିବହନ, ପରୀକ୍ଷା କେନ୍ଦ୍ରଗୁଡ଼ିକର ପ୍ରସ୍ତୁତି ଏବଂ ଆବଶ୍ୟକ ସମନ୍ୱୟ ଉପରେ ମୁଖ୍ୟ ଶାସନ ସଚିବ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

 ନିଟ୍ ପରୀକ୍ଷା ଜୁନ୍ ୨୧ ତାରିଖ ଅପରାହ୍ଣ ୨ଟାରୁ ୫.୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡ଼ିଶାର ୨୭ଟି ସହରର ୧୩୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୬,୯୮୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ପ୍ରତ୍ୟେକ କେନ୍ଦ୍ରରେ ମାଜିଷ୍ଟ୍ରେଟ୍, ଆବଶ୍ୟକ ଯଥେଷ୍ଟ ସଂଖ୍ୟକ ପୋଲିସ କର୍ମଚାରୀ ଓ ସହାୟକ କର୍ମଚାରୀ ନିୟୋଜନ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।

ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ ଯୋଗଦେଇ ନିଟ୍ ପରୀକ୍ଷା ଆୟୋଜନ ନେଇ ଆଲୋଚନା କରିଥିଲେ । ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । ପରୀକ୍ଷା ସମ୍ବନ୍ଧୀୟ କୌଣସି ଗୁଜବ, ଭ୍ରାନ୍ତ ସୂଚନା କିମ୍ବା ଅସତ୍ ଉପାୟ ରୋକିବା ପାଇଁ ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବା ସହ ସନ୍ଦେହଜନକ କାର୍ଯ୍ୟକଳାପ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନକୁ ପରାମର୍ଶ ଦିଆଯାଇଥିଲା । ଏହାସହ ପରୀକ୍ଷା ସମୟରେ ଟ୍ରାଫିକ୍ ପରିଚାଳନା, ମହିଳା ପରୀକ୍ଷାର୍ଥୀ ଏବଂ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ସିସିଟିଭି ଏବଂ ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ସମୀକ୍ଷା ଓ ସମନ୍ୱୟ ବୈଠକ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏ ସଂପର୍କରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ମହା ନିର୍ଦ୍ଦେଶକ ଶ୍ରୀ ଅଭିଷେକ ସିଂ ପରୀକ୍ଷା ସୁପରିଚାଳନା ସଂପର୍କରେ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗ ସଚିବ ନୋଡାଲ ସଚିବ ଭାବେ ପରୀକ୍ଷା ପରିଚା

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions