Health

ଏମ୍ସ ଭୁବନେଶ୍ୱରର ସ୍ତ୍ରୀ-ରୋଗ ବିଶେଷଜ୍ଞ ଡ. ଶ୍ଵେତା ସିଂ’ଙ୍କୁ ମିଳିଲା ସମ୍ମାନଜନକ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର

Published

on

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଅତିରିକ୍ତ ପ୍ରଫେସର ଡ. ଶ୍ଵେତା ସିଂ’ଙ୍କୁ ସମ୍ମାନଜନକ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର ପ୍ରଦାନ କରାଯାଇଛି।
ଫେଡେରେସନ୍ ଅଫ୍ ଅବଷ୍ଟେଟ୍ରିକ୍ ଏବଂ ସ୍ତ୍ରୀ ରୋଗ ସୋସାଇଟି ଅଫ୍ ଇଣ୍ଡିଆ (ଫୋଗସି) ପକ୍ଷରୁ ନିକଟରେ ଇନ୍ଦୋରରେ ଆୟୋଜିତ ହୋଇଥିବା ପ୍ରସୂତି ଏବଂ ସ୍ତ୍ରୀ ରୋଗ ସର୍ବଭାରତୀୟ ସମ୍ମିଳନୀ-୨୦୨୨ରେ ଡ. ସିଂ’ଙ୍କୁ ୨୦୨୦ ବର୍ଷ ପାଇଁ ବରିଷ୍ଠ ବର୍ଗରେ “ଶ୍ରେଷ୍ଠ ଅନୁସନ୍ଧାନ” ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଡ. ସିଂଙ୍କ ଅନୁସନ୍ଧାନ ଗର୍ଭଧାରଣ ସମୟରେ ଉଚ୍ଚ ରକ୍ତଚାପ ତଥା ଏନେଇ ରହିଥିବା ଅନ୍ୟାନ୍ୟ ଜଟିଳତା ସନ୍ଦର୍ଭରେ ଥିଲା। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୧୦ ପ୍ରତିଶତ ପ୍ରସୂତୀଙ୍କ ନିକଟରେ ଏହି ଜଟିଳତା ପରିଲକ୍ଷିତ ହୋଇଥାଏ।
ଏନେଇ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ, ମେଡିକାଲ ଅଧୀକ୍ଷକ ଡ. ଏସ ଏନ୍ ମହାନ୍ତି ଡ. ସିଂଙ୍କୁ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଏହା ଅନ୍ୟମାନଙ୍କୁ ସମାଜର କଲ୍ୟାଣ ପାଇଁ ଅଧିକ ଗବେଷଣା କରିବାକୁ ଉତ୍ସାହିତ କରିବବୋଲି ଉଭୟ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ପୁରସ୍କାର ହେଉଛି ଫୋଗସିର ସର୍ବୋଚ୍ଚ ପୁରସ୍କାର। ଏଥିପାଇଁ ପ୍ରାପକଙ୍କୁ ଏକ ସୁନାରେ ନିର୍ମିତ ପ୍ଲେକ୍ ସହିତ ପ୍ରମାଣପତ୍ର ଏବଂ ନଗଦ ୭୫ହଜାର ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଥାଏ।

Leave a Reply

Your email address will not be published. Required fields are marked *

Trending

Exit mobile version