Nation

ପିଆଇବି ଭୁବନେଶ୍ଵରର ଅତିରିକ୍ତ ମହା ନିର୍ଦ୍ଦେଶକ ଭାବେ ଦାୟିତ୍ଵ ନେଲେ ଅଖିଳ କୁମାର ମିଶ୍ର

Published

on

ଭୁବନେଶ୍ୱର : ଭାରତୀୟ ସୂଚନା ସେବାର ୧୯୯୯ ବ୍ୟାଚର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିଆଇବି), ଭୁବନେଶ୍ଵରର ଅତରିକ୍ତ ମହା ନିର୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ମଶ୍ରି ଓଡିଶାରେ ଅତିରିକ୍ତ ପ୍ରେସ ରେଜିଷ୍ଟ୍ରlର ଜେନେରାଲ ମଧ୍ୟ କାର୍ଯ୍ୟ କରିବେ । ଓଡିଶା ସହ ସେ ଝାଡ଼ଖଣ୍ଡର ଅତରିକ୍ତ ଦାୟିତ୍ଵ ମଧ୍ୟ ନିର୍ବାହ କରିବେ ।
ଶ୍ରୀ ମିଶ୍ର ଏହା ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆକାଶବାଣୀ , ଦୂରଦର୍ଶନ, ଚଳଚ୍ଚିତ୍ର ପ୍ରମାଣନ ସେବା ବୋର୍ଡ, ପିଆଇବି ଏବଂ ସିବିସି ଆଦି ଗରୁତ୍ବପୂର୍ଣ୍ଣ ବିଭାଗରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇଛନ୍ତି । ଜଣେ ଗବେଷକ ଭାବରେ ସେ ଆମେରିକାର ବକ୍ସଲ ଓ ମୟାରଲାଣ୍ଡ ତଥା ଅଷ୍ଟ୍ରେଲିଆର
କୁଇନସଲାଣ୍ଡ ବଶ୍ଵିବିଦ୍ୟାଳୟ ପରିଭ୍ରମଣ କରିଛନ୍ତି l
ସେ ଜଣେ ପ୍ରତଷ୍ଠିତ କବି ଭାବରେ ସେ ପରିଚିତ ଓ ତାଙ୍କର ଅନେକ କାବ୍ୟକୃତି ପାଠକୀୟ ଆଦୃତି ଲାଭ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version