Nation

ଓଡ଼ିଶାର ପାଇକ ବିଦ୍ରୋହ ଉପରେ ଗୃହମନ୍ତ୍ରୀ ଶାହାଙ୍କ ଅଧିକ ଜ୍ଞାନ

Published

on

ନୂଆଦିଲ୍ଲୀ: ଓଡିଶାର ପାଇକ ବିଦ୍ରୋହ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଜ୍ଞାନ ଅଧିକ। ଅନ୍ତତଃ ଏହାହିଁ ଭାବନ୍ତି ଶାହା।

ଓଡ଼ିଶାର ବୀର ପୁତ୍ର ବକ୍ସି  ଜଗବନ୍ଧୁଙ୍କ  ନେତୃତ୍ଵରେ ବ୍ରିଟିଶ ସରକାର ବିରୁଦ୍ଧରେ ହୋଇଥିବା ପାଇକ ବିଦ୍ରୋହକୁ ପ୍ରସ୍ତୁତ ହୋଇଥିବା ଷ୍ଟାର ଟିଭିର ‘ବିଦ୍ରୋହୀ’ ଧାରାବାହିକ ଦେଖିବାପରେ ଶାହା ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଧାରାବାହିକ ପ୍ରସ୍ତୁତି ବେଳେ ତାଙ୍କୁ ପରାମର୍ଶ କରିଥିଲେ ସେ ସେହି ବୀର ଗାଥା ସମ୍ପର୍କରେ ଅଧିକ ତଥ୍ୟ ଦେଇ ପାରିଥାନ୍ତେ।

ଶାହାଙ୍କ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସୋମବାର ଏହି ଧାରାବାହିକର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମହାଦେବ ଅଡିଟୋରିଅମରେ କରିଥିଲେ।

ଏହି ଅବସରରେ ଧାରାବାହିକର ନାୟିକା ହେମାଲ ଇଂଗଲେଙ୍କୁ ଭେଟି ଶାହା ବେଶ ଖୁସି ହେଲେ। କୋଲହାପୁରର ହେମାଲଙ୍କୁ କଗିଲେ କୋଲହାପୁର ତାଙ୍କର ଶଶୁର ଘର।

Leave a Reply

Your email address will not be published. Required fields are marked *

Trending

Exit mobile version