ଭୁବନେଶ୍ୱର: ‘ଅନୁସୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’ ପାଇଁ କେବଳ ଓଡ଼ିଆ ଭାଷାରେ ଲେଖୁଥିବା ଯୁବଲେଖିକାମାନଙ୍କ ପୁସ୍ତକ ଆମନ୍ତ୍ରଣ କରାଯାଉଛି । ଲେଖିକାଙ୍କ ବୟସ ୩୦ ବା ୩୦ରୁ କମ୍ ହୋଇଥିବ ଓ ତାଙ୍କ ପୁସ୍ତକ ୨୦୨୩/୨୦୨୪ରେ ପ୍ରକାଶିତ ହୋଇଥିବ । ଏଥି ପାଇଁ ସଂପୃକ୍ତ ଲେଖିକା କିମ୍ବା ପ୍ରକାଶକ କିମ୍ବା ପ୍ରସ୍ତାବକ ମଧ୍ୟ ସୁପାରିଶ କରିପାରିବେ । ସୁପାରିଶ ପତ୍ରରେ ପୁସ୍ତକର ନାମ, ଲେଖିକାଙ୍କ ନାମ, ଡାକ ଠିକଣା, ଇମେଲ୍, ଜନ୍ମ ତାରିଖ ପ୍ରମାଣପତ୍ର ଓ ଟେଲିଫୋନ ନମ୍ବର ରହିବା ଦରକାର ।
ଚଳିତ ବର୍ଷ କେବଳ କବିତା ପାଇଁ ପୁରସ୍କାର ଦିଆଯିବ । ତିନିଜଣିଆ ବିଚାରକମଣ୍ଡଳୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ । ପୁରସ୍କାର ଚୟନ ଓ ବିଚାରକଙ୍କ ସଂପର୍କରେ କୌଣସି ଯୋଗାଯୋଗ କରାଯାଇପାରିବ ନାହିଁ । ଆସନ୍ତା ଅପ୍ରେଲ ୩୦ ତାରିଖ ସୁଦ୍ଧା ଗୋଟିଏ ପୁସ୍ତକ ସହିତ ସୁପାରିଶ ପତ୍ର ‘ସୂର୍ଯ୍ୟ ମିଶ୍ର, ବି-୧୦୯, ସିଟି ଏନ୍କ୍ଲେଭ୍, ଗାୟତ୍ରୀ ବିହାର, ସୁନ୍ଦରପଦା, ଭୁବନେଶ୍ୱର-୭୫୧୦୦୨ (ମୋ-୬୩୭୧୪୩୫୨୮୮)’ ଠିକଣାରେ ପହଞ୍ଚିବା ଆବଶ୍ୟକ ।
‘ଅନୁସୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’ ଆସନ୍ତା ଜୁନ ୧୧ ତାରିଖରେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ । ପୁରସ୍କାର ବାବଦରେ ୨୧ ହଜାର ଟଙ୍କା, ଅଙ୍ଗବସ୍ତ୍ର ଓ ପ୍ରଶସ୍ତିପତ୍ର ଦିଆଯିବ । ପୁରସ୍କାର ପ୍ରକ୍ରିୟା ପରିଚାଳନା ଓ ଆୟୋଜନର ଦାୟିତ୍ୱ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଗ୍ରହଣ କରାଯାଇଛି ବୋଲି ସଂପାଦିକା ସୋନାଲି ମହାପାତ୍ର ପ୍ରକାଶ କରିଛନ୍ତି l