ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରୋଧ ଦେଖି କେନ୍ଦ୍ରମନ୍ତ୍ରୀମାନଙ୍କ ମନରେ ଶଙ୍କା ପଶିଛି। ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବାର ଚିନ୍ତା ଏବେ ସେମାନଙ୍କୁ ଘରିଛି।
ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଦୁଇଟି ପୃଥକ ପୃଥକ ବୈଠକରେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଏବଂ ବିଭାଗୀୟ ସଚିବ ମାନଙ୍କୁ କଡା ଶବ୍ଦରେ ତାଗିଦ କରିବା ଘଟଣା ଏବେ କ୍ଷମତା ଆଳିନ୍ଦରେ ଖୁବ ଚର୍ଚ୍ଚାରେ ରହିଛି।
ପରିବର୍ତ୍ତିତ ବିଶ୍ୱ ରାଜନୈତିକ ଘଟଣାବଳୀ ଏବଂ ଦେଶର ପରିବର୍ତ୍ତିତ ବୈଦେଶିକ ନୀତି ଆଧାରରେ ଜାତୀୟ ନିରାପତ୍ତା ପରିଷଦ ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ପରାମର୍ଶକୁ ମନ୍ତ୍ରୀ ଏବଂ ସଚିବମାନେ ଅଣଦେଖା କରୁଥିବାରୁ ପ୍ରଧାନମନ୍ତ୍ରୀ ମୋଦି ବିରକ୍ତି ପ୍ରକାଶ କରିଥିଲେ।