Connect with us

ଭୁବନେଶ୍ୱର: ପରମ୍ପରା ଓ ଆଂଚଳିକ ଭାଷାର ମହତ୍ତ୍ୱ ଆମର ଅସ୍ମିତାକୁ ଦୃଢ଼ କରିବାରେ ସମର୍ଥ । ଭାରତୀୟ ସାହିତ୍ୟରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଉଲ୍ଲେଖନୀୟ ବୋଲି ସାହିତ୍ୟ ଏକାଡେମୀ ଉପସଭାପତି ପ୍ରଫେସର କୁମୁଦ ଶର୍ମା ଉଲ୍ଲେଖ କରିଛନ୍ତି । ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ୱର ସାହିତ୍ୟ ପର୍ବର ଉଦ୍‌ଘାଟନ କରି ପ୍ରଫେସର ଶର୍ମା ଅସ୍ମିତାର ଅଭିବୃଦ୍ଧିକ୍ରମେ କଳା ସାହିତ୍ୟ ସଂସ୍କୃତିର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ।
ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍‌ବୋଧନ ଦେଇ ମାତୃଭାଷାର ବିକାଶ ନିମନ୍ତେ ସାହିତ୍ୟିକମାନଙ୍କର ଗରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ପ୍ରକାଶ କରିଥିଲେ । ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇ ଓଡ଼ିଆ ଓ ସାନ୍ତାଳୀ ସାହିତ୍ୟର ବନ୍ଧୁତା ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ପ୍ରଫେସର ଯତୀନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ସାହିତ୍ୟ ଆମକୁ ବଂଚିବାର ଅର୍ଥ ଯୋଗାଇ ଦେଇଥାଏ ଓ ଏହି ସୃଜନଶୀଳ ଯାତ୍ରା ଭିବଷ୍ୟତ ପାଇଁ ଶୁଭଙ୍କର ବୋଲି ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ପୌରୋହିତ୍ୟ କରିଥିବାବେଳେ ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ କବି ଡକ୍ଟର ଗୌତମ ଜେନା ଓ ଚିତ୍ରଶିଳ୍ପୀ ଶ୍ରୀ ପ୍ରଶାନ୍ତ ମାଝୀଙ୍କୁ ଯଥାକ୍ରମେ “କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ” ଓ “ଦିନନାଥ ପାଠୀ ଶିଳ୍ପୀ ସମ୍ମାନ” ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ଶୈଳେନ୍ଦ୍ର କୁମାର ଜେନା, ବିଦ୍ୟୁତ୍‌ପ୍ରଭା ଗନ୍ତାୟତ, ଅଶୋକ ସିଂ ଓ ସୂର୍ଯ୍ୟ ମିଶ୍ରଙ୍କ ପୁସ୍ତକ ସମେତ ଅନୁଷ୍ଠାନର କବିତା ମୁଖପତ୍ର ‘କବିତା-୨୦୨୪’ ଓ ସାହିତ୍ୟ ପର୍ବର ସ୍ମରଣିକା ‘ଆସର’ ଲୋକାର୍ପିତ ହୋଇଥିଲା ।
ଉଦ୍‌ଘାଟନ ପରେ “ସମକାଳୀନ ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା” ଶୀର୍ଷକ ଆଲୋଚନାଚକ୍ରରେ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା, ଡ. ସଂଗ୍ରାମ ଜେନା, ଡ. ସଂଘମିତ୍ରା ଭଞ୍ଜ, ଡ. ଶୁଭଶ୍ରୀ ଲେଙ୍କା ଓ ଡ. ଜ୍ଞାନୀ ଦେବାଶିଷ ମିଶ୍ର ଅଂଶ ଗ୍ରହଣ କରିଥିବାବେଳେ “କୃତ୍ରିମ ବୁଦ୍ଧିମତ୍ତା ଓ ସୃଜନଶୀଳତା” ଶୀର୍ଷକ ଆଲୋଚନାଚକ୍ରରେ ପ୍ରଫେସର ଗଣପତି ପଣ୍ଡା, ଡ. ସତ୍ୟରଞ୍ଜନ ଦାସ, ସୁଶ୍ରୀ ଲିଙ୍କନ ସୁବୁଦ୍ଧି ଓ ଡ. ରୋଜାଲିନା ପ୍ରିୟଦର୍ଶିନୀ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ “ସମକାଳର ଓଡ଼ିଆ ବ୍ୟଙ୍ଗ ସାହିତ୍ୟ” ଉପରେ ଅଧ୍ୟାପକ ରମାକାନ୍ତ ମିଶ୍ର, ଜ୍ଞାନ ହୋତା, ଓମ୍ ଅଭିଜ୍ଞାନ ସାହୁ ଅଂଶଗ୍ରହଣ କରି ବ୍ୟଙ୍ଗ ସାହିତ୍ୟର ପ୍ରଭାବ ଓ ପରିସୀମା ଉପରେ ଉତ୍ତର ରଖିଥିଲେ ଏବଂ ଡକ୍ଟର ଦେବାଶିଷ ମହାପାତ୍ର ସଂଯୋଜନା କରିଥିଲେ । ପରେ ପ୍ରସିଦ୍ଧ କଥାଶିଳ୍ପୀ ବନଜ ଦେବୀ ଓ ଡ. ଅରବିନ୍ଦ ରାୟଙ୍କ ମଧ୍ୟରେ ଆଳାପ ହୋଇଥିଲା । ଅପରାହ୍ନରେ “ଓଡ଼ିଆ ସଙ୍ଗୀତ ମଂଚନାଟକ ଓ ସିନେମା: ସ୍ଥିତି ଓ ସମ୍ଭାବନା” ଶୀର୍ଷକ ଦଳଗତ ଆଲୋଚନାରେ ଶ୍ରୀ ଗଦାଧର ପୁଟୀ, ଡ. ସଙ୍ଗୀତା ଗୋସାଇଁ, ଶ୍ରୀ ଦେବାନନ୍ଦ ସୋନୀ, ଡ. ଆଦ୍ୟାଶା ଦାସ ଓ ସୂର୍ଯ୍ୟ ଦେଓ ଆଲୋଚନା କରିଥିଲେ । ସଂଧ୍ୟାରେ ପ୍ରଣମ୍ୟ ସଙ୍ଗୀତ ସାଧିକା ଗୁରୁମା ସୁନନ୍ଦା ପଟ୍ଟନାୟକଙ୍କ ଜୀବନୀ ଆଧାରିତ ବୃତ୍ତଚିତ୍ର “ନୀଳମାଧବ” ପ୍ରଦର୍ଶିତ ହୋଇଥିଲା ।
କାର୍ଯ୍ୟକ୍ରମରେ ରାଜ୍ୟର ପ୍ରସିଦ୍ଧ ଲେଖକ, କବି, ସାହିତ୍ୟିକ, ସଙ୍ଗୀତଜ୍ଞ, ସମାଜକର୍ମୀ ଓ ସଂସ୍କୃତିପ୍ରେମୀମାନେ ଉପସ୍ଥିତ ଥିଲେ । ଉତ୍ସବ ଆସନ୍ତାକାଲି ମଧ୍ୟ ଚାଲିବ ।

Continue Reading
Click to comment

Leave a Reply

Your email address will not be published. Required fields are marked *

ସାହିତ୍ୟ

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର  “ସାହିତ୍ୟ ମାସିକୀ” ରେ ନାଟ୍ୟକାର ବିଜୟ ଦାସ

Published

on

ଭୁବନେଶ୍ୱର: ସର୍ଜନର ଶେଷ ନାହିଁ | ପୂର୍ଣ୍ଣତାର ଉପଲବ୍ଧି ଆସିଲେ ଆଉ ଲେଖି ହୁଏନାହିଁ | ପ୍ରତି ଲେଖକ କୌଣସି ଲେଖାକୁ ଶେଷ ବୋଲି ମନେ କରିବା ଉଚିତ ନୁହେଁ ବୋଲି ବିଶିଷ୍ଟ ନାଟ୍ୟକାର ଓ ସ୍ତମ୍ଭକାର ବିଜୟ ଦାସ ଉଲ୍ଲେଖ କରିଛନ୍ତି |

ଗତ ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ”ସାହିତ୍ୟ ମାସିକୀ” କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଦାସ “ମୋ ସୃଜନ :ମୋ ଜୀବନ ” ଶୀର୍ଷକ ବକ୍ତବ୍ୟ ରଖିଥିଲେ |

କଥାକାର ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀ ଦାସ ଜଣେ ଉଦଘୋଷକ, ଗୀତିକାର, ନାଟ୍ୟକାର ଓ ସ୍ତମ୍ଭକାର ଭାବରେ ତାଙ୍କ ଅନୁଭୂତି ବର୍ଣନା କରିଥିଲେ |

“ଏ ମାସର କଥାକାର” ଭାବରେ ରଶ୍ମି ରଞ୍ଜନ ରାଉତ ଯୋଗ ଦେଇ ସ୍ୱରଚିତ ଗଳ୍ପ ପାଠ କରିଥଲେ l

ପ୍ରଥମେ ଅନୁଷ୍ଠାନର କାର୍ଯ୍ୟକର୍ତା ଅଶୋକ ସିଂହ ସୂଚନା ଦେଇଥିଲେ |

ଦ୍ଵିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା | ମିନତି ମିଶ୍ର ଓ କୁମୁଦିନୀ ଜୀଙ୍କ ମିଳିତ ସଂଯୋଜନାରେ ପ୍ରଦୀପ୍ତ ବାରିକ, ରଜନୀ ରଞ୍ଜନ, ପ୍ରହରାଜ ଜୟନାରାୟଣ ନନ୍ଦ, ମିହିରକାନ୍ତି ଦାସ, ନୃସିଂହ ତରାଇ, ପ୍ରିୟରଞ୍ଜନ ସାହୁ, ଇତିଶ୍ରୀ ପତି, ନୃସିଂହ ତରାଇ, ଧ୍ରୁବ ଚରଣ ସେଠୀ, ନିଶାକର ପଣ୍ଡା, ବିଜୟ ମହାପାତ୍ର, ବିଦ୍ୟୁତପ୍ରଭା ଗନ୍ତାୟତ, ସୁଶାନ୍ତ ଷଡ଼ଙ୍ଗୀ, ଗୋଲକ ବିହାରୀ ସାହୁ, ମାୟାଧର ସାହୁ, ଭୁବନେଶ୍ୱରୀ ପଣ୍ଡା, ଦିଲ୍ଲୀପ ଷଡ଼ଙ୍ଗୀ,ଶ୍ୟାମା କିଙ୍କର ମହାନ୍ତି, ବାସନ୍ତୀ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ |

ଶେଷରେ ଅନୁଷ୍ଠାନର ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l

Continue Reading

ସାହିତ୍ୟ

ଅକ୍ଷୟ ମହାନ୍ତି ମାରିଥିଲେ ଏକ ଶକ୍ତ ଚାପୁଡ଼ା : ଗୀତିକାର ସଚ୍ଚି ମହାନ୍ତି 

Published

on

ଭୁବନେଶ୍ୱର: ସମ୍ପର୍କ ଓ ସଂଘର୍ଷ ତାଙ୍କ ଗୀତିକାର ଜୀବନର ସୃଜନ ଭୂମି ବୋଲି କହିଛନ୍ତି ଖ୍ୟାତନାମା ଗୀତିକାର ସଚ୍ଚି ମହାନ୍ତି | ସଫଳ ଗୀତି କବିତା ଲେଖିବା ପାଇଁ ନିଷ୍ଠା, ଅଧ୍ୟୟନ ଓ ପର୍ଯ୍ୟବେକ୍ଷଣ ଦରକାର |

ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନ ସଭା ପ୍ରକୋଷ୍ଠରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ “ସାହିତ୍ୟ ମାସିକୀ ” ରେ ଯୋଗ ଦେଇଛି ଗୀତିକାର ଶ୍ରୀ ମହାନ୍ତି ତାଙ୍କ ସୃଜନ ଯାତ୍ରା ଉପରେ ଆଲୋକପାତ କରିଥିଲେ | ଗୀତି କବିତାକୁ ସାରସ୍ୱତ ମର୍ଯ୍ୟାଦା ମିଳୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ | ସଫଳ ଗୀତ ଲେଖିବା ପାଇଁ ସେ ଅକ୍ଷୟ ମହାନ୍ତିଙ୍କ ଠାରୁ ଚାପୁଡ଼ା ଖାଇଥିଲେ ବୋଲି ସେ ପ୍ରକାଶ କରିଥିଲେ |ବିଶିଷ୍ଟ ସିନେ -ଗବେଷକ ସୂର୍ଯ୍ୟ ଦେଓ ଶ୍ରୀ ମହାନ୍ତିଙ୍କ ସହିତ କଥାବାର୍ତା କରିଥିଲେ |

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଯୁବ କବି ରଶ୍ମିରେଖା ଦାସ “ଏ ମାସର କବି ” ଭାବରେ ଯୋଗ ଦେଇ କବିତା ପାଠ କରିଥିଲେ |ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସଭାପତି ମିନତି ଦାଶ (ମାନୀ) ଓ ଜୟଶ୍ରୀ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ କବିତା ପାଠୋତ୍ସବ ହୋଇଥିଲା | ପ୍ରଦ୍ୟୁମ୍ନ ପଟ୍ଟନାୟକ, ବିଧୁ ତ୍ରିପାଠୀ, ମିନତି ମିଶ୍ର, ହରିହର ବଳବନ୍ତରାୟ, ନିରୁପମା କର, ପବିତ୍ର ବାରିକ, ଅଶୋକ ସିଂହ, ରଜନୀ ପଟ୍ଟନାୟକ, ପ୍ରହରାଜ ଜୟ ନାରାୟଣ ନନ୍ଦ, ଧ୍ରୁବ ଚରଣ ସେଠୀ, ସୁଧା ପଟ୍ଟନାୟକ, ଅଲେଖ ରାଉତ, ପ୍ରିୟ ସାହୁ, ନନ୍ଦ କିଶୋର ବିଶ୍ୱାଳ, ସ୍ଵର୍ଣ୍ଣଲତା ମହାପାତ୍ର, ସୁସ୍ମିତା ଶତପଥି, ପବିତ୍ର ମୋହନ କର, ସ୍ନିଗ୍ଧା ସ୍ୱାଇଁ, ଗୀତାଞ୍ଜଳି ଦଳାଇ, ମଧୁମିତା ମିଶ୍ର, ନିରୁପମା ରଥ, ମଧୁସ୍ମିତା ସା, ଶ୍ୟାମାକିଙ୍କର ମହାନ୍ତି, ଅନ୍ତର୍ଯ୍ୟାମୀ ପ୍ରଧାନ, ଭିକାରୀ ଧଳ , ମାନିନୀ ଜେନା, ସଞ୍ଜୁଲତା ମହାନ୍ତି (ପଟ୍ଟନାୟକ), ଚିତ୍ତରଞ୍ଜନ ବର୍ମା, ସଂଘମିତ୍ରା ମହାପାତ୍ର, ଶର୍ମିଷ୍ଠା ମହାପାତ୍ର, ସୁଶାନ୍ତ ଷଡ଼ଙ୍ଗୀ ଓ ଇତିଶ୍ରୀ ପତି ପ୍ରାୟ ଚାଳିଶରୁ ଅଧିକ କବି ଲେଖା ପାଠ କରିଥିବାବେଳେ ଅନ୍ୟତମ ଉପସଭାପତି ବିଭୁତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରଥିଲେ |

Continue Reading

ସାହିତ୍ୟ

“ସ୍ମୃତି ସାରଦା ” ପକ୍ଷରୁ  କଥାଶିଳ୍ପୀ ସାରଦା ପ୍ରସାଦ ମିଶ୍ରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 

Published

on

ଭୁବନେଶ୍ୱର: ସାରଦାପ୍ରସାଦଙ୍କ ଗଳ୍ପରେ ଜୀବନବୋଧ ପାଠକଙ୍କୁ ମୋହଗ୍ରସ୍ତ କରେ |ତାଙ୍କ ଗଳ୍ପ ରଚନାର ଭାଷା ଓ କାରିଗରୀ ଥିଲା ଅସାଧାରଣ |ବିଶିଷ୍ଟ କଥାକାର ସ୍ୱର୍ଗତ ସାରଦା ପ୍ରସାଦ ମିଶ୍ରଙ୍କ ସ୍ମରଣ ସଭାରେ ଅତିଥିମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ନିବେଦନ କରିଛନ୍ତି |

“ସ୍ମୃତି ସାରଦା” ଆନୁକୂଲ୍ୟରେ ସ୍ଥାନୀୟ ରୋଟାରି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟକର ବିଭାଗର ପ୍ରାକ୍ତନ ପ୍ରଶାସକ ତଥା ସ୍ତମ୍ଭକାର ମନୋରଞ୍ଜନ ପାଣିଗ୍ରାହୀ ଅଧ୍ୟକ୍ଷତା କରି ସାରଦାଙ୍କ ସହିତ ତାଙ୍କ ଅନ୍ତରଙ୍ଗ ସମ୍ପର୍କର ସ୍ମୃତିଚାରଣ କରିଥିଲେ | ପ୍ରସିଦ୍ଧ କଥାଶିଳ୍ପୀ ଜୟନ୍ତୀ ରଥ, କଥାକାର ପରେଶ ପଟ୍ଟନାୟକ ଓ ସମ୍ପାଦକ ତଥା ଅନୁବାଦକ ଅସିତ ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାରଦାଙ୍କ ଗଳ୍ପକାରିତା, ବନ୍ଧୁବତ୍ସଳତା, ତାଙ୍କ ଗଳ୍ପର ବିଶେଷତ୍ୱ, ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଓ ବୃତ୍ତିଗତ ସଫଳତା ନେଇ ବିସ୍ତୃତ ଆଲୋଚନା କରିଥିଲେ |

ଅତିଥିମାନେ ପ୍ରଥମେ ସାରଦାଙ୍କ ଉଦ୍ଦେଶ୍ୟରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ | ବିଶ୍ୱବନ୍ଦିତା ତିଆଡ଼ି ଓ ରୁପାଲୀ ପ୍ରିୟଦର୍ଶିନୀ ଭଜନ ପରିବେଷଣ କରିଥିଲେ | ସାରଦାଙ୍କ ବନ୍ଧୁ କବି ସୂର୍ଯ୍ୟ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ | ଯୁବଲେଖିକା ରଶ୍ମିତା ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ |

ଏହି କାର୍ଯ୍ୟକ୍ରମରେ ପଣ୍ଡିତ ପ୍ରବୋଧ କୁମାର ମିଶ୍ର,ରବି ସ୍ୱାଇଁ, ଅଭିରାମ ବିଶ୍ୱାଳ,ହରିପଦ ଶତପଥି,ରକ୍ଷକ ନାୟକ ଶୈଳେନ୍ଦ୍ର ଜେନା,ଆଭାସ ବରାଳ,ରମାକାନ୍ତ ସାମନ୍ତରାୟ,ଅମିତାଭ ଖିଲାର, ମୌସୁମୀ ଦାସ, ସୁନନ୍ଦା ପ୍ରଧାନ, ଅଶୋକ ଦାଶ, ସୁଶାନ୍ତ ଦାଶ,ପ୍ରଫୁଲ୍ଲ ରଥ ଜୟନାରାୟଣ ନନ୍ଦ, ସଞ୍ଜୟ ମହାନ୍ତି, ଗିରୀଶ ସ୍ୱାଇଁ,ସୁବ୍ରତ ସେନାପତି, ଅକ୍ଷୟ ବେହେରା, ସୂର୍ଯ୍ୟ ମହାନ୍ତି, ସନ୍ତୋଷ ଦାସ, ସୁଧୀର ମଉଡମଣି ପ୍ରମୁଖ ଉପସ୍ଥିତ ଥିଲେ | ସାରଦାଙ୍କ ପତ୍ନୀ ସରସ୍ବତୀ, ଭାଇ ପବିତ୍ର ଓ ସୌଭାଗ୍ୟ ସମବେତ ଅତିଥିମାନଙ୍କର ପରିଚର୍ଯ୍ୟା କରିଥିଲେ |

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions