ସ୍ପେଶାଲ ରିପୋର୍ଟ

ଭୁବନେଶ୍ୱର ମଦର୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ଅଙ୍କୁରମ’ ପାଳିତ

Published

on

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଚଳିତ ନଭେମ୍ବର ୮ ତାରିଖ ଦିନ ଅତ୍ୟଧିକ ଉତ୍ସାହର ସହ ଏହାର ବାର୍ଷିକ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଅଙ୍କୁରମ୍‌’ ଯାହାର ଅର୍ଥ ହେଉଛି ବଡ୍ ବା ଅଙ୍କୁର, ଯେଉଁଠାରେ ଜ୍ଞାନ ଅଙ୍କୁରିତ ହୋଇଥାଏ ଏବଂ ମାନବଜାତିର ହୃଦୟରେ ଜ୍ଞାନର ଆଲୋକ ବିକଶିତ ହୋଇଥାଏ ।

ଏହି ଅବସରରେ ବିଦ୍ୟାଳୟ ନିଜର ଉତ୍କର୍ଷତାର କାହାଣୀକୁ ପ୍ରସାରିତ କରିଛି । ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ ଦୁନିଆର ଆହ୍ୱାନର ମୁକାବିଲା କରିବାର ଦକ୍ଷତା ସହିତ ସଜ୍ଜିତ କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଜୀବନବ୍ୟାପୀ ଶିକ୍ଷଣ ଅଭିଜ୍ଞତା ଥିବା ବିଶ୍ୱନାଗରିକମାନଙ୍କ ମଧ୍ୟରେ ପରିଣତ କରିବା କାର୍ଯ୍ୟରେ ଅନୁଷ୍ଠାନର ଉତ୍କୃଷ୍ଟ ଯୋଗଦାନ ରହିଛି ।

ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଆରମ୍ଭ ହୋଇଥିଲା ଯେଉଁମାନଙ୍କ ମଧ୍ୟରେ ଡଃ କେ. ଶ୍ରୀନିବାସନ, ଆଂଚଳିକ ଅଧିକାରୀ/ଯୁଗ୍ମ ସଚିବ, ସେଂଟର ଅଫ୍ ଏକ୍ସିଲେନ୍ସ, ସିବିଏସ୍‌ଇ, ଭୁବନେଶ୍ୱର, ସ୍କୁଲର ପ୍ରନ୍ସିପାଲ ଓ ମେଂଟର ପୋଲି ପଟ୍ଟନାୟକ, ଭାଇସ୍ ପ୍ରିନ୍ସିପାଲ ଆଶା ଟିଆର୍‌, ନିର୍ଦ୍ଦେଶକ ଶ୍ରୀ ଶ୍ରୀଜିତ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶକ ମିନତୀ ସାବତ, ଏକାଡେମିକ୍ ସୁପର୍‌ଭାଇଜର ଅମ୍ରିତା ଚୌଧୁରୀ ଓ ଏକପର୍ଣ୍ଣା ଚାଟାର୍ଜୀ, ହେଡ୍‌ମିଷ୍ଟ୍ରେସ ସନ୍ତୋଷୀ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।

ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ଏବଂ ଅର୍କେଷ୍ଟ୍ରା ଦ୍ୱାରା ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକମାନଙ୍କୁ ସ୍ୱାଗତ କରାଯାଇଥିଲା ଯାହା ଉତ୍ସବରେ ଏକ ଜୀବନ୍ତ ସ୍ପର୍ଶ ଯୋଗ କରିଥିଲା । ଯୁବ ପ୍ରଦର୍ଶନକାରୀମାନେ ଦର୍ଶକମାନଙ୍କୁ ନିଜର ଚତୁର, ମନୋହର  କଳା ପ୍ରଦର୍ଶନ ସହ ବିମୋହିତ କରିଥିଲେ । ଏହା ଏସ୍‌ଡିଜି ସହ ସମାନ୍ତରାଳ ଭାବେ ଗୌରବମୟ କାର୍ଯ୍ୟର ମିଶ୍ର ଗଣ ମାଧ୍ୟମରେ ଏକ ନୂତନ ଓ ଉଦୀୟମାନ ଭାରତର ପ୍ରତୀକାତ୍ମକ ପ୍ରଦର୍ଶନ ଥିଲା । ଏହା ପରେ ଏକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ଯାହା ବିଗତ ବର୍ଷଗୁଡିକରେ ସ୍କୁଲର ସ୍ମରଣୀୟ କାର୍ଯ୍ୟକ୍ରମ ଓ ସଫଳତାଗୁଡିକର ଏକ ଝଲକ ଦେଖାଇଥିଲା ।

ମୁଖ୍ୟ ଅତିଥି ଡଃ କେ. ଶ୍ରୀନିବାସନ ଏଭଳି ସାଂସ୍କୃତିକ ମହୋତ୍ସବର ମହତ୍ୱକୁ ହାଇଲାଇଟ୍ କରିଥିଲେ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ‘ଅଙ୍କୁରମ୍‌’ର ମହତ୍ୱକୁ ଧାରଣ କରିବା କ୍ଷେତ୍ରରେ ସେମାନଙ୍କର ଚମତ୍କାର ପ୍ରୟାସ ପାଇଁ ପ୍ରଶଂସା କରିଥିଲେ

ସେ ଆହୁରି ମଧ୍ୟ କହିଥିଲେ ଯେ, ଏହା ସ୍କୁଲର ଚାରି କାନ୍ଥ ବାହାରେ ସେମାନଙ୍କର ସୃଜନଶୀଳତାକୁ  ନୂଆ ରୂପ ଦେବା ପାଇଁ ଏକ ମାଧ୍ୟମ । ଏହି ଶୁଭ ଅବସରରେ  ସ୍କୁଲର ବାର୍ଷିକ ପତ୍ରିକା ‘ପ୍ରକୃତି’ର ଉନ୍ମୋଚନ କରାଯାଇଥିଲା । ସମ୍ମାନିତ ପ୍ରିନ୍ସିପାଲ ତଥା ମେଂଟର ପୋଲି ପଟ୍ଟନାୟକ ସ୍କୁଲର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ । ନିଜ ଅଭିଭାଷଣରେ ପ୍ରିନ୍ସିପାଲ କହିଥିଲେ, “ଏହା କେବଳ ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ସ୍କୁଲର ସମସ୍ତ ଶିକ୍ଷକମାନଙ୍କ ପାଇଁ ଏକ ଗର୍ବର ମୁହୂର୍ତ ଅଟେ ଯିଏକି ଉତ୍କର୍ଷତାର ବିରାସତକୁ ଆଗକୁ ବଢାଇବା ଦିଗରେ ଏହି ଗୌରବ ଆଣିବା ଲାଗି ସେମାନଙ୍କ ସହ ପ୍ରତ୍ୟେକ ପର୍ଯ୍ୟାୟରେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି । ସେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ପ୍ରଶଂସା କରିଥିଲେ ଏବଂ ଗୁରୁତ୍ୱ ଦେଇଥିଲେ ଯେ, ଏଭଳି ବିଶାଳ ସଫଳତା ସ୍କୁଲ ପାଇଁ କାର୍ଯ୍ୟ କରୁଥିବା ଟିମ୍‌ର ପ୍ରତ୍ୟେକ ସଦସ୍ୟଙ୍କ ମିଳିତ ଓ ଏକତ୍ରିତ ପ୍ରୟାସର ଫଳ । ସ୍କୁଲର ନିର୍ଦ୍ଦେଶକ ଶ୍ରୀଜିତ ପଟ୍ଟନାୟକ ସମସ୍ତ ଆଚିଭର୍ ଓ ଅଂଶଗ୍ରହଣକାରୀଙ୍କ ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ଯାହା ‘ଅଙ୍କୁରମ୍‌’ର ମହତ୍ୱକୁ କ୍ୟାପ୍‌ଚର କରିଥିଲା । ପରିଚାଳନା ନିର୍ଦ୍ଦେଶକ ମିନତୀ ସାବତ ମଧ୍ୟ ସଫଳ ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ନିଜର ଭବିଷ୍ୟତର ଉଦ୍ୟମଗୁଡିକରେ ସଫଳ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ ।

ଏହି ଚମତ୍କାର ସନ୍ଧ୍ୟାରେ ସମ୍ମାନିତ ପ୍ରିନ୍ସିପାଲ ତଥା ମେଂଟର ପୋଲି ପଟ୍ଟନାୟକ ମୁଖ୍ୟ ଅତିଥି ଡଃ କେ. ଶ୍ରୀନିବାସନଙ୍କୁ ସମ୍ବର୍ନ୍ଧନା  ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version