Connect with us

ଭୁବନେଶ୍ୱରଭୁ: ଭୁବନେଶ୍ବର ନିକୋ ପାର୍କ ଲେକ୍‌ ଅଞ୍ଚଳର ବିକାଶ କରାଯିବ। ଏହି ଅଞ୍ଚଳରେ ଅତ୍ୟାଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା କରି ଏହାକୁ ଏକ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି।

 

ଏହାଦ୍ବାରା ରାଜ୍ୟର ରାଜଧାନୀ ଭାବେ ଭୁବନେଶ୍ବର ରାଜଧାନୀବାସୀଙ୍କ ସହିତ ଦେଶବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ଏକ ଆଧୁନିକ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ସୂଚନାଯୋଗ୍ୟ ଯେ ଭୁବନେଶ୍ବର ଲେକ୍‌ ଅଞ୍ଚଳର ସମୁଦାୟ ୩.୨୬୦ କିଲୋମିଟର ଅଞ୍ଚଳର ବିକାଶ କରାଯାଇ ଭୁବନେଶ୍ବରକୁ ଏକ ଅତ୍ୟାଧୁନିକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଏଥିରେ ପ୍ରାଥମିକ ସ୍ତରରେ ନିକୋ ପାର୍କ ଅଞ୍ଚଳର ବିକାଶ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହିସବୁ ଅଞ୍ଚଳରେ ଲେକ୍‌ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍‌, ଆୟୁର୍ବେଦିକ ପାର୍କ, ଫୁଟ୍‌ ଓଭରବ୍ରିଜ୍, ଭାସମାନ ରେଷ୍ଟୁରାଣ୍ଟ, ହୋଟେଲ ଆଦି ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗର ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଛି।

ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା,  ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ବିଡିଏର ଉପାଧ୍ୟକ୍ଷ ଏନ୍‌. ଥିରୁମାଲା ନାୟକ ଏବଂ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ଲୋକସେବା ଭବନରେ ଏ ସଂପର୍କରେ ଏକ ବୈଠକରେ ବିଡିଏର ଉପାଧ୍ୟକ୍ଷ ଶ୍ରୀ ଏନ୍‌. ଥିରୁମାଲା ନାୟକ ଉପସ୍ଥାପନା ରଖିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ସ୍ପେଶାଲ ରିପୋର୍ଟ

ଓଏମସି କେଉଁଝରରେ କରିବ ପିଲେଟ ପ୍ଲାଣ୍ଟ, ଡୁବୁନା ଲୌହ ଖଣିର ପୁନଃ ଆରମ୍ଭ 

Published

on

ଭୁବନେଶ୍ୱର:ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ଓଡିଶା ଖଣି ନିଗମ (OMC) ର ବଡ଼ବିଲ ସ୍ଥିତ ଡୁବୁନା ଲୌହ ପଥର ଖଣିର ପୁନଃ ଖାନନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି l

ଡୁବୁନା ଖଣିର ଲୌହ ପଥର ବାର୍ଷିକ ଉତ୍ପାଦନ କ୍ଷମତା ୩ ନିୟୁତ ଟନ ଏବଂ ମାଙ୍ଗାନିଜ ଉତ୍ପାଦନ କ୍ଷମତା ୦.୦୫ ନିୟୁତ ଟନ ରହିଛି। ଡୁବୁନା ଖଣିରେ ୨୫.୭୭ ନିୟୁତ ଟନ ଲୁହାପଥର ଏବଂ ୨.୬ ନିୟୁତ ଟନ ମାଙ୍ଗାନିଜ ସଂରକ୍ଷିତ ହୋଇ ରହିଛି।

OMC ର ସତୁରୀ ତମ ପ୍ରତିଷ୍ଠା ଉତ୍ସବ ରେ ଆଜି ଯୋଗ ଦେଇ ମୁଖ୍ୟମନ୍ତ୍ରୀ OMC କୁ ଏହାର ଖଣି ଅଂଚଳରେ ଏକ ଆଇରନ ପିଲେଟ ପ୍ଲାଣ୍ଟ ସ୍ଥାପନ କରିବାକୁ ନିର୍ଦେଶ ଦେଇଥିଲେ l

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଡବିଲ ଅଞ୍ଚଳର ତିରିଙ୍ଗ ପାହାଡ ଖଣି ଓ ରେଙ୍ଗାଲବେଡା ଆର.ଆର୍ କଲୋନୀକୁ ବିଦ୍ୟୁତ ଯୋଗାଣର ବି ଶୁଭାରମ୍ଭ କରିଥିଲେ l ମୁଖ୍ୟମନ୍ତ୍ରୀ କୋଇଡା ଖଣି ଅଞ୍ଚଳରେ ଅବସ୍ଥିତ OMC ଖଣି ଗୁଡିକରେ ୯୦୦ କିଲୋ ୱାଟ୍ ପିକ୍‌ର ସୋଲାର ପ୍ଲାଣ୍ଟ ଉଦ୍‌ଘାଟନ କରିଥିଲେ। କମ୍ପାନୀର କାର୍ଯ୍ୟଦକ୍ଷତାକୁ ଅଧିକ ସୁଦୃଢ କରିବା ପାଇଁ ୪ଟି ଆଇ.ଟି. ମଡ୍ୟୁଲାର ଯଥା- ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(LMS), OMC ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (OFMS), OMC ପ୍ଲଟ ଲ୍ୟାଣ୍ଡ ୟୁଟିଲାଇଜେସନ୍ ସିଷ୍ଟମ (OPLUS) ଏବଂ OMC ରିକ୍ରୁଟମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ORMS)ର ଶୁଭାରମ୍ଭ କରିଥିଲେ l

ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି। OMC, ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ କାର୍ଯ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ କରିଆସୁଛି। ରାଜ୍ୟକୁ ଅର୍ଥନୈତିକ ସ୍ତରରେ ସମୃଦ୍ଧ କରିବା ପାଇଁ OMCର ବଳିଷ୍ଠ ଅବଦାନ ରହିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ OMCର ୭୦ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି।

ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୬୦ ଦଶକରେ ମାତ୍ର ୧କୋଟି ଟଙ୍କାର ଆର୍ଥିକ କାରବାର ସହିତ OMC ନିଜର ଯାତ୍ରା ଆରମ୍ଭ କରି ୨୦୨୪-୨୫ ଆର୍ଥିକ ବର୍ଷରେ ୨୩,୬୦୦ କୋଟି ଟଙ୍କାର ଆର୍ଥିକ କାରବାର କରିଛି। ଏହି କାରବାର କେବଳ ଖଣିଜ ପଦାର୍ଥ ଉତ୍ପାଦନ ଓ ବିକ୍ରୟ ମାଧ୍ୟମରେ ହୋଇଛି। ଆଜି OMC ଦେଶରେ ଖଣିଜ ଉତ୍ପାଦନ କାରୀ କମ୍ପାନୀ ମଧ୍ୟରେ ଶ୍ରେଷ୍ଠ ୫ମ ସ୍ଥାନରେ ରହିଛି। OMC କେବଳ ଆମ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ନିଜକୁ ଏକ ଆଦର୍ଶ Profit Making State PSUs ଭାବରେ ପ୍ରତିଷ୍ଠିତ କରିପାରିଛି। OMC ଓଡିଶା ବିକାଶର ସାରଥୀ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ଇ-ନିଲାମ୍ ପ୍ଲାଟଫର୍ମ ମାଧ୍ୟମରେ ଲଙ୍ଗ-ଟର୍ମ ଲିଙ୍କେଜ୍ ପଲିସି ଦ୍ୱାରା ରାଜ୍ୟରେ ପ୍ରତିଷ୍ଠିତ ଶିଳ୍ପ ଗୁଡିକୁ ୮୦ ପ୍ରତିଶତରୁ ଅଧିକ କଞ୍ଚାମାଲ ଉପଲବ୍ଧ କରାଯାଇ ପାରୁଛି ବୋଲି ସେ କହିଥିଲେ l

ମୁଖ୍ୟମନ୍ତ୍ରୀ ତିନୋଟି ବିଭାଗରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା OMCର କାର୍ଯ୍ୟକ୍ଷମ ଖଣି ଗୁଡିକ ମଧ୍ୟରୁ ୨୦୨୩-୨୪ ଓ ୨୦୨୪-୨୫ ବର୍ଷ ପାଇଁ ଶ୍ରେଷ୍ଠ ଖଣି କ୍ଷେତ୍ର, ଶ୍ରେଷ୍ଠ ଖଣି ଓ ସୁରକ୍ଷିତ ଖଣି ଏହିଭଳି ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଓଡିଶା ଖଣି ନିଗମର CSR ଭିତ୍ତିକ ପଦକ୍ଷେପ ଉପରେ ପର୍ଯ୍ୟବେଶିତ ଏକ ପତ୍ରିକା ଅତିଥି ମାନେ ଉନ୍ମୋଚନ କରିଥିଲେ ।

କାର୍ଯ୍ୟକ୍ରମରେ ଖଣି ଓ ଇସ୍ପାତ ମନ୍ତ୍ରୀ  ବିଭୂତି ଭୂଷଣ ଜେନା ଯୋଗଦେଇ ଓଡିଶାର ଶିଳ୍ପାୟନ କ୍ଷେତ୍ରକୁ ପରିବର୍ତ୍ତନ କରିବାରେ OMCର ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ ଆଜିଠାରୁ OMCର ୧୮ଟି ଖଣି କାର୍ଯ୍ୟକ୍ଷମ ହେଲା l

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ଆମର ପ୍ରାକୃତିକ ସମ୍ପଦର ସଠିକ୍ ବିନିଯୋଗ କରି ଆମେ ବର୍ତ୍ତମାନ ଏକ ଦୁର୍ବଳ ଅର୍ଥନୀତିରୁ ମଧ୍ୟବର୍ତ୍ତୀ ଅର୍ଥନୀତିକୁ ଆସି ପାରିଛୁ। OMC ଦୀର୍ଘ ବର୍ଷ ଧରି ଭଲ ପ୍ରଦର୍ଶନ କରିଆସିଛି। ତଥାପି ଆମକୁ ନିରନ୍ତର ବିକାଶ ପ୍ରକ୍ରିୟାରେ ନୂଆ ଟେକ୍ନୋଲୋଜି ସହିତ ସାମିଲ ହେବାକୁ ପଡିବ।

ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏମ୍‌ସିର ଅଧ୍ୟକ୍ଷ  ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ OMC ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Continue Reading

ସ୍ପେଶାଲ ରିପୋର୍ଟ

Published

on

ରତିକାନ୍ତ ଏକ ନିଆରା କିମ୍ବଦନ୍ତୀ

 

ଦିଲୀପ ବିଷୋୟୀ

କାଶ୍ମୀରୀ ସାୟର ଆୟାଜ ରସୁଲ ନଜକୀଙ୍କ ଭାଷାରେ ଏପ୍ରିଲ ସବୁଠାରୁ କ୍ରୁର ମାସ l ଏଥରର ଏପ୍ରିଲ ମାସଟା ଥିଲା ତା ଠାରୁ ବି ନିର୍ଦ୍ଦୟ l ମାସ 19 ତାରିଖ ସକାଳଟା ଥିଲା ଓଡ଼ିଶାର ସାମ୍ବାଦିକମାନଙ୍କ ପାଇଁ ଏକ ଶୋକର ସକାଳ l ସେଦିନ ସୂର୍ଯ୍ୟ ଆଖିମଳି ଉଠିଲା ବେଳକୁ ଆଖି ବୁଝି ଦେଇଥିଲେ ଓଡ଼ିଆ ସାମ୍ବାଦିକ ଜଗତର ଯୁଧିଷ୍ଠିର l ଆଉ ସୂର୍ଯ୍ୟ ଢଳିଗଲା ବେଳକୁ ସ୍ବର୍ଗଦ୍ୱାରର ଧୂସର କାନ୍ଥରେ ଲେଖିଦେଇ ଯାଇଥିଲା ରତିକାନ୍ତ ପାଇଁ ଏଲିଜି ଟିଏ l

ଖବରକାଗଜର କପି କ୍ଲୋଜ ହେଇଗଲେ ସାମ୍ବାଦିକଙ୍କର ଦିନ ସରିଯାଏ ରାତିଭାଇଙ୍କ ଟିପାଖତା କିନ୍ତୁ କେବେବି କ୍ଲୋଜ ହୁଏନି l ଖବରରେ ହିଁ ବଞ୍ଚ ନ୍ତି ଆଉ ଖବରରେ ହିଁ ସୋଇପଡ଼ନ୍ତି l

ମଞ୍ଜରୀ ମହାଲରେ ପ୍ରଦୋଷ ଭାଇଙ୍କ ପାଖରେ ସମାଜ ପାଇଁ ଖବର ଲେଖୁ ଲେଖୁ ସେ ଦିନଲିପି, ପର୍ଯ୍ୟବେକ୍ଷକ, ହିନ୍ଦୁସ୍ତାନ ସମାଚାରର ସାମ୍ବାଦିକ ହୋଇ ଯାଇଥିଲେ l ତାଙ୍କର କର୍ତ୍ତବ୍ୟ ନିଷ୍ଠା ପାଇଁ ତାଙ୍କୁ ଏସିଆନ ଏଜ ଭଳି ଜାତୀୟ ଖବରକାଗଜର ସମ୍ବାଦଦାତା ଦାୟିତ୍ୱ ମିଳିଥିଲା l ବଡ଼ କାଗଜରେ ସିନା ବେଶୀଦିନ ନଥିଲେ ହେଲେ ସବୁ ସାନ ବଡ଼ ଖାଵରକାଗଜର ସାମ୍ବାଦିକଙ୍କର ସେ ଥିଲେ ବଡଭାଇ l ତାଙ୍କ ଟିପାଖତା ଥିଲା ସମସ୍ତଙ୍କର ସମ୍ବାଦର ଉତ୍ସ l

ଖବର ସଂଗ୍ରହ କେଇବାରେ ତାଙ୍କର ଯେଉଁ ଉତ୍ସାହ ତାହା ମୁଁ କେଉଁଠି ଦେଖିନି ଖବରକୁ ଆମୂଳଚୁଳ ଲେଖିବାରେ ତାଙ୍କର ଯେଉଁ ଧୌର୍ଯ୍ୟ ବି ମୁଁ ଅନ୍ୟ କେଉଁଠି ଦେଖିନି l ମୁଁ ପଞ୍ଜାବ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରେ ସାମ୍ବାଦିକତା କରିବା ସୟରେ କାହାରି ପାଖରେ ସେ ଗୁଣ ଦେଖିବାକୁ ପାଇନି l

Jତାଙ୍କ ସହିତ ମୋର ସମ୍ପରକ ଦୀର୍ଘ 45 ବର୍ଷର l ଯୌବନରେ ମୋ ଭଳି ଜଣେ କ୍ରୋଧୀ ମଣିଷ ଥିଲେ l କିନ୍ତୁ ସାମ୍ବାଦିକତା ତାଙ୍କୁ ଆଶ୍ଚର୍ଯ୍ୟଜନକଭାବେ ଏକ ନିଆରା ମଣିଷ କରି ଗଢି ଦେଇଥିଲା l

ସବୁଦିନ ଆସିବେ ସେକ୍ରେଟାରୀଏଟ ଯିବାକୁ ଡାକିବେ l

ତାଙ୍କ ଦୁଇ ଝିଅ-ପୂଜା ଆଉ ବଂଦୁ, ଆଉ ମୋ ଝିଅ ଦିଶା (ଯାହାକୁ ସେ ସଦାବେଳେ ଲିଶା ବୋଲି ଡାକନ୍ତି ) ରାମ ରିକ୍ସାରେ କନଭେଣ୍ଟ ସ୍କୁଲକୁ ପାଠ ପଢିବାକୁ ଯାଆନ୍ତି l ରତି ଭାଇଙ୍କ ଭଳି ତାଙ୍କ ସରଳ ସହଜ ଭାଉଜଙ୍କ ସହ ଜଣାଶୁଣା l ଆଉ ସେଇଠୁ ଆମର ପାରିବାରିକ ସମ୍ପର୍କ l

 

ସବୁଦିନ ଆସିବେ ସେକ୍ରେଟାiରୀଏଟ ଯିବାକୁ ଡାକିବେ l ଲିସାକୁ ଖୋଜିବେ l ଏସେମ୍ବଲୀ ଚାଲି ଥିବା ବେଳେ ଅଥୟ ହେବେ l ମୁଁ ନ ଯାଇଥିଲେ ଘରେ ଆସି ଖବର ସବୁ ଡାକି ଦେବେ l ଲେଖି ନପାରିଲେ ଗାଳିବି ଦେବେ l ଅର୍ଥନୀତି ଓ ଫାଇନାନ୍ସ ଖବର ହେଲେ ମୋଠୁ ବୁଝି ନେବେ l

ସବୁକିଛି ଆଜି ଅନେକ ପଛରେ ଚିନ୍ହା ଚୌହାଦୀ ଛାଡି ସେ ଆଜି ଆର ପରିରେ l

ମରମୀ ମଣିଷ l ସମଗ୍ର ଜୀବନ ଏକ ସାଧକର ଜୀବନ l ସାମ୍ବାଦିକତାର ସାଧନରେ ଉତ୍ସର୍ଗ କରି ଯାଇଛନ୍ତି ତମାମ ଇହାକାଳକୁ l

କାନ୍ତରରେ ବି କେବେ ରତିକାନ୍ତ କାନ୍ଦିନି l ପ୍ରତିଭା ଉପେକ୍ଷିତ ହୋଇଛି ସତ ହେଲେ ସେ ପ୍ରଚାରର ପୃଥିବୀ ର ଉର୍ଦ୍ଧରେ l

ରତିକାନ୍ତଙ୍କ ନାମ ଧ୍ବନିତ ହେଉ ଆଜି ପ୍ରତେକ ତରୁଣ ସାମ୍ବାଦିକ ପ୍ରାଣରେ l ସ୍ୱାର୍ଥ ର ଯୁପକାଷ୍ଟରୁ ମୁକ୍ତି ପାଉ ସାମ୍ବାଦିକତା l

Continue Reading

ସ୍ପେଶାଲ ରିପୋର୍ଟ

ରୋଜ ଭେଲୀ ଚିଟ ଫଣ୍ଡ ଟଙ୍କା ତୁରନ୍ତ ଫେରସ୍ତ ମିଳିବ ଜମାକାରୀଙ୍କୁ

Published

on

ଭୁବନେଶ୍ୱର : ରୋଜ ଭେଲୀ ଚିଟ ଫଣ୍ଡ ସ୍କାମ ପୀଡିତ ଓଡିଶା ସମେତ ପଶ୍ଚିମ ବଙ୍ଗ, ଆସାମ ଓ ତ୍ରିପୁରାର ଲକ୍ଷ ଲକ୍ଷ ଜମାକାରୀଙ୍କୁ ସେମାନଙ୍କର ଜମା ଅର୍ଥରାଶି ତୁରନ୍ତ ମିଳିବ l

ଖୋର୍ଦ୍ଧା ପିଏମଇଏଲ ସ୍ୱତନ୍ତ୍ର କୋର୍ଟର ମାର୍ଚ୍ଚ 29ର ଅର୍ଡର ଓ ଇଡି ଜବତ କରିଥିବା 515.31 କୋଟି ଟଙ୍କା ନଗଦ ରାଶି ମିଳିବା ପ୍ରଦାନ ପରେ ଜମାକାରୀଙ୍କ ଟଙ୍କା ଫେରି ପାଇବାର ରାସ୍ତା ସଫା ହୋଇଯାଇଛି l

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଇଡି ଜବତ କରିଥିବା ନଗଦ ରାଶି 515.31 କୋଟି ବାବଦରେ ଏକ ଡିମାଣ୍ଡ ଡ୍ରାଫ୍ଟ ଆସେଟ ଡିସପୋଜାଲ କମିଟର ଅଧକ୍ଷ ଅବସରପ୍ରାପ୍ତ ବିଚାରପତି ଡି କେ ସେଠଙ୍କୁ ପ୍ରଦାନ କରିଛନ୍ତି l ଏହି କମିଟି ରୋଜ ଭେଲୀ ସ୍କାମର ପୀଡିତଙ୍କୁ ଜମା ଅର୍ଥ ଫେରସ୍ତ ନିମନ୍ତେ ଗଠନ କରାଯାଇଛି l

ସ୍କାମରେ ପୀଡିତ 31 ଲକ୍ଷ ମଧ୍ୟରୁ 7.5 ଲକ୍ଷ ଜମାକାରୀଙ୍କୁ ଏହି ଅର୍ଥ ମିଳିବ l

ଇଡି ଏହି ନଗଦ ଟଙ୍କା 2015-17 ମଧ୍ୟରେ ବିଭିନ୍ନ ବ୍ୟାଙ୍କରେ ଚଢ଼ାଉ କରି 2987ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରି ଏହି ଅର୍ଥ ଉଦ୍ଧାର କରିଥିଲା l ଏହି ଅର୍ଥ ରାଶିକୁ ଇଡି 700 ଫିକ୍ସଡ ଡିପୋଜିଟରେ ରଖିଥିଲା l

ପୂର୍ବରୁ ଇଡି କମିଟିକୁ 22 କୋଟି ଜବତ ନଗଦ ଟଙ୍କା ରାଶି ପ୍ରଦାନ କରିଥିଲା l ସେହି ଅର୍ଥ 32,319 ଜଣ ଜମାକାରୀଙ୍କୁ ଫେରସ୍ତ ଦିଆ ଯାଇଛି l

ଇଡି ରୋଜଭେଲୀର 1172 କୋଟି ଟଙ୍କାର ସମ୍ପତି ଯାହାର ବର୍ତମାନ ମୂଲ୍ୟ 2000 କୋଟି ଟଙ୍କା ହେବ ଜବତ କରିଥିଲା l ଏହି ସମ୍ପତ୍ତିର ବିକ୍ରିବଟା ହୋଇ କିଭଳି ଜମାକାରୀଙ୍କୁ ଫେରସ୍ତ ଦିଆଯିବ ତାହାର ନ୍ୟାୟିକ ପ୍ରକ୍ରିୟା ଚାଲୁଅଛି l

ରୋଜ ଭେଲୀ ଜମାକାରୀଙ୍କ ପାଖରୁ ମୋଟ 17,520 କୋଟି ଟଙ୍କା ଛଞ୍ଚକତା କରି କରିଥିଲା l ଏଥି ମଧ୍ୟରୁ 6,666 କୋଟି ଟଙ୍କା କମ୍ପାନୀ ଜମାକାରୀଙ୍କୁ ଫେରସ୍ତ ଦେଇ ନଥିଲା l ଇଡି ତରଫରୁ କମ୍ପାନୀ ବିରୋଧରେ ପାଞ୍ଚ ଟି ମାମଲା ରୁଜ୍ଜୁ କରି କରିଥିଲା l

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions