ସ୍ପେଶାଲ ରିପୋର୍ଟ

ଭୁବନେଶ୍ବର ନିକୋ ପାର୍କ ଲେକ୍‌ ଜୋନ୍‌ ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ

Published

on

ଭୁବନେଶ୍ୱରଭୁ: ଭୁବନେଶ୍ବର ନିକୋ ପାର୍କ ଲେକ୍‌ ଅଞ୍ଚଳର ବିକାଶ କରାଯିବ। ଏହି ଅଞ୍ଚଳରେ ଅତ୍ୟାଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା କରି ଏହାକୁ ଏକ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି।

 

ଏହାଦ୍ବାରା ରାଜ୍ୟର ରାଜଧାନୀ ଭାବେ ଭୁବନେଶ୍ବର ରାଜଧାନୀବାସୀଙ୍କ ସହିତ ଦେଶବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ଏକ ଆଧୁନିକ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ସୂଚନାଯୋଗ୍ୟ ଯେ ଭୁବନେଶ୍ବର ଲେକ୍‌ ଅଞ୍ଚଳର ସମୁଦାୟ ୩.୨୬୦ କିଲୋମିଟର ଅଞ୍ଚଳର ବିକାଶ କରାଯାଇ ଭୁବନେଶ୍ବରକୁ ଏକ ଅତ୍ୟାଧୁନିକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଏଥିରେ ପ୍ରାଥମିକ ସ୍ତରରେ ନିକୋ ପାର୍କ ଅଞ୍ଚଳର ବିକାଶ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହିସବୁ ଅଞ୍ଚଳରେ ଲେକ୍‌ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍‌, ଆୟୁର୍ବେଦିକ ପାର୍କ, ଫୁଟ୍‌ ଓଭରବ୍ରିଜ୍, ଭାସମାନ ରେଷ୍ଟୁରାଣ୍ଟ, ହୋଟେଲ ଆଦି ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗର ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଛି।

ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା,  ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ବିଡିଏର ଉପାଧ୍ୟକ୍ଷ ଏନ୍‌. ଥିରୁମାଲା ନାୟକ ଏବଂ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ଲୋକସେବା ଭବନରେ ଏ ସଂପର୍କରେ ଏକ ବୈଠକରେ ବିଡିଏର ଉପାଧ୍ୟକ୍ଷ ଶ୍ରୀ ଏନ୍‌. ଥିରୁମାଲା ନାୟକ ଉପସ୍ଥାପନା ରଖିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version