ଭୁବନେଶ୍ୱର : ସହିଦନଗର ହାଟ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ହାଟ ପ୍ରାଙ୍ଗଣରେ ସଂଘର ସାଧାରଣ ସଭାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ଵୀ
ସଂଘ ର ଉପଦେଷ୍ଟା ଶ୍ରୀ ସତୀଶ କୁମାର ରାୟ ନୂତନ କର୍ମକର୍ତ୍ତାଙ୍କ ଚୟନ କରିବା ପାଇଁ ପ୍ରକିୟା ଆରମ୍ଭ କରିଥିଲେ ଓ ସମସ୍ତ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ l
ମୂଖ୍ୟ ଉପଦେଷ୍ଟା…ଶ୍ରୀ ଜଗନ୍ନାଥ ପ୍ରଧାନ,
ସଭାପତି…ଶ୍ରୀ ଜୀତେନ୍ଦ୍ର କୁମାର ରଥ,
ସମ୍ପାଦକ…ଶ୍ରୀ ସଚ୍ଚି ନନ୍ଦନ ନାୟକ,
କାର୍ଯ୍ୟକାରୀ ସଭାପତି..ଶ୍ରୀ ସୀତାକାନ୍ତ ମହାପାତ୍ର,କୋଷାଧକ୍ଷ…ଶ୍ରୀ ମନୋରଞ୍ଜନ ବରାଳ, ସହ କୋଷାଧକ୍ଷ..ଶ୍ରୀ ପୁରୁଷୋତ୍ତମ ମୁଦୁଲି
ଉପଦେଷ୍ଟା…ଶ୍ରୀ ସତୀଶ କୁମାର ରାୟ ,ଶ୍ରୀ ପଙ୍କଜ ଲୋଚନ ପ୍ରଧାନ, ଶ୍ରୀ ଗୋପବନ୍ଧୁ ନାୟକ, ଶ୍ରୀ ଗୋକୁଳାନନ୍ଦ ସାହୁ, ଶ୍ରୀ ଆଲୋକ ପୃଷ୍ଟି, ଶ୍ରୀ ସାନନ୍ଦ ରଣସିଂହ
ଉପସଭାପତି…ଶ୍ରୀ ଭାଗୀରଥୀ ସାହୁ, ଶ୍ରୀ ବୈକୁଣ୍ଠନାଥ ସାହୁ, ଶ୍ରୀ କାଳନ୍ଦି ଚରଣ ପାଣିଗ୍ରାହୀ
ଯୁଗ୍ମସଂପାଦକ..ଶ୍ରୀ ଲୋକନାଥ ସ୍ୱାଇଁ, ଶ୍ରୀ ସଚିତ୍ର କୁମାର ସାହୁ
କାର୍ଯ୍ୟକାରୀ ସଦସ୍ୟ… ଶ୍ରୀ ଡମ୍ବୁରୁଧର ସାହୁ, ଶ୍ରୀ ସତ୍ୟବ୍ରତ କୁଅଁର, ଶ୍ରୀ ସଞ୍ଜୟ ମହାରଣା, ଶ୍ରୀ କ୍ଷେତ୍ରବାସୀ ବେହେରା, ଶ୍ରୀ ସୁରେନ୍ଦ୍ର ବଳ, ଶ୍ରୀ ସଦାନନ୍ଦ ସାହୁ, ଶ୍ରୀ ରଘୁନାଥ ସାହୁ, ଶ୍ରୀ ସୁବାସ ଚନ୍ଦ୍ର ବାରିକ, ଶ୍ରୀ ସୁଦର୍ଶନ ନାୟକ, ଶ୍ରୀ ଅଂଶୁମାନ ମଲ୍ଲିକ, ଶ୍ରୀ ମହମ୍ମଦ ମୁକ୍ତାର,ଶ୍ରୀ ରଶ୍ମୀ ରଞ୍ଜନ ମହାପାତ୍ର,ଶ୍ରୀ ସଚି କାନ୍ତ ସ୍ୱାଇଁ, ଶ୍ରୀ ନିବାସ ଜେନା, ଶ୍ରୀ ଲକ୍ଷ୍ମୀଧର ଜେନା, ବଲରାମ ସାହୁ, ତ୍ରିନାଥ ସାହୁ ,ପ୍ରଭାସ ଚନ୍ଦ୍ର ଜେନା, ବିଦ୍ୟାଧର ସାହୁ, ମିଟୁ ସ୍ଵାଇଁ।
ଏହି ସଭାରେ ସଂଘର ସଭାପତି ଶ୍ରୀ ଜୀତେନ୍ଦ୍ର ରଥ ସଭାପତିତ୍ବ କରିଥିଲେ I ସଂଘ ର ମୁଖ୍ୟ ଉପଦେଷ୍ଟା ତଥା ରାଜ୍ୟ ବିଜେପି ର ବରିଷ୍ଠ ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l
ସଭାପତି ଶ୍ରୀ ରଥ ନିଜର ଅଭିଭାଷଣ ପ୍ରଦାନ କରି କହିଥିଲେ କି ହାଟ ରେ ବିଭିନ୍ନ ପ୍ରକାର ସମସ୍ୟା ଅଛି ଯଥା ଶୌଚାଳୟ, ଭିତର ରାସ୍ତା ଓ ଆଲୋକ ବ୍ୟବସ୍ଥା ଏବଂ ହାଟ ସଫା କରିବା ପାଇଁ BMC ପ୍ରତିଦିନ ସଫେଇ କର୍ମଚାରୀ ନିୟୋଜିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ I ୟାହା ପରେ ସଂଘର କୋଷାଧକ୍ଷ ଶ୍ରୀ ପଙ୍କଜ ଲୋଚନ ପ୍ରଧାନ ଦୁଇଟି ଆର୍ଥୀକ ବର୍ଷ ର ଆୟ ବ୍ୟୟ ର ବିବରଣୀ ପ୍ରଦାନ କରିଥିଲେ I
ସଂଘର ସମ୍ପାଦକ ଶ୍ରୀ ସଚ୍ଚି ନନ୍ଦନ ନାୟକ ଦୁଇ ବର୍ଷ ର ସଂଘ ର ବିବରଣୀ ପାଠ କରିଥିଲେ l
ଶେଷରେ ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଧାନ ହାଟ ର ସର୍ବାଙ୍ଗୀନ ବିକାଶ ନିମନ୍ତେ ସେ ରାଜ୍ୟ ସରକାରଙ୍କ ପାଖରେ ସବୁ ଜିନିଷ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ସେ ସମସ୍ତ ଙ୍କୁ ନିଜର ସ୍ୱାର୍ଥ ଅପେକ୍ଷା ସମୁହ ସ୍ୱାର୍ଥ ତଥା ସଂଘ କିପରି ସୁଦୃଢ ହେବ ତାହା ଉପରେ ଉପଦେଶ ଦେଇଥିଲେ I ଏହି ଚଳିତ ବର୍ଷ ଭିତରେ ରାଜ୍ୟ ର ନଗର ଉନ୍ନୟନ ମନ୍ତ୍ରୀ ହାଟ କୁ ଆସିବେ ଓ ସବୁ ସମସ୍ୟାର ସମାଧାନ କରିବେ ବୋଲି ସେ କହିଥିଲେ।