Connect with us

ଭୁବନେଶ୍ୱର: ଜୀବନର ସଂଗ୍ରାମ ଓ ସଂଘର୍ଷ ମଣିଷକୁ ଅଧିକ ସଫଳ କରାଏ | ପ୍ରତିକୂଳତା ଆମ ଜୀବନକୁ ଅର୍ଥପୂର୍ଣ କରେ ଓ ତାହା ସୃଜନଶୀଳତାକୁ ଖୁବ ଉତ୍ସାହିତ କରେ ବୋଲି ଗାଳ୍ପିକ, ଗୀତିକାର ଓ ସଂଳାପକାର ବିଜୟ ମଲ୍ଲ ପ୍ରକାଶ କରିଛନ୍ତି |

 

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଆୟୋଜିତ “ସାହିତ୍ୟ ମାସିକୀ ” କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ମଲ୍ଲ କହିଛନ୍ତି ଯେ ସାହିତ୍ୟ ଆମ ଜୀବନର ସଂଘାତ ଓ ସଂଶୟକୁ ରୁପାୟିତ କରିଥାଏ |

 

ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଡ଼. ଅରବିନ୍ଦ ରାୟ ଏହି ସାକ୍ଷାତକାରରେ ଅଂଶ ଗ୍ରହଣ କରିଥିଲେ | ଦିଲ୍ଲୀପ ବିଷୋୟୀ, ପ୍ରିୟରଞ୍ଜନ ସାହୁ ନନ୍ଦ କିଶୋର ବିଶ୍ୱାଳ, ସରୋଜ ବଳ,ରମେଶ ପଟ୍ଟନାୟକ ଓ ସଞ୍ଜୟ ମହାନ୍ତି ପ୍ରମୁଖ ବିଭିନ୍ନ ପ୍ରଶ୍ନ କରିଥିଲେ ଓ ଶ୍ରୀ ମଲ୍ଲ ତାଙ୍କ ବ୍ୟକ୍ତି ତଥା ସୃଜନ ଜୀବନ ବାବଦରେ ଉଲ୍ଲେଖ କରିଥିଲେ | ସେ ସମକାଳର ତରୁଣପ୍ରତିଭାମାନଙ୍କୁ ଅଧିକ ଅଧ୍ୟୟନ ଓ ସାଧନା ପାଇଁ ପରାମର୍ଶ ଦେଇଥିଲେ | କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପରିଚୟ ପ୍ରଦାନ କରିଥିଲେ |

 

ଉପସଭାପତି ମିନତି ଦାଶ (ମାନୀ)ଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସତ୍ୟ ନାରାୟଣ ସିଂହ, ଅକ୍ଷୟ ପାଳ, ଲକ୍ଷ୍ମୀଧର ଦାଶ,ଶର୍ମିଷ୍ଠା ମହାପାତ୍ର ପ୍ରଦ୍ୟୁମ୍ନ ପଟ୍ଟନାୟକ, ଶ୍ୟାମାକିଙ୍କର ମହାନ୍ତି, ଚିତ୍ତରଞ୍ଜନ ବର୍ମା, ବାସନ୍ତୀ ମହାନ୍ତି, ନୃସିଂହ ତରାଇ, ସୁବୋଧ କାନୁନଗୋ, ପ୍ରହରାଜ ଜୟନାରାୟଣ ନନ୍ଦ, ନିରୁପମା କର,ଚିନ୍ମୟୀ ପଣ୍ଡା, ଯୋଗାନନ୍ଦ ସାହୁ,ଦେବରାଜ ବିଷୋୟୀ, ଉଷାରାଣୀ ଆଚାର୍ଯ୍ୟ, ପ୍ରଣତି ପରିଡା, ବିଦ୍ୟୁତପ୍ରଭା ଗନ୍ତାୟତ, ସୁଧା ପଟ୍ଟନାୟକ, ବୀଣାପାଣି ମିଶ୍ର,ପ୍ରିୟରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ବେହେରା, ନିରୁପମା ରଥ, ସୁଶାନ୍ତ ଷଡ଼ଙ୍ଗୀ,ପବିତ୍ର ମୋହନ ବାରିକ, ସୁଷମା ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ | ଶେଷରେ ଅନ୍ୟତମ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ |

Continue Reading
Click to comment

Leave a Reply

Your email address will not be published. Required fields are marked *

ସାହିତ୍ୟ

‘ଶିକ୍ଷିତ ଓଡ଼ିଆ ଆଜି ଭାଷାର ଆତତାୟୀ ପାଲଟିଛନ୍ତି’ : କବି ବିପିନ ନାୟକ

Published

on

ଭୁବନେଶ୍ୱର : ଆମ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ଉଦ୍ୟମ ପର୍ଯ୍ୟାପ୍ତ ନୁହେଁ । ଜନଗଣଙ୍କ ସ୍ତରରେ ଭାଷା ଓ ସାହିତ୍ୟର ଉନ୍ନତି ହୋଇପାରୁ ନାହିଁ, କାରଣ ଶିକ୍ଷିତ ଓଡ଼ିଆମାନେ ହିଁ ଭାଷାର ଆତତାୟୀ ପାଲଟୁଛନ୍ତି ବୋଲି ବିଶିଷ୍ଟ କବି ବିପିନ ନାୟକ ଉଲ୍ଲେଖ କରିଛନ୍ତି ।

ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆୟୋଜିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗଦେଇ କବି ଶ୍ରୀ ନାୟକ ଜୀବନ ଓ ସାହିତ୍ୟ ଯାବତୀୟ ଯୁକ୍ତିର ଊଦ୍ଧ୍ୱର୍ରେ ବୋଲି ପ୍ରକାଶ କରିଛନ୍ତି ।

ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି କବି ଶ୍ରୀ ରକ୍ଷକ ନାୟକଙ୍କ ସହିତ ଆଳାପ କ୍ରମେ ଶ୍ରୀ ନାୟକ କହିଛନ୍ତି ଯେ କବିମାନେ ଅତିମାତ୍ରାରେ ଅବେଗସିକ୍ତ, ପ୍ରବଣ । ଅତ୍ୟଧିକ ଉତ୍ପାଦନରେ ଯେପରି ଅର୍ଥନୀତି ଭୁଷୁଡ଼ି ପଡ଼େ, ସେହିପରି ପ୍ରଚୁର ଅକବିତା ଶୁଭଙ୍କର ନୁହେଁ । ଶ୍ରୀ ନାୟକ ତାଙ୍କ କାବ୍ୟଯାତ୍ରାର ବିସ୍ତୃତ ବିବରଣୀ ଦେବା ସହିତ ଜୀବନର ବିଭିନ୍ନ ଅନୁଭୂତି ବର୍ଣ୍ଣନା କରିଥିଲେ । ଡ. ପ୍ରଦୀପ୍ତ କୁମାର ବାରିକ, ବିଜୟ ପ୍ରସାଦ ମହାପାତ୍ର, ପବିତ୍ର ମୋହନ କର, ବିପିନ ବିହାରୀ ତି୍ରପାଠୀ, ଲକ୍ଷ୍ମୀଧର ଦାଶ ଓ କୁମୁଦିନୀ ଜୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ‘ଅତିଥି କବି’ ଭାବରେ କେ. ଶ୍ୟାମବାବୁ ଦୋରା କବିତା ପାଠ କରିଥିଲେ । ପ୍ରଥମେ କବି ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିବାବେଳେ କବି ଶ୍ରୀ ନାୟକ ଓ ଶ୍ରୀ ଦୋରାଙ୍କୁ ଅନୁଷ୍ଠାନ ପକ୍ଷରୁ ଉପହାର ପ୍ରଦାନ କରାଯାଇଥିଲା । ଶ୍ୟାମାକିଙ୍କର ମହାନ୍ତି କବି ରମାକାନ୍ତ କବିତା ପରିବେଷଣ କରିଥିଲେ ।
ପରେ ଉପସଭାପତି ମିନତୀ ଦାସ ଓ ତରୁଣ କବି ବେଦପ୍ରକାଶ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଧୁଭୂଷଣ ତି୍ରପାଠୀ, ରଜନୀକାନ୍ତ ପଟ୍ଟନାୟକ, ଆଶୋକ ସିଂହ, ପ୍ରଦୁ୍ୟମ୍ନ ପଟ୍ଟନାୟକ, ଦିଲ୍ଲୀପ ନାୟକ, ପ୍ରକାଶ ଚନ୍ଦ୍ର ବେହେରା, ଚିତ୍ତରଞ୍ଜନ ବ୍ରହ୍ମା, ଗୀତାଞ୍ଜଳି ଦଳାଇ, ମିନତୀ ମିଶ୍ର, ଚକ୍ରଧର ଦାଶ, ବାସନ୍ତୀ ତି୍ରପାଠୀ, ସଞ୍ଜୁଲତା ମହାନ୍ତି, ସବିତା ଶତପଥୀ, ରମାକାନ୍ତ ଗୋଛାୟତ, ପ୍ରବୀଣା ପରିଡ଼ା, ବିରଞ୍ଚି ଶତପଥୀ, ମହେନ୍ଦ୍ର କୁମାର ମଲ୍ଲିକ, ପ୍ରହରାଜ ଜୟ ନାରାୟଣ ନନ୍ଦ, ପବିତ୍ର ମୋହନ ବାରିକ, ମିହିରକାନ୍ତି ଦାସ, ପୀତାମ୍ବର ଭୋଇ, ନୃସିଂହ ତରାଇ, ମମତା ସାହୁ, ଦେବଦତ୍ତ ପତି, ବ୍ରହ୍ମାନନ୍ଦ ଖୁଣ୍ଟିଆ ଓ ବୀରେନ୍ଦ୍ର ନାୟକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Continue Reading

ସାହିତ୍ୟ

ଭୁବନେଶ୍ୱର ସାହିତ୍ୟ ପର୍ବ’ ଉଦ୍‌ଯାପିତ

Published

on

ଭୁବନେଶ୍ୱର: ସାହିତ୍ୟ ଉନ୍ମୋଚନ କରେ, ସଂଯୋଗ କରେ ଓ ଗଣ୍ଠି ଖୋଲିଦିଏ । ବ୍ୟକ୍ତିକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହିତ ସଂପୃକ୍ତ କରାଏ । ଏହା ଅନ୍ଧାରରେ ଆଲୋକ ଦିଏ, ଜୀବନ ଜିଇଁବା ଶିଖାଏ ବୋଲି ଭୁବନେଶ୍ୱର ସାହିତ୍ୟ ପର୍ବରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଜୟଦେବ ଭବନରେ ଆୟୋଜିତ ଭୁବନେଶ୍ୱର ସାହିତ୍ୟ ପର୍ବର ଉଦ୍‌ଯାପନ ଅବସରରେ ଅନୁଷ୍ଠିତ ମୁକ୍ତ ଅଧିବେଶନରେ ବିଶିଷ୍ଟ ବିଦ୍ୱାନ ପ୍ରଫୁଲ୍ଲ କୁମାର ମିଶ୍ର ଓ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ ସାହିତ୍ୟ ପର୍ବର ଗୁରୁତ୍ୱ ଦର୍ଶାଇଥିଲେ । ସାହିତ୍ୟ ହେଉଛି ଭାବର ବିସ୍ତାର, ନିର୍ମାଣ ଓ ବ୍ୟାଖ୍ୟାନ ବୋଲି ଉଲ୍ଲେଖ କରି ଲୋକଶିକ୍ଷା ସାହିତ୍ୟର ଉଦ୍ଦେଶ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।

ମୁକ୍ତ ଅଧିବେଶନ ପରେ ‘ଓଡ଼ିଶାରେ ସାହିତ୍ୟ ଅନୁଷ୍ଠାନଗୁଡ଼ିକର ସାମର୍ଥ୍ୟ ଓ ସମ୍ଭାବନା’, ‘ଏବର ଓଡ଼ିଆ କଥାସାହିତ୍ୟ: ଦୃଷ୍ଟି ଓ ଦିଗନ୍ତ’ ଶୀର୍ଷକ ଆଲୋଚନାଚକ୍ରରେ ଡ. ପ୍ରଦୀପ ବିଶ୍ୱାଳ, ଡ. ବୈଷ୍ଣବ ପ୍ରସାଦ ମହାନ୍ତି, ଶ୍ରୀ ସରୋଜ ବଳ, ଭୀମ ପୃଷ୍ଟି, ଆଦିତେଶ୍ୱର ମିଶ୍ର, ଶ୍ରୀମତୀ ଚିରଶ୍ରୀ ଇନ୍ଦ୍ରସିଂହ ଓ ଆଭାସ ବରାଳ ଅଂଶଗ୍ରହଣ କରିଥିଲେ । ପ୍ରସିଦ୍ଧ ନାଟ୍ୟକାର ପ୍ରଫେସର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ସହିତ ଅନ୍ତରଙ୍ଗ ଆଳାପ କରିଥିଲେ ‘ନାଟ୍ୟଚେତନା’ର ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ।
ଅପରାହରେ ଆୟୋଜିତ କବିତା ପାଠୋତ୍ସବରେ କବି ଖଗେଶ୍ୱର ମହତାବ ପୌରୋହିତ୍ୟ କରିଥିବାବେଳେ ଶ୍ରୀମତୀ ମିନତି ଦାଶ (ମାନି), ଡ. ଗୀତାଶ୍ରୀ ପି୍ରୟମ୍ବଦା ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ସଂଯୋଜନା କରିଥିଲେ । ପ୍ରାୟ ୭୦ରୁ ଊଦ୍ଧ୍ୱର୍ କବି ସ୍ୱରଚିତ ଲେଖା ପାଠ କରିଥିଲେ । ଶେଷରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ‘ସଂସାର’ ପ୍ରଦର୍ଶିତ ହୋଇଥିଲା ।
ବିଶିଷ୍ଟ ସାହିତି୍ୟକ ତଥା ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ଅନ୍ୟତମ ଉପଦେଷ୍ଟା ପ୍ରଶାନ୍ତ ପଟ୍ଟନାୟକ (ପ୍ରୀତମ୍‌)ଙ୍କ ପରଲୋକରେ ନୀରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଲେଖକ, ସାହିତି୍ୟକ, ଶିଳ୍ପୀ, ସମାଜକର୍ମୀ ଏହି ପର୍ବରେ ସମବେତ ହୋଇଥିଲେ ।

Continue Reading

ସାହିତ୍ୟ

ଭୁବନେଶ୍ୱର ସାହିତ୍ୟ ପର୍ବ ଉଦ୍‌ଘାଟିତ “ପରମ୍ପରା ଓ ଆଂଚଳିକ ଭାଷାର ମହତ୍ତ୍ୱ ଆମ ଅସ୍ମିତାକୁ ଦୃଢ଼ କରିବ : ପ୍ରଫେସର କୁମୁଦ ଶର୍ମା

Published

on

ଭୁବନେଶ୍ୱର: ପରମ୍ପରା ଓ ଆଂଚଳିକ ଭାଷାର ମହତ୍ତ୍ୱ ଆମର ଅସ୍ମିତାକୁ ଦୃଢ଼ କରିବାରେ ସମର୍ଥ । ଭାରତୀୟ ସାହିତ୍ୟରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଉଲ୍ଲେଖନୀୟ ବୋଲି ସାହିତ୍ୟ ଏକାଡେମୀ ଉପସଭାପତି ପ୍ରଫେସର କୁମୁଦ ଶର୍ମା ଉଲ୍ଲେଖ କରିଛନ୍ତି । ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ୱର ସାହିତ୍ୟ ପର୍ବର ଉଦ୍‌ଘାଟନ କରି ପ୍ରଫେସର ଶର୍ମା ଅସ୍ମିତାର ଅଭିବୃଦ୍ଧିକ୍ରମେ କଳା ସାହିତ୍ୟ ସଂସ୍କୃତିର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ।
ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍‌ବୋଧନ ଦେଇ ମାତୃଭାଷାର ବିକାଶ ନିମନ୍ତେ ସାହିତ୍ୟିକମାନଙ୍କର ଗରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ପ୍ରକାଶ କରିଥିଲେ । ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇ ଓଡ଼ିଆ ଓ ସାନ୍ତାଳୀ ସାହିତ୍ୟର ବନ୍ଧୁତା ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ପ୍ରଫେସର ଯତୀନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ସାହିତ୍ୟ ଆମକୁ ବଂଚିବାର ଅର୍ଥ ଯୋଗାଇ ଦେଇଥାଏ ଓ ଏହି ସୃଜନଶୀଳ ଯାତ୍ରା ଭିବଷ୍ୟତ ପାଇଁ ଶୁଭଙ୍କର ବୋଲି ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ପୌରୋହିତ୍ୟ କରିଥିବାବେଳେ ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ କବି ଡକ୍ଟର ଗୌତମ ଜେନା ଓ ଚିତ୍ରଶିଳ୍ପୀ ଶ୍ରୀ ପ୍ରଶାନ୍ତ ମାଝୀଙ୍କୁ ଯଥାକ୍ରମେ “କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ” ଓ “ଦିନନାଥ ପାଠୀ ଶିଳ୍ପୀ ସମ୍ମାନ” ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ଶୈଳେନ୍ଦ୍ର କୁମାର ଜେନା, ବିଦ୍ୟୁତ୍‌ପ୍ରଭା ଗନ୍ତାୟତ, ଅଶୋକ ସିଂ ଓ ସୂର୍ଯ୍ୟ ମିଶ୍ରଙ୍କ ପୁସ୍ତକ ସମେତ ଅନୁଷ୍ଠାନର କବିତା ମୁଖପତ୍ର ‘କବିତା-୨୦୨୪’ ଓ ସାହିତ୍ୟ ପର୍ବର ସ୍ମରଣିକା ‘ଆସର’ ଲୋକାର୍ପିତ ହୋଇଥିଲା ।
ଉଦ୍‌ଘାଟନ ପରେ “ସମକାଳୀନ ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା” ଶୀର୍ଷକ ଆଲୋଚନାଚକ୍ରରେ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା, ଡ. ସଂଗ୍ରାମ ଜେନା, ଡ. ସଂଘମିତ୍ରା ଭଞ୍ଜ, ଡ. ଶୁଭଶ୍ରୀ ଲେଙ୍କା ଓ ଡ. ଜ୍ଞାନୀ ଦେବାଶିଷ ମିଶ୍ର ଅଂଶ ଗ୍ରହଣ କରିଥିବାବେଳେ “କୃତ୍ରିମ ବୁଦ୍ଧିମତ୍ତା ଓ ସୃଜନଶୀଳତା” ଶୀର୍ଷକ ଆଲୋଚନାଚକ୍ରରେ ପ୍ରଫେସର ଗଣପତି ପଣ୍ଡା, ଡ. ସତ୍ୟରଞ୍ଜନ ଦାସ, ସୁଶ୍ରୀ ଲିଙ୍କନ ସୁବୁଦ୍ଧି ଓ ଡ. ରୋଜାଲିନା ପ୍ରିୟଦର୍ଶିନୀ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ “ସମକାଳର ଓଡ଼ିଆ ବ୍ୟଙ୍ଗ ସାହିତ୍ୟ” ଉପରେ ଅଧ୍ୟାପକ ରମାକାନ୍ତ ମିଶ୍ର, ଜ୍ଞାନ ହୋତା, ଓମ୍ ଅଭିଜ୍ଞାନ ସାହୁ ଅଂଶଗ୍ରହଣ କରି ବ୍ୟଙ୍ଗ ସାହିତ୍ୟର ପ୍ରଭାବ ଓ ପରିସୀମା ଉପରେ ଉତ୍ତର ରଖିଥିଲେ ଏବଂ ଡକ୍ଟର ଦେବାଶିଷ ମହାପାତ୍ର ସଂଯୋଜନା କରିଥିଲେ । ପରେ ପ୍ରସିଦ୍ଧ କଥାଶିଳ୍ପୀ ବନଜ ଦେବୀ ଓ ଡ. ଅରବିନ୍ଦ ରାୟଙ୍କ ମଧ୍ୟରେ ଆଳାପ ହୋଇଥିଲା । ଅପରାହ୍ନରେ “ଓଡ଼ିଆ ସଙ୍ଗୀତ ମଂଚନାଟକ ଓ ସିନେମା: ସ୍ଥିତି ଓ ସମ୍ଭାବନା” ଶୀର୍ଷକ ଦଳଗତ ଆଲୋଚନାରେ ଶ୍ରୀ ଗଦାଧର ପୁଟୀ, ଡ. ସଙ୍ଗୀତା ଗୋସାଇଁ, ଶ୍ରୀ ଦେବାନନ୍ଦ ସୋନୀ, ଡ. ଆଦ୍ୟାଶା ଦାସ ଓ ସୂର୍ଯ୍ୟ ଦେଓ ଆଲୋଚନା କରିଥିଲେ । ସଂଧ୍ୟାରେ ପ୍ରଣମ୍ୟ ସଙ୍ଗୀତ ସାଧିକା ଗୁରୁମା ସୁନନ୍ଦା ପଟ୍ଟନାୟକଙ୍କ ଜୀବନୀ ଆଧାରିତ ବୃତ୍ତଚିତ୍ର “ନୀଳମାଧବ” ପ୍ରଦର୍ଶିତ ହୋଇଥିଲା ।
କାର୍ଯ୍ୟକ୍ରମରେ ରାଜ୍ୟର ପ୍ରସିଦ୍ଧ ଲେଖକ, କବି, ସାହିତ୍ୟିକ, ସଙ୍ଗୀତଜ୍ଞ, ସମାଜକର୍ମୀ ଓ ସଂସ୍କୃତିପ୍ରେମୀମାନେ ଉପସ୍ଥିତ ଥିଲେ । ଉତ୍ସବ ଆସନ୍ତାକାଲି ମଧ୍ୟ ଚାଲିବ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions