Nation

ବିଜେପିର ଆଗୁଆ ଲୋକସଭା ନିର୍ବାଚନ ହେବାର ସଙ୍କେତ

Published

on

ଭୁବନେଶ୍ୱର: ଦେଶରେ ଲୋକସଭା ନିର୍ବାଚନ ଆଗୁଆ ହେବାର ସଂକେତ ମିଳିବାରେ ଲାଗିଛି। କର୍ଣ୍ଣାଟକରେ ବିଜେପିର ପରାଜୟ ପରେ, ମୋଦି ସରକାର ଆଗୁଆ ନିର୍ବାଚନ କରିବାର ଯୋଜନା କରୁଛନ୍ତି।

ଯେଉଁଭଳି ଭାବରେ ପ୍ରମୁଖ ବିରୋଧୀ ଦଳ ନିଜର ସ୍ଥିତି ଦ୍ରୁତ ଗତିରେ ସଜାଡ଼ିବାରେ ଲାଗିଛି ଏବଂ ଅନ୍ୟାନ୍ୟ ବିରୋଧୀ ଦଳ ଗୁଡିକ ବିଜେପି ବିରୁଦ୍ଧରେ ମେଳି କରିବାରେ ଲାଗିଛନ୍ତି ସେଥିରୁ ମନେ ହେଉଛି ନିର୍ବାଚନ ବେଳକୁ ବିଜେପିର ସ୍ଥିତି ଆହୁରି ଖରାପ ହେବ। ଏହି କାରଣରୁ ବିଜେପି ଆଗୁଆ ନିର୍ବାଚନ କରିବାର ଯୋଜନା କରୁଛି। ଏହା ଫଳରେ ବିରୋଧୀଙ୍କୁ ପ୍ରସ୍ତୁତ ହେବାକୁ ସମୟ ମିଳିବନି।

ବିଜେପି ଏହି ରଣାନୀତିକୁ ଆଖି ଆଗରେ ରଖି ଆସନ୍ତା ମେ ୩୦ ତାରିଖରୁ ତାର ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛି। ଏହି ଆଗୁଆ ପ୍ରଚାର ଅଭିଯାନରେ ଦଳ ପକ୍ଷରୁ ସମସ୍ତ ୫୪୩ ଲୋକସଭା ଆସନର ଭୋଟରମାନଙ୍କୁ ଯୋଗାଯୋଗ କରାଯିବ। ଵିଶେଷ କରି ଗତ ୨୦୧୯ ସାଧାରଣ ନିର୍ବାଚନରେ ଦଳ ହାରିଥିବା ଲୋକସଭା ଆସନଗୁଡିକ ଉପରେ ଅଧିକ ଗୁରୁତ୍ଵ ଦିଆଯିବ।

ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେ ପି ନଡ୍ଡା ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟଗୁଡିକ ଗସ୍ତ କରି ପ୍ରସ୍ତୁତି ବୈଠକ କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୩୦ ତାରିଖ ଦିନ ଦଳର ଏହି ଆଗୁଆ ନିର୍ବାଚନ ପ୍ରଚାରକୁ ଶୁଭାରମ୍ଭ କରିବେ। ମୋଦି ସେହି ଦିନ ଏକ ବିରାଟ ରାଲିକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ବିଜେପିର ମନ୍ତ୍ରୀ ଓ ତୁଙ୍ଗ ନେତାମାନେ ୫୧ ଟି ସାଧାରଣ ସଭାରେ ଉଦବୋଧନ ଦେବାର ଅଛି।

ଦଳ ପକ୍ଷରୁ ଦେଶର ଏକ ଲକ୍ଷରୁ ଉର୍ଦ୍ଧ ଜଣାଶୁଣା ଲେକପ୍ରିୟ ବ୍ୟକ୍ତିତ୍ୱଙ୍କ ପରିବାର ସହ ଯୋଗାଯୋଗ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହି ଆଗୁଆ ନିର୍ବାଚନ ପ୍ରଚାର ଅଭିଯାନ ପ୍ରାୟ ଏକ ମାସ ଧରି ଚାଲିବ ଏବଂ ଏଥିରେ ମୋଦି ସରକାରର ନଅ ବର୍ଷର ଉପଲବ୍ଧିର ପ୍ରଚାର କରାଯିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Trending

Exit mobile version