Nation

ବିଜେପିର ସର୍ବୋଚ୍ଚ କମିଟିରେ ବର୍ଷ ବର୍ଷ ଧରି ଖାଲି ପଡିଛି ଆସନ

Published

on

ଭୁବନେଶ୍ୱର: ବିଜେପି ଦଳର ସର୍ବୋଚ୍ଚ ନିଷ୍ପତ୍ତି ନିର୍ଦ୍ଧାରଣ କମିଟି -ପାର୍ଲିଆମେଣ୍ଟାରୀ ବୋର୍ଡ-ରେ ବର୍ଷ ବର୍ଷ ଧରି ଖାଲି ପଡ଼ିଛି ଆସନ। ଏଗାର ଜଣିଆ ଏହି ବୋର୍ଡ଼ରେ ବର୍ତମାନ ଚାରୋଟି ଆସନ ଖାଲି ପଡ଼ିଛି।

ପୂର୍ବତନ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଅରୁଣ ଜେଟଲିଙ୍କ ମୃତ୍ୟୁ ପରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ସେହିଭଳି ଭେଙ୍କୟା ନାଇଡୁ ଉପରାଷ୍ଟ୍ରପତି ହେବାପରେ ଏବଂ ତ୍ବରାଚାନ୍ଦ ଘେଲୋଟ ରାଜ୍ୟସଭାର ନେତା ହେବାପରେ ସେମାନଙ୍କ ସ୍ଥାନରେ ଆଉ କାହାରିକୁ ନିଆ ଯାଇ ନାହିଁ।

ବର୍ତ୍ତମାନ ପାର୍ଲିଆମେଣ୍ଟାରୀ ବୋର୍ଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମନ୍ତ୍ରୀ ନିତିନ ଗଡ଼କାରୀ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଏବଂ ବିଏଲ ସନ୍ତୋଷ ସଦସ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version