Nation

ବିଜେପିର ନିର୍ବାଚନ ରଣନୀତି: ଓଡିଶା, ବିହାର, ଝାରଖଣ୍ଡ, ଛତିଶଗଡ଼, ପଶ୍ଚିମ ବଙ୍ଗ ଉପରେ ଆଖି

Published

on

ନୂଆଦିଲ୍ଲୀ: ଆଗାମୀ ୨୦୨୪ ନିର୍ବାଚନରେ ବିଜେପି ପୂର୍ବ ଭାରତର ଓଡିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମ ବଙ୍ଗ ପାଇଁ ଏକ ସ୍ୱତନ୍ତ୍ର ରଣନୀତି କରିବାକୁ ଯାଉଛି।

ଦେଶର ଏହି ବିଶାଳ ଭୂଖଣ୍ଡରେ ବର୍ତ୍ତମାନ ଅଣ-ବିଜେପି ରାଜନୈତିକ ଦଳ ଶାସନରେ ଅଛି। ୨୦୧୯ ସାଧାରଣ ନିର୍ବାଚନରେ ଏହି ସବୁ ରାଜ୍ୟରେ ବିଜେପି ଏନେକ ଲୋକସଭା ଆସନ ଜିତିଥିଲେ ହେଁ ୨୦୨୪ରେ ସେହି ଫଳ ମିଳିବାର ଆଶା ଦେଖା ଯାଉନି। ରାଜ୍ୟରେ ଶାସନ କ୍ଷମତାରେ ନ ଥିବାରୁ ଦଳକୁ ନିଜର ଆସନ ବଜାୟ ରଖିବାକୁ ଘୋର ସଂଘର୍ଷ କରିବାକୁ ହେବ।

ଏହିସବୁ ରାଜ୍ୟପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ଦଳ ଗୁଜରାଟର ବିଜେପି ସଭାପତି ସି ଆର ପଟେଲଙ୍କୁ ଦାଇତ୍ଵ ଦେବାକୁ ଯାଉଛି। ପଟେଲ ନିକଟରେ ଅନୁଷ୍ଠିତ ଗୁଜରାଟ ବିଧାନସଭା ନିର୍ବାଚନରେ ଦଳକୁ ଅପୂର୍ବ ସଫଳତା ଦେଇ ୧୮୨ରୁ ୧୫୬ ଆସନ ଜିତିଥିଲେ। ମହାରାଷ୍ଟ୍ରର ପଟେଲ କେବଳ ଗୁଜରାଟରେ ନୁହଁ ଏହା ପୂର୍ବରୁ ଉତ୍ତରପ୍ରଦେଶରେ ନିଜର ନିର୍ବାଚନ ପରିଚାଳନା ଦକ୍ଷତା ଦେଖାଇଛନ୍ତି। ଗତ ୨୦୧୪ ଏଵଂ ୨୦୧୯ରେ ବାରାଣସୀ ଲୋକସଭା ଦାଇତ୍ୱରେ ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version