ରାଜ୍ୟ

ବୁଗୁଡ଼ା ଶ୍ରୀ ବଳଦେବ ସ୍ଵାମୀ ବରିଷ୍ଠ ନାଗରିକ ଟ୍ରଷ୍ଟର ନୂତନ କର୍ମକର୍ତ୍ତା ନିର୍ବାଚିତ

Published

on

ବୁଗୁଡ଼ା: ଶ୍ରୀ ବଳଦେବ ସ୍ଵାମୀ ବରିଷ୍ଠ ନାଗରିକ ଟ୍ରଷ୍ଟର ନୂତନ ଅଧକ୍ଷ ଭାବେ ଗଙ୍ଗାଧର ବିଶୋଇ ନିର୍ବାଚିତ ହୋଇଛନ୍ତି l

ଟ୍ରଷ୍ଟର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଟ୍ରଷ୍ଟର ନୂତନ କମିଟି ଗଠିତ କରl ଯାଇଛି l ନିର୍ବାଚନ ଅଧିକାରୀ ଭାବେ ବିଶ୍ଵ ମୋହନ ମିଶ୍ର, ଗୌରୀଶଙ୍କର ମିଶ୍ର ଓ ସୂର୍ଯ୍ୟନାରାୟଣ ଦାସ ମିଳିତ ଭାବେ ପ୍ରସ୍ତାବ ସମର୍ଥନ ମାଧ୍ୟମରେ କମିଟିର ନୂତନ କର୍ମକର୍ତ୍ତା ଚୟନ କରିଥିଲେ l

ଟ୍ରଷ୍ଟର ଉପାଧ୍ୟକ୍ଷ ଭାବେ କେ. ଅଶୋକ କୁମାର ପାତ୍ର, ସମ୍ପାଦକ ଟି. ସତ୍ୟନାରାୟଣ ପାତ୍ର, ଯୁଗ୍ମ ସମ୍ପାଦକ ଉଦୟନାଥ ଦଳବେହେରା, ସହ ସମ୍ପାଦକ ଗୌରୀଶଙ୍କର ମିଶ୍ର ,କୋଷାଧକ୍ଷ ଶ୍ରୀ ତ୍ରିଲୋଚନ ସାହୁ, ଓ ଉପଦେଷ୍ଟା ଇଂ. ବସନ୍ତ କୁମାର ଦଲେଇ ନିର୍ବାଚିତ ହୋଇଛନ୍ତି l ବିଧି ମୁତାବକ ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ପାଠ କରିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା l ନୂତନ କର୍ମକର୍ତ୍ତା ବରିଷ୍ଠ ନାଗରିକ କଲ୍ୟାଣ, ସୁରକ୍ଷା ଓ ସମାଜ ସେବା ପଦକ୍ଷେପ ନେବା ନିମନ୍ତେ ଗୁରୁତ୍ଵ ଆରୋପ କରିଥିଲେ l ଶେଷରେ ଟି.ସତ୍ୟନାରାୟଣ ପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ସମୂହ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା l

Leave a Reply

Your email address will not be published. Required fields are marked *

Trending

Exit mobile version