Connect with us

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ  ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ ୫ଜି ସେବା ଦେଶରେ ପ୍ରଦାନ କରିବାର ଅଧିକାର ମିଳିବ । ଜନସାଧାରଣ ଓ ଉଦ୍ୟୋଗ ସମୂହ ଏହି ସେବା ପାଇ ପାରିବେ ।
ଭାରତ ସରକାର ତାଙ୍କର ପ୍ରମୁଖ କାର୍ଯ୍ୟକ୍ରମ ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆରେ ଡିଜିଟାଲ ସଂଯୋଗକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ଆବଶ୍ୟକ ନୀତି ଏବଂ ଯୋଜନା ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରୁଛନ୍ତି ।
ବ୍ରଡବ୍ୟାଣ୍ଡ, ବିଶେଷ କରି ମୋବାଇଲ ବ୍ରଡବ୍ୟାଣ୍ଡ ଦେଶର ନାଗରିକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି । ୨ଠ୧୫ରେ ସମଗ୍ର ଦେଶରେ ୪ଜି ସେବାର ଦ୍ରୁତ ସମ୍ପ୍ରସାରଣ ହେବା ପରେ ଏହି ପ୍ରୟାସ ବିଶେଷ ତ୍ୱରାନ୍ୱିତ ହୋଇଥିଲା । ୨ଠ୧୪ରେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ୧ଠ କୋଟି ଥିବାବେଳେ ଏବେ ଏହା ୮ଠ କୋଟିରେ ପହଂଚିଛି ।
ଏହି ଐତିହାସିକ ନୀତି ଓ ଯୋଜନା ମାଧ୍ୟମରେ ସରକାର ମୋବାଇଲ ବ୍ୟାଙ୍କିଙ୍ଗ, ଅନଲାଇନ ଶିକ୍ଷା, ଟେଲିମେଡିସିନ ଓ ଅନ୍ତ୍ୟୋଦୟ ପରିବାରଙ୍କ ଇ-ରେସେନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି ।
ଦେଶରେ ଯେଉଁ ସଫଳ ୪ଜି ପରିବେଶ ସୃଷ୍ଟି ହୋଇଥିଲା ତାହା ୫ଜିକୁ ଯିବା ପାଇଁ ବାଟ ଖୋଲିଛି । ବଡ଼ କଥା ହେଲା ସ୍ୱଦେଶୀ କାରିଗରୀ ଜ୍ଞାନକୌଶଳ ଓ ପ୍ରଯୁକ୍ତି ଦ୍ୱାରା ଭାରତ ୪ଜିରୁ ୫ଜିକୁ ପ୍ରବେଶ କରୁଛି । ଦେଶରେ ଘରୋଇ ୫ଜି ଟେକ୍ନୋଲୋଜି ସେବା ଆରମ୍ଭ କରିବାକୁ ସରକାର ଦେଶର ଆଠଟି ଶ୍ରେଷ୍ଠ ଟେକ୍ନୋଲୋଜି ପ୍ରତିଷ୍ଠାନରେ ୫ଜି ଟେଷ୍ଟ ବେଡ ସେଟ ଅପ (ପରୀକ୍ଷାମୂଳକ ବ୍ୟବସ୍ଥା) ସ୍ଥାପନ କରିଛନ୍ତି । ସରକାର ମଧ୍ୟ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ନୀତି (ପିଏଲଆଇ) ମାଧ୍ୟମରେ ମୋବାଇଲ ଫୋନ, ଟେଲିକମ ସାମଗ୍ରୀ ଓ ସେମିକଣ୍ଡକ୍ଟର ନିର୍ମାଣକୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଏହି ଉଦ୍ୟମ ଦେଶରେ ୫ଜି ସେବା ପ୍ରବର୍ତ୍ତନ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏ କ୍ଷେତ୍ରରେ ଚାଲିଥିବା ନିରନ୍ତର ପ୍ରୟାସ ଭାରତକୁ ଯେ ଶୀଘ୍ର ବିଶ୍ୱର ଅନ୍ୟତମ ପ୍ରମୁଖ ୫ଜି ଟେକ୍ନୋଲୋଜୀ ଓ ଆଗାମୀ ୬ଜି ଟେକ୍ନୋଲୋଜୀ ରାଷ୍ଟ୍ରର ମାନ୍ୟତା ଦେବ ଏଥିରେ ସଂଦେହ ନାହିଁ ।
ସମଗ୍ର ୫ଜି ବ୍ୟବସ୍ଥାରେ ସ୍ପେକ୍ଟ୍ରମ ବା ଧ୍ୱନିତରଙ୍ଗ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆସନ୍ନ ୫ଜି ସେବା ଦେଶରେ ନୁ୍ୟ ଏଜ ବିଜନେସ ସୃଷ୍ଟି କରିବାର ସାମର୍ଥ୍ୟ ବହନ କରେ । ଏହା ଫଳରେ ଉଦ୍ୟୋଗଗୁଡ଼ିକ ଅଧିକ ରାଜସ୍ୱ ସୃଷ୍ଟି କରିବେ ଏବଂ ନୂଆ ଟେକ୍ନୋଲୋଜୀ ମୁତୟନ କରି ଅଧିକ ନିଯୁକ୍ତି ସୁଯୋଗ ଯୋଗାଇବେ ।
ମୋଟ ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ୨୦ ବର୍ଷ ପାଇଁ ନିଲାମରେ ଦିଆଯିବ । ଏହି ସ୍ପେକ୍ଟ୍ରମ ନିଲାମ କାମ ୨୦୨୨ ଜୁଲାଇ ଶେଷ ସୁଦ୍ଧା ଶେଷ ହେବ । ବିଭିନ୍ନ ବର୍ଗରେ ଏହି ସ୍ପେକ୍ଟ୍ରମ ନିଲାମ କରାଯିବ । ସେଥିରେ ୬୦୦, ୭୦୦, ୮୦୦, ୯୦୦, ୧୮୦୦, ୨୧୦୦ ଓ ୨୩୦୦ ମେଗାହର୍ଜ ସ୍ୱଳ୍ପବର୍ଗ ସ୍ପେକ୍ଟ୍ରମ ଅନ୍ତର୍ଭୁକ୍ତ । ସେହିଭଳି ମଧ୍ୟମ ବର୍ଗରେ ୩୩୦୦ ମେଗାହର୍ଜ ଓ ଉଚ୍ଚ ବର୍ଗରେ ୨୬ (ଗିଗାହର୍ଜ) ଫ୍ରିକୁଏନ୍ସି ବ୍ୟାଣ୍ଡ ମଧ୍ୟ ନିଲାମ ପାଇଁ ଉପଲବ୍ଧ ହେବ ।
ଆଶା କରାଯାଉଛି ଯେ ମଧ୍ୟମ ଓ ଉଚ୍ଚ ବ୍ୟାଣ୍ଡ ସ୍ପେକ୍ଟ୍ରମକୁ ଟେଲିଫୋନ ସେବା ଯୋଗାଣକାରୀ ବ୍ୟବହାର କରି ଦେଶରେ ୫ଜି ସେବା ଯୋଗାଣ ଆରମ୍ଭ କରିବେ । ଏହି ୫ଜି ସେବା ଅଧିକ ବେଗ (ସ୍ପିଡ) ଓ ଦକ୍ଷତା ପ୍ରଦାନ କରିବାକୁ ସମର୍ଥ । ବର୍ତ୍ତମାନର ୪ଜି ସେବା ଠାରୁ ଏହା ୧ଠ ଗୁଣ ଦ୍ରୁତତର ସ୍ପିଡ ପ୍ରଦାନ କରିବାକୁ ସକ୍ଷମ ।
୨୦୨୧ ସେପ୍ଟେମ୍ବରରେ ସରକାରଙ୍କ ଦ୍ୱାରା ଘୋଷିତ ଟେଲିକମ କ୍ଷେତ୍ର ସଂସ୍କାର ଏହି ସ୍ପେକ୍ଟ୍ରମ ନିଲାମ ଦ୍ୱାରା ତ୍ୱରାନିତ ହେବ । ଏହି ସଂସ୍କାର ଅନୁସାରେ ଆଗାମୀ ନିଲାମରେ ସ୍ପେକ୍ଟ୍ରମ ବ୍ୟବହାର ଦେୟ (ଏସୟୁସି)କୁ ଶୂନ୍ୟ କରାଯିବ । ଅର୍ଥାତ ସ୍ପେକ୍ଟ୍ରମ ବ୍ୟବହାର ବାବଦ ଦେୟ ବ୍ୟବସ୍ଥା ଆଉ ରହିବ ନାହିଁ । ତେଣୁ ଏହାଦ୍ୱାରା ନିଲାମଧାରୀ ସେବା ପ୍ରଦାନକାରୀମାନଙ୍କଠୁ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ । ସେମାନେ ମଧ୍ୟ ଏହାର ସୁଯୋଗ ନେଇ ନିଜର ନେଟୱର୍କ ଯଥେଷ୍ଟ ବଢ଼ାଇ ପାରିବେ । ଆହୁରି ମଧ୍ୟ ନିଲାମ ପାଇଁ ବିଡରଙ୍କୁ ଯେଉଁ ଆର୍ଥିକ ବ୍ୟାଙ୍କ ଗ୍ୟାରେଣ୍ଟି ଆଉ ଦେବାକୁ ପଡୁଥିଲା ତାହା ଆଉ ଦେବାକୁ ହେବ ନାହିଁ । ଆଗରୁ ଏ ବାବଦରେ ନିଲାମଧାରୀଙ୍କୁ ନିଲାମର ବାର୍ଷିକ କିସ୍ତି ସହିତ ସମାନ ପରିମାଣର ଅର୍ଥ ରାଶି ଜମା କରିବାକୁ ପଡୁଥିଲା ।
କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଟେଲିକମ କ୍ଷେତ୍ରର ସଂସ୍କାର ପ୍ରକ୍ରିୟା ଚାଲୁ ରହିବ । ଆଗାମୀ ସ୍ପେକ୍ଟ୍ରମ ନିଲାମ ଠାରୁ ବ୍ୟବସାୟିକ ସୁଗମତା ବଢ଼ାଇବା ପାଇଁ ଆଉ କେତେକ, ପ୍ରଗତିମୂଳକ ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବ । ଯେଉଁମାନେ ନିଲାମ ନେବେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ମିଳିବ । ପ୍ରଥମ ଥର ପାଇଁ ସଫଳ ବିଡରଙ୍କୁ ସିଧାସଳଖ ସବୁ ଅର୍ଥ ଜମା ଦେବାକୁ ପଡ଼ିବ ନାହିଁ । ସେମାନେ ସମାନ ୨ଠ କିସ୍ତିରେ ପ୍ରତିବର୍ଷ ଆରମ୍ଭରେ ଅଗ୍ରିମ ଏହି ଅର୍ଥ ଦାଖଲ କରିବେ । ଏହା ଫଳରେ ସଂଯୁକ୍ତ ଉଦ୍ୟୋଗର ନଗଦ ପ୍ରସାରଣ ବଢ଼ିବ ଏବଂ ସଂଯୁକ୍ତ ଉଦ୍ୟୋଗୀ ବଳକା ଅର୍ଥ ହାତରେ ରଖି ସୁରୁଖୁରୁରେ ଓ ଅଳ୍ପ ପୁଞ୍ଜିରେ ବ୍ୟବସାୟ କରିପାରିବେ । ଯଦି କେହି ନିଲାମଧାରୀ ୧ଠ ବର୍ଷ ପରେ ସ୍ପେକ୍ଟ୍ରମ ଫେରାଇବାକୁ ଚାହାନ୍ତି ସେଥିପାଇଁ ତାଙ୍କୁ ସୁଯୋଗ ମିଳିବ । ସ୍ପେକ୍ଟ୍ରମ ଫେରାଇବା ପୂର୍ବରୁ ସଂଯୁକ୍ତ ନିଲାମଧାରୀଙ୍କୁ ପରିଶୋଧ ହୋଇ ନ ଥିବା ସମସ୍ତ ଦେୟ ପୈଠ କରିବାକୁ ହେବ । ତେବେ ଅବଶିଷ୍ଟ ୧ଠ ବର୍ଷ ପାଇଁ ତାଙ୍କୁ ଆଉ କିସ୍ତି ଦେବାକୁ ପଡ଼ିବ ନାହିଁ ।
୫ଜି ସେବା ଆରମ୍ଭ ପାଇଁ ଯଥେଷ୍ଟ ବ୍ୟାକହଲ ସ୍ପେକ୍ଟ୍ରମର ଆବଶ୍ୟକତା ରହିଛି । ଏହି ବ୍ୟାକହଲ ଚାହିଦା ପୂରଣ କରିବା ପାଇଁ ଟେଲିକମ ସେବା ଯୋଗାଣକାରୀଙ୍କୁ ସାମୟିକ ଭାବେ ୨ଟି ୨୫ଠ ମେଗାହର୍ଜ କ୍ଷମତା ବିଶିଷ୍ଟ ଇ-ବ୍ୟାଣ୍ଡ କ୍ୟାରିୟର ଯୋଗାଇ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହାଛଡ଼ା ବର୍ତ୍ତମାନ ୧୩, ୧୫, ୧୮, ଓ ୨୧ ଗିଗାହର୍ଜ ବ୍ୟାଣ୍ଡ ଫ୍ରିକୁଏନ୍ସରେ ଉପଲବ୍ଧ ହେଉଥିବା ପାରମ୍ପରିକ ମାଇକ୍ରୋୱେଭ ବ୍ୟାକହଲ କ୍ୟାରିୟର ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଆହୁରି ମଧ୍ୟ ଇଣ୍ଡଷ୍ଟ୍ରି ୪.ଠର ଉପଯୋଗ ପାଇଁ ନୂଆ ଇନୋଭେସନ ୱେଭ ଯୋଗାବାକୁ ନିଜସ୍ୱ ସଂଯୋଗ ବ୍ୟବସ୍ଥା (କ୍ୟାଣ୍ଡିଭ ନେଟୱର୍କ) ସ୍ଥାପନକୁ କ୍ୟାବିନେଟ ସବୁଜ ସଂକେତ ଦେଇଛି । ଏହା ଫଳରେ ମେସିନ ଟୁ ମେସିନ କମୁନିକେସନ, ଇଣ୍ଟରନେଟ ଅଫ୍ ଥିଙ୍ଗସ, ଆର୍ଟିଫିସିଆଲ ଇଣ୍ଟରନେଟ ଆଦି ନୂଆ ଅତ୍ୟାଧୁନିକ ଟେକ୍ନୋଲୋଜୀକୁ ଅଟୋମୋଟିଭ, ସ୍ୱାସ୍ଥ୍ୟସେବା, କୃଷି, ଊର୍ଜା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଜରେ ବ୍ୟବହାର କରାଯାଇ ପାରିବ ।

Continue Reading
Click to comment

Leave a Reply

Your email address will not be published. Required fields are marked *

Business

ଓଡିଶାର ଇସ୍ପାତ ଶିଳ୍ପ କ୍ଷେତ୍ରକୁ ମିଳିଲା ଜାପାନରୁ ବୃହତ ପ୍ରତ୍ୟକ୍ଷ ପୁଞ୍ଜି, ଜେଏଫଇ କରିବ 15000 କୋଟି ଟଙ୍କା ବିନିଯୋଗ

Published

on

ରେଙ୍ଗାଲି, ସମ୍ବଲପୁର:  ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆଜି ଏଠାରେ ଜେଏସଡବ୍ଲୁ  ଷ୍ଟିଲ୍ ଏବଂ ଜାପାନର ଜେଏଫଇ ଷ୍ଟିଲ୍ କର୍ପୋରେସନ୍ ମଧ୍ୟରେ ଏକ ଯୁଗ୍ମ ସହଭାଗିତା (Joint Venture) ଆରମ୍ଭ ହୋଇଛି।

ଏହି ସହଭାଗିତା ବିଶେଷ କରି ଇଲେକ୍ଟ୍ରିକାଲ ଷ୍ଟିଲ୍ ଉତ୍ପାଦନରେ ସହାୟକ ହେବ, ଯାହା ଇଲେକ୍ଟ୍ରିକ୍ ଯାନ (EV) ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବ।

ଏହି ପ୍ରକଳ୍ପ ଜରିଆରେ ଜାପାନ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ୧୫,୦୦୦ କୋଟି ଟଙ୍କାର ଏକକ ପୁଞ୍ଜିନିବେଶ କରାଯାଇଛି। ଏହାଦ୍ୱାରା JSW ଷ୍ଟିଲର ବର୍ତ୍ତମାନର କ୍ଷମତା ବାର୍ଷିକ ଅତିରିକ୍ତ ୧୦ ନିୟୁତ ଟନ୍ (10 MTPA) ବୃଦ୍ଧି ପାଇବ, ଯାହା ବିଶ୍ୱ ଇସ୍ପାତ ବଜାରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ।

ଏହି ଯୁଗ୍ମ ସହଭାଗୀତl ଓଡ଼ିଶାରେ ୩୦ ହଜାର କୋଟି ଟଙ୍କା ନିବେଶ କରିବ  ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଅତ୍ୟାଧୁନିକ ହାଇଗ୍ରେଡ୍ ଷ୍ଟିଲ ପ୍ରସ୍ତୁତ କ୍ଷେତ୍ରରେ JSW ଓ JFE ଷ୍ଟିଲ୍‌’ର ସହଭାଗୀତା ଖୁବ୍ ସହାୟକ ହେବ । ଏହି ସହଭାଗୀତା ଦ୍ୱାରା ଓଡ଼ିଶାରେ ସମୁଦାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା 2030 ବେଳକୁ 100 ନିୟୁତ ଟନ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି ।

ବର୍ତମାନ ରାଜ୍ୟ ବାର୍ଷିକ 40 ନିୟୁତ ଟନ ଇସ୍ପାତ ଉତ୍ପଦାନ କ୍ଷମତା ସୃଷ୍ଟି କରି ପାରିଛି ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଏହି ଜଏଣ୍ଟ ଭେନ୍‌ଚର୍ ଭାରତ ଓ ଜାପାନ ମଧ୍ୟରେ ଦୀର୍ଘକାଳୀନ ଶିଳ୍ପ ସହଯୋଗୀ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିଶେଷକରି, ଟେକ୍ନୋଲୋଜି ଭିତ୍ତିକ ଅତ୍ୟାଧୁନିକ ଷ୍ଟିଲ୍‌ ନିର୍ମାଣ କ୍ଷେତ୍ରରେ ଏହି ସହଯୋଗ ଓଡ଼ିଶା ଓ ରାଜ୍ୟର ଅଭିବୃଦ୍ଧିରେ ସହାୟକ ହେବ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, JSW Steel ଓ ସାଉଦ କୋରିଆ କମ୍ପାନୀ ପୋସ୍କୋ ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ଓ କେନ୍ଦୁଝରରେ ଦୁଇଟି ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନ କରାଯାଉଛି । ଏହି ଦୁଇଟି ପ୍ରକଳ୍ପ ବର୍ଷକୁ ୧୧ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦନ କରିବ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ କେଇଚି ଓନୋ,  ଜାପାନ କାଉନସେଲ ଜେନେରାଲ ଓସିଷୋ ଇସିକାବା, ଜେଏଫଇ ଷ୍ଟିଲ୍ କର୍ପୋରେସନର ଅଧକ୍ଷ ଓସିଷା କିତାନ, ଜେସଡବ୍ଲୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସଡବ୍ଲୁ ସିମେଣ୍ଟ ଓ ପେଣ୍ଟସ ର ପରିଚାଳନା ନିର୍ଦେଶକ ପାର୍ଥ ଜିନ୍ଦାଳ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

Continue Reading

Business

ଧାମରା ପୋର୍ଟର ୨୦୨୫-୨୬ ଆର୍ଥିକ ବର୍ଷରେ ମାଲ ପରିବହନ ରେ ନୂତନ ରେକର୍ଡ

Published

on

ଧାମରା (ଓଡିଶା) : ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍ (ଡ଼ି ପି ସି ଏଲ) 2025-26 ଆର୍ଥିକ ବର୍ଷରେ ମୋଟ ୪୮.୮୦ ମିଲିୟନ ମେଟ୍ରିକ ଟନ୍ (ଏମ୍‌ଏମ୍‌ଟି) କାର୍ଗୋ ପରିଚାଳନା କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଏହା ପୂର୍ବ ବର୍ଷର ୪୬.୦୮ ଏମ୍‌ଏମ୍‌ଟି ରେକର୍ଡ ଅତିକ୍ରମ କରି ସଫଳତା ଅର୍ଜନ କରିଛି ।

ରେଲୱେ, ଶୁଖିଲା କାର୍ଗୋ ପରିଚାଳନା, ଶିପ୍‌-ଟୁ-ଶିପ୍ (ଏସ୍‌ଟିଏସ୍‌) ଅପରେସନ ଏବଂ ସମଗ୍ର ପୋର୍ଟର ଦୃଢ କାର୍ଯ୍ୟଦକ୍ଷତାକୁ ପ୍ରତିପାଦିତ କରିପାରିଛି । ନୂତନ ବାର୍ଷିକ ସଂକଳିତ ତଥ୍ୟ ଅନୁଯାୟୀ, ଡିପିସିଏଲ୍ ସମସ୍ତ ପରିଚାଳନାରେ ରେକର୍ଡ ସୁୃଷ୍ଟି କରିଛି, ଯାହା ଭାରତର ସାମୁଦ୍ରିକ ଏବଂ ଲଜିଷ୍ଟିକ୍ କ୍ଷେତ୍ରର ବିକାଶରେ ଥିବା ଅବଦାନକୁ ସୂଚିତ କରୁଅଛି ।

ରେଲ୍‌ୱେ ପରିବହନ ଓ ଅଧିଗ୍ରହଣ କ୍ଷମତାକୁ ବୃଦ୍ଧି କରିବା ପାଇଁ, ଡିପିସିଏଲ୍ ଏକ ମାସରେ ସର୍ବାଧିକ ୯୧୨ ରେକ୍ (୩୨୦ ରେକ୍ ଲୋଡିଂ ଏବଂ ୫୯୨ ରେକ୍ ଅନ୍‌ଲୋଡିଂ) କରିଛି । ପୂର୍ବରୁ ଏହା ୮୮୦ ରେକ୍ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ରେଲ୍‌ୱେ ଲଜିଷ୍ଟିକ୍‌ରେ ଉଲ୍ଲେଖନୀୟ ଅଭିବୃଦ୍ଧି ଲାଭ କରିଛି । ସେହିପରି ଗତ ଆର୍ଥିକ ବର୍ଷରେ ୯୧୩୯ ରେକ୍ ଥିବାବେଳେ, ଚଳିତବର୍ଷ ୯୬୦୪ ରେକ୍ (୨୮୬୯ ରେକ୍ ଲୋଡିଂ ଏବଂ ୬୭୩୫ ରେକ୍ ଅନ୍‌ଲୋଡିଂ) ସହିତ ସର୍ବୋଚ୍ଚ ରେଳ ପରିବହନ ରେକର୍ଡ କରିଛି ।

ଶୁଖିଲା କାର୍ଗୋ ପରିଚାଳନାରେ ମାସିକ ୪.୧୧ ଏମ୍‌ଏମ୍‌ଟି ରୁ ବୃଦ୍ଧି ଘଟି ୪.୩୭ ଏମ୍‌ଏମ୍‌ଟିରେ ପହଞ୍ଚିଛି । ସେହିପରି ମାର୍ଚ୍ଚ ୨୦୨୬ ଶିପ୍‌-ଟୁ-ଶିପ୍ (ଏସ୍‌ଟିଏସ୍ ) ପରିଚାଳନାରେ ସର୍ବାଧିକ ୦.୬୧ ଏମ୍‌ଏମ୍‌ଟି କାର୍ଗୋ ପରିଚାଳନା କରିଥିଲା । ବାର୍ଷିକ ଭିତ୍ତିରେ ୩.୭୭ ଏମ୍‌ଏମ୍‌ଟି ରେକର୍ଡ ଅତିକ୍ରମ କରି ୪.୩୮ ଏମ୍‌ଏମ୍‌ଟିରେ ପହଞ୍ଚିଛି ଯାହାକି ସାମୁଦ୍ରିକ ମାଲ୍ ପରିବହନ ଏବଂ ଏସ୍‌ଟିଏସ୍ କ୍ଷେତ୍ରରେ ଏକ ଐତିହାସିକ ସଫଳତା ।

କାର୍ଗୋ ପରିଚାଳନାରେ ପୂର୍ବ ବର୍ଷର ୪୬.୦୮ ଏମ୍‌ଏମ୍‌ଟି ରେକର୍ଡକୁ ଅତିକ୍ରମ କରି ଉଲ୍ଲେଖନୀୟ ୪୮.୮୦ ଏମ୍‌ଏମ୍‌ଟି ବଲ୍କ କାର୍ଗୋ ହ୍ୟାଣ୍ଡଲ କରି ନିଜ କାର୍ଯ୍ୟଦକ୍ଷତା ପ୍ରମାଣିତ କରିପାରିଛି । ମାସିକ ଭିତ୍ତିରେ ଗତ ଆର୍ଥିକ ବର୍ଷର କାର୍ଗୋ ପରିଚାଳନା ଦକ୍ଷତା ୪.୬୪ ଏମ୍‌ଏମ୍‌ଟିକୁ ଅତିକ୍ରମ କରି ଚଳିତ ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ୫ ଏମ୍‌ଏମ୍‌ଟି ର ସଫଳତା ହାସଲ କରିଛି । ବାର୍ଷିକ ଶୁଖିଲା କାର୍ଗୋ ପରିଚାଳନାରେ ୪୨.୦୪ ଏମ୍‌ଏମ୍‌ଟିକୁ ଅତିକ୍ରମ କରି ସର୍ବୋଚ୍ଚ ୪୨.୮୦ ଏମ୍‌ଏମ୍‌ଟିର ରେକର୍ଡ କରି ବ୍ୟବସାୟରେ ଏକ ପ୍ରମୁଖ ଭୂମିକା ନିର୍ବାହ କରି ନିଜର ସ୍ଥିତିକୁ ସୁଦୃଢ କରିପାରିଛି ।

ପୋର୍ଟର ଏହି ଦକ୍ଷ ପ୍ରଦର୍ଶନ ପାଇଁ ଭିତ୍ତିଭୂମି ବିକାଶ ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତା ୨ଟି କ୍ଷେତ୍ରକୁ ଶ୍ରେୟ ଦିଆଯାଇଛି । ନୂତନ ରେଳଲାଇନ ସ୍ଥାପନ, ବିସ୍ତାରିତ ଷ୍ଟାକୟାର୍ଡ ସୁବିଧା ଏବଂ ଯାନ୍ତ୍ରିକ କ୍ଷେତ୍ରରେ ନିରନ୍ତର ନିବେଶ ଫଳରେ ପୋର୍ଟର କ୍ଷମତା ଏବଂ କାର୍ଯ୍ୟଦକ୍ଷତାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ।

Continue Reading

Business

ଟାଟା ପାୱାର ଓଡିଶାର ଓଡ଼ିଆ ସିନେଷ୍ଟାର ସଂଯୋଗ

Published

on

ଭୁବନେଶ୍ୱର : ସେଦିନ ଥିଲା କୁମାର ପୁର୍ଣିମା l ବଲାଙ୍ଗୀର ଜିଲ୍ଲା ତରଭାରେ ଭୁଜାଖାଇ ଉତ୍ସବ ପାଇଁ ଚାଲିଥିଲା ପ୍ରସ୍ତୁତି l ରାତିରେ ଦୁଲୁକିବ ମଞ୍ଚ l ଆସିବେ ନାମୀଦାମୀ ନୃତ୍ୟଶିଳ୍ପୀ, ଗାୟକ ଗାୟିକା ଆଉ ଓଡ଼ିଆ ସିନେମାର ସୁପର ଷ୍ଟାର l

ଏଣେ ଭୁବନେଶ୍ୱର ଏଆର ପୋର୍ଟରୁ ଆକାଶ ଧରିଥିଲା ହେଲିକାପଟର l ହେଲିକାପଟରରେ ଥିଲେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ l ଆଉ ତାଙ୍କ ସାଙ୍ଗରେ ଥିଲେ ଓଡ଼ିଆ ଚଳଚିତ୍ର ଜଗତର ସୁପର କ୍ଯୁଇଁନ ଅନୁ ଚୌଧୁରୀ, ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ l ଚାରିଜଣ ଯାତ୍ରୀଙ୍କୁ ନେଇ ତରଭା ଯାଉଥିବା ହେଲିକାପଟର ଟି ହଠାତ ଫେରିଆସିଥିଲା ଭୁବନେଶ୍ୱର ଏଆର ପୋର୍ଟ କୁ l ହେଲିକାପଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମନ୍ତ୍ରୀ ଓ ସିନେମା ଷ୍ଟାରମାନଙ୍କର ତରଭା ଭୁଜାଖାଇ ମହୋତ୍ସବ ରେ ଯୋଗ ଦେବା ସମ୍ଭବ ହେଲା ନାହିଁ l

ହେଲେ ଏଆର ପୋର୍ଟରୁ ଫେରି ଉପ-ମୁଖ୍ୟମନ୍ତ୍ରୀ ସିଂହ ଦେଓଙ୍କ ଘରେ ଗପସପ ହେଉଥିବା ବେଳେ ଟାଟା ପୱାର ଓଡିଶା ସିଇଓଙ୍କ ପାଖରୁ ଏକ ନିମନ୍ତ୍ରଣ ପାଇଥିଲେ ସିଂହ ଦେଓ ଯେକି ଶକ୍ତି ବିଭାଗ ଦାୟିତ୍ୱରେ ଅଛନ୍ତି l ଉପ-ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନେଇ ଭୁବନେଶ୍ୱର ପୱାର ହାଉସ ଛକରେ ଥିବା ଟାଟା ପୱାରର ମୁଖ୍ୟ ଅଫିସ ରେ ପହଞ୍ଚି ଥିଲେ l

ଓଡିଶା ଟାଟା ପାୱାର କ୍ୟାମ୍ପସରେ ସେମାନଙ୍କୁ ଅପେକ୍ଷା କରିଥିଲା ଚାରୋଟି ସୁସଜ୍ଜିତ ଭ୍ୟାନ l ଅବସର ଥିଲା ଟାଟା ପାୱାରର ଭ୍ରାମ୍ୟମନ ଟ୍ରେନିଂ ଭ୍ୟାନର ଫ୍ଲାଗ ଅଫ ଉତ୍ସବ l

ଆକସ୍ମିକ ଭାବେ ମିଳିଥିବା ଷ୍ଟାର ଅତିଥିଙ୍କୁ ଏହି ଉତ୍ସବରେ ସାମିଲ କରିବାର ସୁଯୋଗ ହାତଛଡା କରିନଥିଲା ଟାଟା ପୱାର l

ଅନୁ ଚୌଧୁରୀଙ୍କ ହାତରେ ଟିପିସିଓଡିଏଲ (TPCODL), ସିଦ୍ଧାନ୍ତଙ୍କ ହାତରେ ଟିପିଏସଓଡିଏଲ (TPSODL) ଏବଂ ଆକାଶ ଦାସଙ୍କ ହାତରେ ଟିପିଏନଓଡିଏଲ (TPNODL) ପାଇଁ ଉଦ୍ଧିଷ୍ଟ ଭ୍ୟାନଗୁଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଉପ-ମୁଖ୍ୟମନ୍ତ୍ରୀ ସିଂହ ଦେଓ ଟିପିଡବ୍ଲୁଓଡ଼ିଏଲ (TPWODL) ଗାଡିକୁ ପତାକା ଦେଖାଇଥିଲେ l

ଏହି ଉତ୍ସବ ପାଇଁ ଟାଟା ପାୱାର ଯେ କେବଳ ଆକସ୍ମିକ ଭାବେ ଓଡ଼ିଆ ସିନେମା ଜଗତର ସୁପର ଷ୍ଟାରମାନଙ୍କୁ କେବଳ ପାଇ ନଥିଲା, ଭ୍ୟାନଗୁଡିକର ଶୁଭାରମ୍ଭ ଘଟଣା ମଧ୍ୟ ଏକ ସଂଯୋଗ ଥିଲା l ମଧ୍ୟ ଓଡିଶା ଭୁବନେଶ୍ୱରରେ ରହୁଥିବା ଅନୁ TPCODL ର ଭ୍ୟାନ, ଦକ୍ଷିଣ ଓଡ଼ିଶାର  ବିଜେପି ବିଧାୟକ ସିଦ୍ଧାନ୍ତ TPSODL ଓ ଉତ୍ତର ଓଡିଶା ଯାଜପୁର କୋରେଇର ବିଜେପି ବିଧାୟକ ଆକାଶ ଦାସ ନାୟକ TPNODL ପାଇଁ ଉଦିଷ୍ଟ ଗାଡିର ଶୁଭାରମ୍ଭ କରିଥିଲେ l ସେହିଭଳି ପଶ୍ଚିମ ଓଡିଶାର ବଲାଙ୍ଗୀର ଜିଲ୍ଲା ପାଟଣାଗଡ MLA ସିଂହ ଦେଓ TPWODL ର ଭ୍ୟାନକୁ ସବୁଜ ପତକା ଦେଖିଇ ଥିଲେ l

 

 

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions