ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ବିଜେତା, ମଦର୍ସ ପବ୍ଲିକ୍ ସ୍କୁଲ ରନର୍ସ ଅପ୍ ଭୁବନେଶ୍ବର: ଭୁବନେଶ୍ବରଭିତ୍ତିକ ମଲ୍ଟିନେସନାଲ ଆଇଟି କମ୍ପାନି ସିଏସ୍ଏମ୍ ଟେକ୍ନୋଲୋଜି ଦ୍ବାରା ରାଜଧାନୀରେ ଆୟୋଜିତ ସର୍ବବୃହତ ସ୍କୁଲ କ୍ବିଜ, ଦ୍ବିତୀୟ ସଂସ୍କରଣ ସିଏସ୍ଏମ୍ ସିନାପ୍ସ (ସିନାପ୍ସ ୨.୦) ରେ ଓଲିଉଡ୍ ସିନେଷ୍ଟାର୍ ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ଯୋଗ ଦେଇଥିଲେ । ଓଡ଼ିଆ ସିନେ ଶିଳ୍ପର ଏହି ଲୋକପ୍ରିୟ ଅଭିନେତା କ୍ବିଜ ପ୍ରତିଯୋଗିତା ଅବସରରେ ଉପସ୍ଥିତ ରହି କ୍ବିଜ୍ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ସିଏସ୍ଏମ୍ ସିନାପ୍ସ ୨.୦କୁ ଜଣାଶୁଣା କ୍ବିଜ୍ ମାଷ୍ଟର ଶ୍ରୀ ଆଦିତ୍ୟନାଥ ମୁବାୟୀ ପରିଚାଳନା କରିଥିଲେ । ଚଳିତ ବର୍ଷ ୨୯ଟି ସ୍କୁଲର ୨୦୮ ଜଣ ଛାତ୍ରଛାତ୍ରୀ (୧୦୪ଟି ଟିମ୍) କ୍ବିଜରେ ଅଂଶଗ୍ରହଣ କରି ଏହାକୁ ଅଧିକ ଚଳଚଞ୍ଚଳ କରିଥିଲେ । ଭୁବନେଶ୍ବର, କଟକ ଓ ଜଟଣୀ ଅଞ୍ଚଳର ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀମାନେ ଏହି କ୍ବିଜରେ ଭାଗ ନେଇଥିଲେ । କ୍ବିଜରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଟିମ୍ ବିଜୟୀ ହୋଇଥିବା ବେଳେ ମଦର୍ସ ପବ୍ଲିକ୍ ସ୍କୁଲର ଟିମ୍ ପ୍ରଥମ ରନର୍ସ ଅପ୍ ହୋଇଥିଲେ । ସିଏସ୍ଏମ୍ ଟେକ୍ନୋଲୋଜିର ଚିଫ୍ ଫାଇନାନ୍ସିଆଲ ଅଫିସର (ସିଏଫ୍ଓ) ଶ୍ରୀ ମନୋଜ ପାତ୍ର ଏବଂ ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଶ୍ରୀ ପ୍ରଦ୍ୟୁତ ମୋହନ ଦାଶଙ୍କ ଉପସ୍ଥିତିରେ ଅଭିନେତା ସବ୍ୟସାଚୀ ବିଜୟୀ ଟିମ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏ ଅବସରରେ ସିଏସ୍ଏମ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟଦର୍ଶୀ ନାନୁ ପାଣି କହିଥିଲେ, ‘‘ଆଗ୍ରହୀ ତଥା ଦକ୍ଷ ଯୁବ ପ୍ରତିଭାଙ୍କୁ ସେମାନଙ୍କ କ୍ବିଜ ପ୍ରତିଭାକୁ ପ୍ରଦର୍ଶନ କରିବା ଲାଗି ସହରର ଏହି ସର୍ବବୃହତ ସ୍କୁଲ କ୍ବିଜ ହେଉଛି ଏକ ବଡ଼ ସୁଯୋଗ । ଏଥିଲାଗି ଆମେ କ୍ବିଜ ପ୍ରତି ବିଶେଷ ଆଗ୍ରହ ରଖିଥିବା ତଥା ପ୍ରତିଯୋଗିତାକୁ ପ୍ରତିଦ୍ବନ୍ଦ୍ବିତାମୂଳକ କରିବା ସହ ଆମୋଦାୟକ କରୁଥିବା ପ୍ଲାଟଫର୍ମ କ୍ବିଜକ୍ରାଫ୍ଟ ଗ୍ଲୋବାଲ ସହ ସହଭାଗିତା କରି ଆମେ ବେଶ୍ ଆନନ୍ଦିତ । ଆଜିର ଚାଟଜିଟିପି ଯୁଗରେ, ଏଭଳି କାର୍ଯ୍ୟକ୍ରମ ଜରିଆରେ ଆଗ୍ରହୀ ତଥା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଯୁବ ମସ୍ତିଷ୍କକୁ ଅଧିକ ଚିନ୍ତାଶୀଳ, ରଚନାତ୍ମକ ଓ ବିନୋଦଦାୟକ କରିବାକୁ ସିଏସଏମ୍ ଟେକ୍ନୋଲୋଜି ଲକ୍ଷ୍ୟ ରଖିଛି । ଆଗାମୀ ସଂସ୍କରଣ ସିନାପ୍ସରେ ଆମେ ଏହାକୁ ଆହୁରି ଅଧିକରୁ ଅଧିକ ସ୍କୁଲକୁ ସମ୍ପ୍ରସାରଣ କରିବାକୁ ଯୋଜନା କରିଛୁ। ପ୍ରତିବର୍ଷ ଏହି କ୍ବିଜ୍ ଅଧିକ ବିଶାଳ ଓ ଉତ୍ତମ ହେବ ।’’ ଆଜି ଆୟୋଜିତ ହୋଇଥିବା କ୍ବିଜରେ ଭୁବନେଶ୍ବର ଓ କଟକର ଡିଏଭି ପବ୍ଲିକ୍ ସ୍କୁଲ, ଦିଲ୍ଲୀ ପବ୍ଲିକ୍ ସ୍କୁଲ, କଳିଙ୍ଗ, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ, ଲୟୋଲା ଇଣ୍ଟରନ୍ୟାସନାଲ ସ୍କୁଲ, ମଦର୍ସ ପବ୍ଲିକ୍ ସ୍କୁଲ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ଓଡିଏମ୍ ପବ୍ଲିକ୍ ସ୍କୁଲ, ଏସସିବି ମେଡିକାଲ ପବ୍ଲିକ୍ ସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୬ଟି ଟିମ୍ ଫାଇନାଲ୍ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ଗତ୨୦୨୨ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଭଳି ଦ୍ବିତୀୟ ସଂସ୍କରଣ ସିନାପ୍ସକୁ ମଧ୍ୟ କ୍ବିଜ୍କ୍ରାଫ୍ଟ ଗ୍ଲୋବାଲ ଆୟୋଜନ କରିଥିଲା । କ୍ବିଜକ୍ରାଫ୍ଟ ଗ୍ଲୋବାଲ ଭାରତର ସବୁଠୁ ଜଣାଶୁଣା କ୍ବିଜ ମାଷ୍ଟର ତଥା କୌନ ବନେଗା କରୋଡ୍ପତି ଓ ମାଷ୍ଟରମାଇଣ୍ଡର ରିସର୍ଜ୍ଜ ହେଡ୍ ରହିଥିବା ଶ୍ରୀ ଆଦିତ୍ୟନାଥ ମୁବାୟୀଙ୍କ ଦ୍ବାରା ପରିଚାଳିତ । ଏହାଛଡ଼ା ସେ ସ୍ବିଡେନ୍ ଇଣ୍ଡିଆ ନୋବେଲ ମେମୋରିଆଲ କ୍ବିଜର କ୍ବିଜ ମାଷ୍ଟର ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଚଳିତ ବର୍ଷ ସିନାପ୍ସର ଥିମ୍ ଥିଲା ସାଧାରଣ ଜ୍ଞାନ ।
ନୂଆଦିଲ୍ଲୀ / ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ଅଗରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଫିକି ସିଏସଆର ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାରରେ ସମ୍ମାନିତ କରାଯାଇଛି | ଗତ କାଲି (୧୨ ଡିସେମ୍ବର, ୨୦୨୨)ରେ...
ବ୍ରହ୍ମପୁର: ଗ୍ରାହକମାନଙ୍କୁ ବିଦ୍ୟୁତ ବିଲ୍ ପେମେଂଟ୍ ସୁବିଧା ପ୍ରଦାନ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଟିପିଏସ୍ଓଡିଏଲ୍ର ସମସ୍ତ ଗ୍ରାହକ ଏବେ ୮ଟି ଜିଲ୍ଲାରେ ଥିବା ୧୬୫୨ କଲେକ୍ସନ ପଏଂଟ୍ରେ ସେମାନଙ୍କ ବିଦ୍ୟୁତ ବିଲ୍କୁ ସୁବିଧାରେ ପ୍ରଦାନ କରିପାରିବେ । ଏହି କଲେକ୍ସନ ପଏଂଟ୍ରେ ଗ୍ରାହକମାନେ ପ୍ରଦାନ କରିଥିବା ବିଲ୍ର ପେମେଂଟ୍ ରସିଦ ପାଇପାରିବେ । ଗ୍ରାହକମାନଙ୍କ ସୁବିଧା ଏବଂ ଡିଜିଟାଲ୍ ଗ୍ରହଣୀୟତାକୁ ନିଶ୍ଚିତ କରିବା ଲାଗି ଟିପିଏସ୍ଓଡିଏଲ୍ ପକ୍ଷରୁ ଫୋନ୍ପେ, ଆମାଜନ-ପେ, ଗୁଗୁଲ-ପେ, ଭାରତ ମନି, ଜିଓ ମନି, ପେଟିଏମ୍, ଫ୍ରିଚାର୍ଜ, ଏୟାରଟେଲ ମନି, ମୋବିକ୍ୱିକ୍, ପେୟୁ, ଟାଟା ନିଉ ଭଳି ପେମେଂଟ୍ ଗେଟ୍ୱେ ଏବଂ ଓକାକ୍, ଆଇବିଏଏକ୍ସ କ୍ୟାସ୍, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଭିମ୍ ଆଦି ଅନ୍ୟ ପ୍ଲାଟଫର୍ମ ସହ ସହଯୋଗିତା ସ୍ଥାପନ କରାଯାଇଛି । ଡିଜିଟାଲ ମାଧ୍ୟମରେ ପେମେଂଟ୍ ପ୍ରଦାନ କରୁଥିବା ଗ୍ରାହକମାନେ ସେମାନଙ୍କ ବିଲ୍ ଉପରେ ୩% ଡିଜିଟାଲ୍ ରିହାତି ପାଇପାରିବେ । ସେମାନେ କଂପାନିର ୱେବସାଇଟ୍ରେ ମଧ୍ୟ ସିଧାସଳଖ ପେମେଂଟ୍ କରିପାରିବେ । “ଗ୍ରାହକମାନଙ୍କ ସୁବିଧା ପ୍ରତି ଅନ୍ୟତମ ପଦକ୍ଷେପ ସ୍ୱରୂପ ଆମେ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ସହଯୋଗିତା ସ୍ଥାପନ କରିଛୁ । ତ୍ୱରିତ ସେବାକୁ ନିଶ୍ଚିତ କରିବା ଲାଗି ଆମେ ଆମର ପେମେଂଟ୍ ନେଟ୍ୱର୍କକୁ ସମ୍ପ୍ରସାରିତ କରୁଛୁ । ବିବିଧ ମାଧ୍ୟମ ପ୍ରଦାନ କରିବା ସମେତ ଭରସାଯୋଗ୍ୟ ଏବଂ ଗ୍ରାହକ ମିତବ୍ୟୟୀ ସେବାକୁ ନିଶ୍ଚିତ କରିବା ଲାଗି ଆମେ ଆମର ଉଦ୍ୟମ ଜାରି ରଖିବୁ” ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ...
ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନରେ ୪୫୦କୋଟି ଟଙ୍କାର ୭ଟି ବିଦ୍ୟୁତ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଶନିବାର ଭିଡିଓ କନ୍ଫରେନ୍ସିଂ ଯୋଗେ ରାୟଗଡା, ନବରଂଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ...
ଭୁବନେଶ୍ୱର : ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କର ଏକ ମନ୍ତ୍ରୀସ୍ତରୀୟ ସମ୍ମିଳନୀ କୋଣାର୍କ ଓ ଭୁବନେଶ୍ୱର ଠାରେ ଆୟୋଜିତ ହେବ । ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ୨୫ରୁ ୨୬ ଫେବୃଆରୀ,...
ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ସୁଧହାରକୁ ଅପରିବର୍ତ୍ତିତ ରଖିଛି। ବିଶେଷକରି ରେପୋ ରେଟକୁ କ୍ରମାଗତ ଭାବେ ଅଷ୍ଟମଥର ପାଇଁ ୪ଶତାଂଶରେ ଅପରିର୍ତ୍ତିତ ରଖାଯାଇଛି। ସେହିଭଳି ରିଭର୍ସ ରେପୋ ରେଟ୍ ମଧ୍ୟ ୩....
ଭୁବନେଶ୍ୱର: ଟାଟା କଫି ବର୍ତ୍ତମାନ ଓଡ଼ିଶାର କୋରାପୁଟ କଫିକୁ ବିଶ୍ଵ ବଜାରରେ ବିକ୍ରୀ କରିବ। ଏଥି ପାଇଁ ଟାଟା କଫି ଓ ଓଡିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ମଧ୍ୟରେ ଏକ ସହମତି ହୋଇଛି। ଆମ...
ଭୁବନେଶ୍ୱର / ଦୁବାଇ: ଓଡ଼ିଶାରେ କାଜୁବାଦାମ ଶିଳ୍ପର ପ୍ରୋତ୍ସାହନ, ଏହାର ପ୍ରସାର ଏବଂ ଦେଶବିଦେଶରେ ଓଡ଼ିଶା ମାର୍କା କାଜୁକୁ ଲୋକପ୍ରିୟ କରିବା କ୍ଷେତ୍ରରେ ଏ.କେ.ଏମ୍ ଆଗ୍ରୋ ଗ୍ରୁପ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଜଣାଯାଇଛି ।...
ଭୁବନେଶ୍ୱର: ଓଡ଼ିଶାର ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠରେ ହେବାକୁ ଯାଉଥିବା ଦେଶ ସର୍ବ ବୃହତ ଭୂତଳ ତୈଳ ଭଣ୍ଡାର ଏବେ ଘରୋଇ କମ୍ପାନୀ ହାତକୁ ଟେକି ଦେବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଦେଶର ତୈଳ...