ରାୟପୁର: ଛତିଶଗଡ଼ର ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀଙ୍କର ରାଜନୈତିକ ଭବିଷ୍ୟତ ଅନ୍ଧାର ହେବାରେ ଲାଗିଛି। ଦୀର୍ଘ ୧୫ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଥିବା ରମଣ ଏବେ ଚରମ ଦୁଶ୍ଚିନ୍ତାରେ ଅଛନ୍ତି।
ଛତିଶଗଡ଼ରେ ଆସନ୍ତା ବର୍ଷ ଶେଷ ଆଡକୁ ନିର୍ବାଚନ ହେବ। ଏଣୁ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାର ଆଶାରେ ରମଣ ସିଂହ ରାଜ୍ୟରେ ବୁଲାବୁଲି ଆରମ୍ଭ କରିଥିଲେ। ହେଲେ ଏହି ସମୟରେ ଦଳର କେନ୍ଦ୍ରୀୟ ସଂଗଠନ ସମ୍ପାଦକ ପିଏଲ ସନ୍ତୋଷ ତାଙ୍କ ଗସ୍ତ ଉପରେ ଅଙ୍କୁଶ ଲଗାଇଦେଲେ। ଦଳରେ ବିନା ଅନୁମତିରେ ଗସ୍ତ ନ କରିବାକୁ ତାଙ୍କୁ ତାଗିଦ କଲେ।
ଗତ ୨୦୧୯ ଲୋକସଭା ନିର୍ବାଚନରେ ନିଜର ପୁଅ ଆଭିଷେକ ସିଂହଙ୍କୁ ଟିକେଟ କରାଇ ନପାରି ମନସ୍ତାପରେ ଥିଲେ ରମଣ। ବର୍ତମାନ କେନ୍ଦ୍ର ସଂଗଠନ ସମ୍ପାଦକଙ୍କ ତାଗିଦରୁ ସେ ଜାଣି ଗଲେଣି ଯେ ତାଙ୍କର ଆଉ ମୁଖ୍ୟମନ୍ତ୍ରୀ ହେବାର ଆଶା ନାହିଁ।