ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଏନ. ଭି. ରାମନାଙ୍କ ସରକାରୀ ବାସଭବନରେ ଗତକାଲି ଜଣେ ମହିଳା ଅତିଥିଙ୍କୁ ଦେଖିବାକୁ ମିଳିଥିଲା। ଏହି ମହିଳାଜଣକ ଆଉ କେହି ନୁହଁନ୍ତି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଏସ ଜାନକୀ। ନିକଟରେ ପଦ୍ମଶ୍ରୀ ଉପାଧି ପାଇଥିବା ଏହି ସିନେମା ଅଭିନେତ୍ରୀ ଦକ୍ଷିଣ ଭାରତ ଚଳଚ୍ଚିତ୍ର ଜଗତର ତିନି କିମ୍ବଦନ୍ତୀ ଅଭିନେତା ଓ ଅଭିନେତ୍ରୀ ଯେଉଁମାନେକି ପରବର୍ତ୍ତୀ କାଳରେ ମୁଖ୍ୟମନ୍ତ୍ରୀ ହୋଇଥିଲେ- ଏନ ଟି ରାମରାଓ, ଏମ. ଜି.ଗଣେଶନ ଏବଂ ଜେ. ଜୟଲଳିତାଙ୍କ ସହ ଅଭିନୟ କରିଛନ୍ତି। ସେ ପାଖାପାଖି ଚାରିଶହରୁ ଅଧିକ ତାମିଲ, ତେଲୁଗୁ, କନ୍ନଡ଼, ମାଲୟଲମ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ନବେ ବର୍ଷୀୟ ଏହି ଅଭିନେତ୍ରୀ ବର୍ତମାନ ବାଙ୍ଗାଲୋର ସହରରେ ଏକାକୀ ରହୁଛନ୍ତି।