Nation

ସନ୍ଧ୍ୟାବେଳ ପାଇଁ ବି ବ୍ୟବସ୍ଥା ଅଛି !

Published

on

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ନଗର ଉନ୍ନୟନ ଓ ପେଟ୍ରୋଲିୟମ ବିଭାଗର ଉତ୍ତର ରଖିବା ବେଳେ ମନ୍ତ୍ରୀ ହାରଦୀପ ପୁରୀ ପ୍ରଶ୍ନ ପଚାରୁଥିବା ସାଂସଦମାନଙ୍କୁ କହୁଥାନ୍ତି ଅଧିକ ତଥ୍ୟ ଜାଣିବାକୁ ହେଲେ ଚା’ ବା କଫିକୁ ଆସନ୍ତୁ। ତେଲୁଗୁ ଦେଶମ ପାର୍ଟି ର ଜୟଦେବ ଗାଲା ଜାଣିବାକୁ ଚାହିଁଲେ ଅମରାବତୀକୁ ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀର ମାଷ୍ଟ୍ର ପ୍ଲାନର କାର୍ଯ୍ୟ ବନ୍ଦ କରିବାକୁ ତାଙ୍କ ମନ୍ତ୍ରଣାଳୟର କଣ ଯୋଜନା ଅଛି, ପୁରୀ କହିଥିଲେ ସେ ଏହି ପ୍ରଶ୍ନ ପାଇଁ ପ୍ରସ୍ତୁତ ନାହାଁନ୍ତି। ତେବେ ସେ କହିଥିଲେ ଯେ ସେ ଖୁସି ହେବେ ଯଦି ମାନନୀୟ ସାଂସଦ ତାଙ୍କ ସହିତ ଚା’ ବା କଫିରେ ବସନ୍ତେ।

ଏହି ସମୟରେ କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧରି କଟାକ୍ଷ କରି ପଚାରିଲେ, ” ଖାଲି, ଚା’ କଫି ନା ହାଇ-ଟି?”

ପଞ୍ଜାବୀ ଶିଖ ମଣିଷ ଛାଡିବାର ନୁହେଁ, କହିଲେ “ଯେତେବେଳ ଆସନ୍ତୁ, ଦିନର ସମୟକୁ ନେଇ ଚର୍ଚ୍ଚା କରାଯିବ। ଆପଣ ଯଦି ସନ୍ଧ୍ୟାରେ ଟିକେ ବିଳମ୍ବରେ ଆସିବେ, ତାର ବି ବ୍ୟବସ୍ଥା କରାଯିବ ।”

ପୁରୀ ସାହେବ କଥାର ଉଦେଶ୍ୟ ବୁଝିପାରି ବିରୋଧୀ ସଭ୍ୟମାନେ ଟେବୁଲ ବାଡେଇ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version