Nation

କଂଗ୍ରେସ ଦଳ ଭାଙ୍ଗି ଯିବାର ଭୟ ଘରିଲାଣି ଗାନ୍ଧୀ ପରିବାରକୁ

Published

on

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ନେତୃତ୍ୱରେ କଂଗ୍ରେସ ଦଳ ବାରଂବାର ନିର୍ବାଚନ ହାରିବା ଘଟଣା ଦଳକୁ ସଙ୍କଟଜନକ ପରିସ୍ଥିତିକୁ ଟାଣି ନେଇଛି। ଦଳର ନେତୃବର୍ଗ ଏବଂ କର୍ମୀଙ୍କ ମଧ୍ୟରେ ଗାନ୍ଧୀ ପରିବାରର ଭୋଟ ଆକର୍ଷଣ କରିବା କ୍ଷମତାକୁ ନେଇ ସନ୍ଦେହ ଦେଖା ଦେଲାଣି।

ଏଭଳି ପରିସ୍ଥିତରେ ଦଳର ତୁଙ୍ଗ ନେତାଙ୍କର ମେଳି ଜି୨୩କୁ ନେଇ ନୂଆ ଆଶଙ୍କା ଦେଖା ଦେଇଛି। ବିଶେଷକରି ଗାନ୍ଧୀ ପରିବାର ଏହି ମେଳିକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି।

ବର୍ତ୍ତମାନ ସ୍ଥିତିରେ ଏହି ଜି୨୩ ଯଦି ଦଳକୁ ଭାଗ ଭାଗ କରିବାକୁ ଚେଷ୍ଟାକରେ ତାହେଲେ ତାହା କଂଗ୍ରେସ ଦଳ ଏବଂ ଗାନ୍ଧୀ ପରିବାର ପାଇଁ ଘାତକ ହୋଇପାରେ।

ଦଳ ଭିତରେ ବିବାଦ ଦେଖାଦେଲେ ନିର୍ବାଚନ କମିଶନ ସେଥିରେ ହସ୍ତକ୍ଷେପ କରିବାର ସୁଯୋଗ ପାଇପାରିବେ। ଏବଂ, ଦଳର ହାତ ଚିହ୍ନ, ଦଳର ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତି ଫ୍ରିଜ କରିଦେଇ ପାରନ୍ତି।

ଯେତେଦୂର ସମ୍ଭବ ଏହି ଭୟରେ ଗାନ୍ଧୀ ପରିବାର ବର୍ତମାନ ଜି୨୩ର ନେତାମାନଙ୍କୁ ମାନଇବାକୁ ଉଦ୍ୟମ କରୁଛନ୍ତି। ଦଳର ଅଧଃକ୍ଷା ସୋନିଆ ଗାନ୍ଧୀ ଅସନ୍ତୁଷ୍ଟ ନେତା ଗୁଲାମନବୀ ଆଜାଦଙ୍କୁ ଓ ହରିଆଣାର ହୁଡାଙ୍କୁ ଭେଟିବା ପଛରେ ଗାନ୍ଧୀ ପରିବାରର ଦଳ ଭାଙ୍ଗି ଯିବାର ଭୟ ରହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version