ନୂଆଦିଲ୍ଲୀ: ରାଜଧାନୀର ସାମ୍ବାଦିକଙ୍କ ବଢୁଛି ଚିନ୍ତା।
ସାଧାରଣତଃ ନୂଆବର୍ଷ ବେଳକୁ ଦିଲ୍ଲୀ ସାମ୍ବାଦିକଙ୍କର ସରକାରୀ ସ୍ୱୀକୃତି ବା ଏକ୍ରିଡିଟେସନ ନବୀକରଣ ହୋଇଯାଇଥା। ପ୍ରାୟ ନଭେମ୍ବର ମାସରେ ଏହି ନବୀକରଣ ପ୍ରକ୍ରିୟା ଆରମ୍ଭ କରି ପିଆଇବି ଦରଖାସ୍ତ ମାଗିଥାଏ। ତେବେ ନଭେମ୍ବର ସରି ଡେସମ୍ବର ସାରିବାକୁ ଆସିଲାଣି ପିଆଇବି ଏହି ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଆରମ୍ଭ କରିନି।
ସରକାର ଏକ୍ରୀଡେସନ ନିୟମକୁ କଡାକଡି କରି ଅବାଂଛିତ ସାମ୍ବାଦିକଙ୍କୁ ଏହି ସୁବିଧାରୁ ବାଦ ଦେବାକୁ ଯାଉଛନ୍ତି। ତେବେ ସାମ୍ବାଦିକମାନେ ଆଶଙ୍କା କରୁଛନ୍ତି ଯେ ଏହି ଆଳରେ ସରକାରଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକ ମାନଙ୍କୁ ଶାସ୍ତି ଦେବାକୁ ଯାଉଛନ୍ତି।
କେତକ ସାମ୍ବାଦିକଙ୍କୁ ପାର୍ଲିଆମେଣ୍ଟ ପ୍ରଵେଶ ତାଲିକାରୁ ବାଦ ଦିଆଯାଇଥିବା ଘଟଣାରୁ ସାମ୍ବାଦିକମାନଙ୍କ ଏହି ଆଶଙ୍କା କିଛି ଅମୂଳକ ନୁହେଁ। ବର୍ତ୍ତମାନ କୋଭିଡ କଟକଣା ପାର୍ଲିଆମେଣ୍ଟରୁ ଉଠି ଯାଇଥିଲେ ହେଁ ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଲାଟେରୀ ମାଧ୍ୟମରେ ପ୍ରବେଶ ମିଳୁଛି।