ଧାମରା (ଓଡିଶା) : ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍ (ଡ଼ି ପି ସି ଏଲ) 2025-26 ଆର୍ଥିକ ବର୍ଷରେ ମୋଟ ୪୮.୮୦ ମିଲିୟନ ମେଟ୍ରିକ ଟନ୍ (ଏମ୍ଏମ୍ଟି) କାର୍ଗୋ ପରିଚାଳନା କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଏହା ପୂର୍ବ ବର୍ଷର ୪୬.୦୮ ଏମ୍ଏମ୍ଟି ରେକର୍ଡ ଅତିକ୍ରମ କରି ସଫଳତା ଅର୍ଜନ କରିଛି ।
ରେଲୱେ, ଶୁଖିଲା କାର୍ଗୋ ପରିଚାଳନା, ଶିପ୍-ଟୁ-ଶିପ୍ (ଏସ୍ଟିଏସ୍) ଅପରେସନ ଏବଂ ସମଗ୍ର ପୋର୍ଟର ଦୃଢ କାର୍ଯ୍ୟଦକ୍ଷତାକୁ ପ୍ରତିପାଦିତ କରିପାରିଛି । ନୂତନ ବାର୍ଷିକ ସଂକଳିତ ତଥ୍ୟ ଅନୁଯାୟୀ, ଡିପିସିଏଲ୍ ସମସ୍ତ ପରିଚାଳନାରେ ରେକର୍ଡ ସୁୃଷ୍ଟି କରିଛି, ଯାହା ଭାରତର ସାମୁଦ୍ରିକ ଏବଂ ଲଜିଷ୍ଟିକ୍ କ୍ଷେତ୍ରର ବିକାଶରେ ଥିବା ଅବଦାନକୁ ସୂଚିତ କରୁଅଛି ।
ରେଲ୍ୱେ ପରିବହନ ଓ ଅଧିଗ୍ରହଣ କ୍ଷମତାକୁ ବୃଦ୍ଧି କରିବା ପାଇଁ, ଡିପିସିଏଲ୍ ଏକ ମାସରେ ସର୍ବାଧିକ ୯୧୨ ରେକ୍ (୩୨୦ ରେକ୍ ଲୋଡିଂ ଏବଂ ୫୯୨ ରେକ୍ ଅନ୍ଲୋଡିଂ) କରିଛି । ପୂର୍ବରୁ ଏହା ୮୮୦ ରେକ୍ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ରେଲ୍ୱେ ଲଜିଷ୍ଟିକ୍ରେ ଉଲ୍ଲେଖନୀୟ ଅଭିବୃଦ୍ଧି ଲାଭ କରିଛି । ସେହିପରି ଗତ ଆର୍ଥିକ ବର୍ଷରେ ୯୧୩୯ ରେକ୍ ଥିବାବେଳେ, ଚଳିତବର୍ଷ ୯୬୦୪ ରେକ୍ (୨୮୬୯ ରେକ୍ ଲୋଡିଂ ଏବଂ ୬୭୩୫ ରେକ୍ ଅନ୍ଲୋଡିଂ) ସହିତ ସର୍ବୋଚ୍ଚ ରେଳ ପରିବହନ ରେକର୍ଡ କରିଛି ।
ଶୁଖିଲା କାର୍ଗୋ ପରିଚାଳନାରେ ମାସିକ ୪.୧୧ ଏମ୍ଏମ୍ଟି ରୁ ବୃଦ୍ଧି ଘଟି ୪.୩୭ ଏମ୍ଏମ୍ଟିରେ ପହଞ୍ଚିଛି । ସେହିପରି ମାର୍ଚ୍ଚ ୨୦୨୬ ଶିପ୍-ଟୁ-ଶିପ୍ (ଏସ୍ଟିଏସ୍ ) ପରିଚାଳନାରେ ସର୍ବାଧିକ ୦.୬୧ ଏମ୍ଏମ୍ଟି କାର୍ଗୋ ପରିଚାଳନା କରିଥିଲା । ବାର୍ଷିକ ଭିତ୍ତିରେ ୩.୭୭ ଏମ୍ଏମ୍ଟି ରେକର୍ଡ ଅତିକ୍ରମ କରି ୪.୩୮ ଏମ୍ଏମ୍ଟିରେ ପହଞ୍ଚିଛି ଯାହାକି ସାମୁଦ୍ରିକ ମାଲ୍ ପରିବହନ ଏବଂ ଏସ୍ଟିଏସ୍ କ୍ଷେତ୍ରରେ ଏକ ଐତିହାସିକ ସଫଳତା ।
କାର୍ଗୋ ପରିଚାଳନାରେ ପୂର୍ବ ବର୍ଷର ୪୬.୦୮ ଏମ୍ଏମ୍ଟି ରେକର୍ଡକୁ ଅତିକ୍ରମ କରି ଉଲ୍ଲେଖନୀୟ ୪୮.୮୦ ଏମ୍ଏମ୍ଟି ବଲ୍କ କାର୍ଗୋ ହ୍ୟାଣ୍ଡଲ କରି ନିଜ କାର୍ଯ୍ୟଦକ୍ଷତା ପ୍ରମାଣିତ କରିପାରିଛି । ମାସିକ ଭିତ୍ତିରେ ଗତ ଆର୍ଥିକ ବର୍ଷର କାର୍ଗୋ ପରିଚାଳନା ଦକ୍ଷତା ୪.୬୪ ଏମ୍ଏମ୍ଟିକୁ ଅତିକ୍ରମ କରି ଚଳିତ ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ୫ ଏମ୍ଏମ୍ଟି ର ସଫଳତା ହାସଲ କରିଛି । ବାର୍ଷିକ ଶୁଖିଲା କାର୍ଗୋ ପରିଚାଳନାରେ ୪୨.୦୪ ଏମ୍ଏମ୍ଟିକୁ ଅତିକ୍ରମ କରି ସର୍ବୋଚ୍ଚ ୪୨.୮୦ ଏମ୍ଏମ୍ଟିର ରେକର୍ଡ କରି ବ୍ୟବସାୟରେ ଏକ ପ୍ରମୁଖ ଭୂମିକା ନିର୍ବାହ କରି ନିଜର ସ୍ଥିତିକୁ ସୁଦୃଢ କରିପାରିଛି ।
ପୋର୍ଟର ଏହି ଦକ୍ଷ ପ୍ରଦର୍ଶନ ପାଇଁ ଭିତ୍ତିଭୂମି ବିକାଶ ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତା ୨ଟି କ୍ଷେତ୍ରକୁ ଶ୍ରେୟ ଦିଆଯାଇଛି । ନୂତନ ରେଳଲାଇନ ସ୍ଥାପନ, ବିସ୍ତାରିତ ଷ୍ଟାକୟାର୍ଡ ସୁବିଧା ଏବଂ ଯାନ୍ତ୍ରିକ କ୍ଷେତ୍ରରେ ନିରନ୍ତର ନିବେଶ ଫଳରେ ପୋର୍ଟର କ୍ଷମତା ଏବଂ କାର୍ଯ୍ୟଦକ୍ଷତାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ।