ନୂଆଦିଲ୍ଲୀ: ଭାରତୀୟ ବିଦେଶ ସେବାର ୧୯୯୦ ବ୍ୟାଚ ଅଫିସର ଦିନେଶ ପଟ୍ଟନାୟକଙ୍କୁ ସ୍ପେନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ମିଳିଛି। ଦିନେଶ ପଟ୍ଟନାୟକ ବର୍ତମାନ ଇଣ୍ଡିଆନ କାଉଁସିଲ ଫର କଲଚରାଲ ରିଲେସନ୍ସର ମହାନିର୍ଦେଶକ ଅଛନ୍ତି।
ସାଉଥ ବ୍ଲକସ୍ଥିତ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପ୍ରକାଶିତ ବିଜ୍ଞପ୍ତିବଳରେ ପଟ୍ଟନାୟକଙ୍କ ବ୍ୟତୀତ ଆଉ ଦୁଇ ଜଣ ବରିଷ୍ଠ ଆଇଏଫଏସ ଅଫିସରଙ୍କୁ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ମିଳିଛି। ୟୁନାଇଟେଡ଼ ଆରବ ଏମିରେଟସ (ୟୁଏଇ)ରେ ଅବସ୍ଥାପିତ ରାଷ୍ଟ୍ରଦୂତ ୧୯୯୦ ବ୍ୟାଚର ପବନ କୁମାରଙ୍କୁ ଋଷିଆର ଏବଂ ମାଲଡାଭିସର ରାଷ୍ଟ୍ରଦୂତଭାବେ ଅବସ୍ଥାପିତ ୧୯୯୩ ବ୍ୟାଚର ସଞ୍ଜୟ ସୁଧୀରଙ୍କୁ ୟୁଏଇର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ମିଳିଛି।