ଭୁବନେଶ୍ୱର: ଦୌଡରାଣୀ ଦୁତିଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କର ରିପୋର୍ଟ ପାଇଁ ଇଣ୍ଡିଆନ ଏକ୍ସପ୍ରେସର ନିହାଲ କୋଶିଙ୍କୁ ଏହି ପୁରସ୍କାର ମିଳିଛି।
ଇଣ୍ଡିଆନ ଏକ୍ସପ୍ରେସର କ୍ରୀଡା ସାମ୍ବାଦିକ ନିହାଲ ଦୁତିଚାନ୍ଦଙ୍କ ଏହି ସମଲିଙ୍ଗୀ ପ୍ରେମ ସମ୍ପର୍କରେ ପ୍ରଥମେ ଖବର ଲୋକଲୋଚନକୁ ଆଣିଥିଲେ।
ନିହାଲ ଭୁବନେଶ୍ୱର ଆସି ଦୁତିଚାନ୍ଦଙ୍କ ସହ ଏ ସମ୍ପର୍କରେ ଏକ ସାକ୍ଷାତକାର କରିଥିଲେ।
ନିହାଲଙ୍କ କହିବା କଥା ସେ ଦୁତିଚାନ୍ଦ ଏସିଆନ ଗେମସ ମେଡାଲ ଜିତିବା ପୂର୍ବରୁ ତାଙ୍କୁ ଓ ତାଙ୍କ ପରିବାରକୁ ଜାଣିଥିଲେ।
ନେହାଲ କୁହନ୍ତି ଯେ ଦୁତିଚାନ୍ଦ ତାଂକର ଏହି ସମଲିଙ୍ଗୀ ସମ୍ପର୍କରେ ଖବର ପ୍ରକାଶ ପାଉ। ଏ ଦିଗରେ ଦୁତିଚାନ୍ଦଙ୍କ ସାହସକୁ ନେହାଲ ପ୍ରଶଂସା କରିଛନ୍ତି।
ଦୁତିଚାନ୍ଦଙ୍କ କାହାଣୀ ଛାୟାରେ ରଶ୍ମି ରକେଟ ନାମରେ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ ହୋଇଛି।