ନୂଆଦିଲ୍ଲୀ: ଗତ ପାଞ୍ଚ-ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ନିର୍ବାଚନ କମିଶନ ରେକର୍ଡ ପରିମାଣର ନଗଦ ଟଙ୍କା ଜବତ ହୋଇଛି।
ମୁଖ୍ୟ ନିର୍ବାଚନ କମିଶନ ସୁଶିଲ ଚନ୍ଦ୍ରା ୭୪ତମ ବ୍ୟାଚ ଭାରତୀୟ ରାଜସ୍ୱ ସେବା ଅଧିକାରୀମାନଙ୍କୁ ଉଦବୋଧନ ଦେବାବେଳେ ଏହା ପ୍ରକାଶ କରିଛନ୍ତି।
ଚନ୍ଦ୍ରା କହିଥିଲେ ଯେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ବେଳେ ଭାରତୀୟ ରାଜସ୍ୱ ସେବା ଅଫିସରମାନଙ୍କ କଡା ତଦାରଖ ଯୋଗୁ ରେକର୍ଡ଼ ପରିମାଣର ନଗଦ ଟଙ୍କା ଜବତ କରାଯାଇ ପାରିଥିଲା। ଗତ ୨୦୧୬ରେ ଏହିସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ଯେତେ ଅର୍ଥ ଜବତ ହୋଇଥିଲା ତାହାଠାରୁ ୨୦୨୧ ନିର୍ବାଚନରେ ଜବତ ହୋଇଥିବା ଅର୍ଥର ପରିମାଣ ସାଢ଼େ ଚାରିଗୁଣ ହୋଇ ପାରିଛି।