Nation

ନିର୍ବାଚନ ରଣନୀତି: ପ୍ରଶାନ୍ତ କିଶୋର ବନାମ ପଣ୍ଡିଆନ

Published

on

ଭୁବନେଶ୍ୱର: ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ଶାସକ ବିଜେଡି ଦଳ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ଶାସକ ବିଜେପି ଦଳର ଘୋର ମୁକାବିଲାର ସମ୍ମୁଖୀନ ହୋଇଥିଲେ। ଚାରି ଚାରି ଥର ନିର୍ବାଚନ ଜିତିଥିବା ଓଡ଼ିଶାର ଶାସକ ବିଜେଡି ଦଳ ପାଇଁ ଏହି ନିର୍ବାଚନ ଜିତିବା ଅତ୍ୟନ୍ତ କଷ୍ଟକର ଥିଲା।

ଏହି ସମୟରେ ଦେଶର ବହୁ ପରୀକ୍ଷିତ ନିର୍ବାଚନ ରଣନୀତିନଜ୍ଞ ପ୍ରଶାନ୍ତ କିଶୋର ଏବଂ ତାଙ୍କର ସଂସ୍ଥା ଆଇପାକ ନିର୍ବାଚନ ଭାର ତୁଲାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ। ବିଜେଡ଼ି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ୧୪୦ କୋଟି ଟଙ୍କା ଦାବୀ କରିଥିଲେ।

ପ୍ରଶାନ୍ତ କିଶୋର ୨୦୧୪ରେ  ନରେନ୍ଦ୍ର ମୋଦିଙ୍କ ପାଇଁ ରଣନୀତି ପ୍ରସ୍ତୁତ କରି ବିଜେପିକୁ ପ୍ରଚୁର ସଫଳତା ଦେଇଥିଲେ। ଏହାପରେ ସେ ପଞ୍ଜବରେ ୨୦୧୬ ନିର୍ବାଚନରେ କଂଗ୍ରେସକୁ ସଫଳତା ଦେଇଥିଲେ। ନିକଟରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରକୁ ଅପୂର୍ବ ସଫଳତା ଦେଇଥିଲେ।

ତେବେ ୨୦୧୯ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାନ୍ତ କିଶୋରଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଶାନ୍ତ କିଶୋରଙ୍କ ଅପେକ୍ଷା ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପଣ୍ଡିଆନଙ୍କ ଉପରେ ଅଧିକ ଭରସା କରିଥିଲେ।

ପଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭରସାକୁ ରକ୍ଷା କରିଥିଲେ। ବିଚକ୍ଷଣ ବୁଦ୍ଧି ଏବଂ ଅକ୍ଲାନ୍ତ ପରିଶ୍ରମ କରି ସେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ବଜାୟ ରଖିବାରେ ସକ୍ଷମ ହୋଇଥିଲେ। ନିର୍ବାଚନରେ ବିଜେଡି ଦଳ ବିଧାନସଭାରେ ଦୁଇ-ତୃତୀୟାଂଶରୁ ଅଧିକ ଆସନ ହାସଲ କରିଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version