Nation

ବିଶିଷ୍ଟ ସାମ୍ୟବାଦୀ ନେତା ବଂଶୀଧର ଦାସଙ୍କ ପଞ୍ଚମ ସ୍ମୃତି ସମାରୋହ 

Published

on

ଭୁବନେଶ୍ୱର: ବିଶିଷ୍ଟ ସାମ୍ୟବାଦୀ ନେତା, ବିଶିଷ୍ଟ ସାମ୍ୟବାଦୀ ନେତା ବଂଶୀଧର ଦାସଙ୍କ ପଞ୍ଚମ ବାର୍ଷିକ ରାଜ୍ୟସ୍ତରୀୟ ସ୍ମୃତି ସଭା ଆଜି ଜୟଦେବ ଭବନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସମାରୋହ ରେ ଅତିଥ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, କଟକ ମେୟର ସୁବାଷ ସିଂ,ବରିଷ୍ଟ ସାମ୍ବାଦିକ ରବି ଦାସ ଯୋଗ ଦେଇ ସ୍ବର୍ଗତଃ ମହାନ ଆତ୍ମାର ସ୍ମୃତି ଚାରଣ କରିବା ସହିତ ତାଙ୍କ ସାମ୍ୟବାଦୀ ଚିନ୍ତାଧାରା ଆଜିର ସମାଜରେ ସାମଗ୍ରିକ ଭାବେ ସାମାଜିକ ସନ୍ତୁଳନ ଭିତିକ ବିକାଶ କ୍ଷେତ୍ରରେ ଅନେକ ସହାୟକ ହୋଇ ପାରିଛି ବୋଲି ମତ ପ୍ରକାଶ କରିଥିଲେ l ପ୍ରଧାନ ଶିକ୍ଷକ ଭାବେ ସ୍କୁଲ ପ୍ରତିଷ୍ଠା ଶିକ୍ଷା କ୍ଷେତ୍ରରେ ସେ ଅଂଚଳ ରେ ଏକ ବୈପ୍ଲବିକ ପରିବର୍ତ୍ତନ, ଜରୁରୀକାଳୀନ ସମୟରେ ଜେଲ ଯିବା, ତିନି ତିନି ଥର ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀ ରୁ ସିପିଆଇଏମ ପ୍ରାର୍ଥୀ ଭାବେ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା, ଜଗତସିଂହପୁର ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା, ବିଭିନ୍ନ ସାମାଜିକ, ସାମଗ୍ରିକ ବିକାଶ କ୍ଷେତ୍ରରେ ଜାତୀୟ ତଥା ରାଜ୍ୟ ସ୍ତରରେ ଆନ୍ଦୋଳନ ରେ ସେ ଅଗ୍ରଣୀ ଭୁମିକା ନିର୍ବାହ ସହ ତାଙ୍କ ଉତ୍ସାର୍ଗୀକୃତ ସେବା ର ସ୍ୱତନ୍ତ୍ରତା ଥିଲା l ମୁଲ୍ୟବୋଧ ରାଜନୀତି ପାଇଁ ସେ ଅଙ୍ଗିକାର ବଦ୍ଧ ଥିଲେ, ଭାଗଚାଷୀ ଓ ଭୂମିହୀନ ଆନ୍ଦୋଳନକୁ ନିଷ୍ଠାର ସହ ଆଗକୁ ନେଇଥିଲେ l ସେ ଜଣେ ପ୍ରେରଣା ଦାୟୀ ବ୍ୟକ୍ତିତ୍ୱ ଥିଲେ ଯାହା ପିଢ଼ି ପରେ ପିଢ଼ି ମନେ ପକାଇବେ l

ବଂଶୀଧର ଦାସ ସ୍ମୃତି ପରିଷଦର ସଭାପତି ଅରୁଣ କୁମାର ଦାସ ସଭାରେ ରେ ପୌରାହିତ୍ୟ କରିଥିଲେ l  ସ୍ମୃତି ପରିଷଦର ଆବାହକ ବିଶିଷ୍ଟ ମାନବାଧିକାର କର୍ମୀ ମନୋଜ ଜେନା ସଭା ସଂଯୋଜନା କରିଥିଲେ ଓ ଡ଼ ଭାରତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ lବଂଶୀଧର ଦାସ ସ୍ମୃତି ପରିଷଦର ଦିଲ୍ଲୀପ କୁମାର ସାଇଁ, ଦେବୀ ପ୍ରସାଦ ତ୍ରିପାଠୀ, ଲୋକାକାନ୍ତ ସାଇଁ, ଦିପକ ଆଚାର୍ଯ୍ୟ ,ବାସୁଦେବ ଭଟ୍ଟ, ଚନ୍ଦ୍ରଶେଖର ଦାଶ, ଯୁଧୁଷ୍ଠିର ବେହେରା,ବିଭୂତି ରାୟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଏହି ଅବସରରେ ସମାଜ ର ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ତଥା ପାଇଁ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଶିକ୍ଷ୍ୟାବିତ ସୋନାମିକା ରାୟ , ସ୍ୱାସ୍ଥ୍ୟ ଅଧିକାରୀ ବିଧୁଭୂଷଣ ନାୟକ ଓ ସମାଜସେବୀ ନିରଞ୍ଜନ ଯୋଗାଣିଆ ଙ୍କୁ ବଂଶୀଧର ସ୍ମୃତି ସମ୍ମାନ ପ୍ରଦାନ କରା ଯାଇଥିଲା l ସଭାରେ ଅଲିଭା ପାତ୍ର , କାର୍ତ୍ତିକ ଦାଶ ଙ୍କୁ ବଂଶୀଧର ଦାସ ମେଧା ସମ୍ମାନ ରେ  ସମ୍ବର୍ଦ୍ଧିତ କରାଯାଇଥିଲା l

Leave a Reply

Your email address will not be published. Required fields are marked *

Trending

Exit mobile version