Lifestyle

ଭୋକ ମାରିବାକୁ ଔଷଧ, ଚିନ୍ତାରେ ଖାଦ୍ୟ କମ୍ପାନୀ

Published

on

ଭୁବନେଶ୍ୱର: “ସମସ୍ତେ ବେଶ ସୁନ୍ଦର ଦେଖା ଯାଉଛନ୍ତି। ସତରେ କଣ ଓଜେମ୍ପିକ ମୋ ପାଇଁ ବି ଠିକ ହେବ?” ଏହି କଥା ଗତ ମାର୍ଚ୍ଚ ମାସରେ ଓସ୍କାର ଉତ୍ସବରେ ଜିମି କିମେଲ କହିବା ପରେ ଓଜନ ହ୍ରାସ ଔଷଧର ଲୋକପ୍ରିୟତା ବଢ଼ିବାରେ ଲାଗିଛି।

ତେବେ ଭୋକ ମାରିବାର ଔଷଧର ଏହି ଲୋକପ୍ରିୟତା ଦେଖି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀମନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ମୋରଗାନ ଷ୍ଟାଂଲେ ଆକଳନ ଅନୁଯାୟୀ ୨୦୩୫ ସୁଦ୍ଧା ଆମେରିକାର ୨.୪ କୋଟି ଅର୍ଥାତ ୭ ପ୍ରତିଶତ ଲୋକ ମେଦ ହ୍ରାସ ଔଷଧ ସେବନ କରି ଖାଦ୍ୟ ଖାଇବା କମାଇ ଥିବେ। ବିଶେଷ କରି ମିଠା ପାନୀୟ, ଲୁଣି ସ୍ନାକ୍ସ ଏବଂ କେକ ପାଉଁରୁଟି ଆଦି ଖାଇବା କମିଥିବ।

ନେସଲେ, ଓରୀଓ ପ୍ରସ୍ତୁତକାରୀ ମେଂଡ଼ଲେଜ କମ୍ପାନୀ, ପେପ୍ସି ଆଦି ମୃଦୁ ପାନୀୟ ପ୍ରସ୍ତୁତକାରୀ କମ୍ପାନୀ ଚିନ୍ତା ପଡି ଯାଇଛନ୍ତି।

ତେବେ ଓଜନ ହ୍ରାସ କରୁଥିବା ଏହି ଔଷଧର ଦାମ ଅତ୍ୟଧିକ ଥିବାରୁ ଏହାର ବ୍ୟବହାର ସୀମିତ ରହିଛି। ଓଜେମ୍ପିକ ପାଇଁ ମାସିକ ଖର୍ଚ୍ଚ ୭୦,୦୦୦ ଟଙ୍କା ପଡୁଥିବା ବେଳେ ୟେଗୋବି ପାଇଁ ପାଖାପାଖି ଲକ୍ଷେ ଟଙ୍କା ପଡିବ।

ତେବେ ଆଗାମୀ ଦିନରେ ଔଷଧର ଦାମ କମିବା ଓ ଭୋକ ମରା ଔଷଧର ଲୋକପ୍ରିୟତା ଉପରେ ଖାଦ୍ୟ ପ୍ରଦାର୍ଥ ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକର ବ୍ୟବସାୟ ନିର୍ଭର କରୁଛି।

Leave a Reply

Your email address will not be published. Required fields are marked *

Trending

Exit mobile version