ଭୁବନେଶ୍ୱର: ଚାଷୀ ଆନ୍ଦୋଳନର ଦୁର୍ବାର ନେତା ରାକେଶ ଟିକାୟତଙ୍କ ପାଇଁ ନୂଆବର୍ଷ ଶୁଭଙ୍କର ନୁହେଁ।
ଟିକାୟତଙ୍କ କୋଷ୍ଠୀ ଗଣନାକରି ଜ୍ୟୋତିଷମାନେ ଭବିଷ୍ୟବାଣୀ କରିଛନ୍ତି ଯେ ଆସନ୍ତା ବର୍ଷ ଏପ୍ରିଲ ବେଳକୁ ଚାଷୀ ନେତାଙ୍କ ଖରାପ ବେଳା ପଡିବ। ଟିକାୟତ ଏପ୍ରିଲ ୨୦୨୨ ବେଳକୁ ଅସୁବିଧାର ସମ୍ମୁଖୀନ ହେବେ। ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହେବାର ସମ୍ଭାବନା ରହିଛି।
ସରକାର ଆକ୍ରୋଶମୂଳକ ଭାବେ ତାଙ୍କୁ ମାଲି ମକଦ୍ଦମାରେ ଜଡିତ କରିବାର ସମ୍ଭାବନା ରହିଛି ଯାହା ଫଳରେ ତାଙ୍କର ଭାବମୂର୍ତୀ ବିଗିଡି ପାରେ। ତାଙ୍କର ଗିରଫ ହେବାର ସମ୍ଭାବନା ମଧ୍ୟ ରହିଛି।
ଚାଷୀ ସଂଗଠନରେ ବିଭେଦ ଦେଖା ଦେଇପାରେ ଏବଂ ସଂଗଠନ ଦୁଇ ଭାଗ ହୋଇଯାଇପାରେ।
ତେବେ ଏହି ସମୟରେ ଚାଷୀଙ୍କ ଅନ୍ୟାନ ଦାବୀ ନେଇ ଚାଷୀ ଆନ୍ଦୋଳନ ତୀବ୍ର ହୋଇପାରେ।