ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଜମ୍ମୁ-କାଶ୍ମୀର ଗସ୍ତରେ ଥିବାବେଳେ ବିଜେପିର ଶ୍ରୀନଗର ଅଫିସରୁ ଗୋଟେ ଫୋଟୋ ଟ୍ୱିଟ କରି ଲେଖିଥିଲେ-“କମଲକା ଫୁଲ, କମଲକା ଫୁଲ, ବିକାଶକା ଫୁଲ….।”
ଏହାର ଉତ୍ତରରେ କଂଗ୍ରେସ ଦଳର ସାମାଜିକ ଗଣମାଧ୍ୟମ ମୁଖ୍ୟ ପ୍ରଶାନ୍ତ ପ୍ରତାପ ସିଂହ ଲେଖିଲେ, “ଭେଲପୁରୀ, ପାନୀ ପୁରୀ, ଆଲୁ ପୁରୀ…।” ଏବଂ ପ୍ରଶ୍ନ କରିଥିଲେ “ଚତୁକାରୀତା ହେଲନା ପୂରି (ସମ୍ପୂର୍ଣ୍ଣ)?”
ଏହାର ପ୍ରତି ଉତ୍ତରରେ ମନ୍ତ୍ରୀ ପୁରୀ ‘ଲାଇକ’ ମାରିଥିଲେ।
ତେବେ ଏହି ଭୁଲକୁ ଉପଲବ୍ଧି କରି ମନ୍ତ୍ରୀ ପରେ ‘ଅନ- ଲାଇକ’ ମାରିଥିଲେ। ଯେତେଦୁର ସମ୍ଭବ ମନ୍ତ୍ରୀଙ୍କ ସରକାରୀ ଆକାଉଣ୍ଟର ଟ୍ଵିର୍ଟର ସଂଚାଳକ ଏହି ଭୁଲଟି ଭୁଲରେ କରିଦେଇଥିଲେ।