Nation

ଉଣ୍ଡାଳିବା ଯୌନ ଉତ୍ପୀଡନ ନୁହେଁ!

Published

on

ଭୁବନେଶ୍ୱର: ଯୌନାଙ୍ଗ ଉଣ୍ଡାଳିବା ଯୌନ ନିର୍ଯାତନା ନୁହେଁ।

ଜଣେ ସତର ବର୍ଷିଆ ସ୍କୁଲ ଛାତ୍ରୀଙ୍କ ଅଭିଯୋଗ ହେଲା ସେ ତାଙ୍କ ପ୍ୟାଣ୍ଟକୁ ଟେକି ଟେକି ଶିଢି ଚଢ଼ୁ ଥିବା ବେଳେ ପଛରୁ ସ୍କୁଲର ରକ୍ଷଣା ବେକ୍ଷଣା ଦାଇତ୍ଵରେ ଥିବା ଜଣେ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିଲେ। ତାଙ୍କର କହିବା ଅନୁଯାୟୀ କର୍ମଚାରୀଜଣକ ତାଙ୍କ ଅ ଅନ୍ତର୍ବାସରେ ହାତ ପୁରାଇ ହସ୍ତଚାଳନା କରିଥିଲେ। ତାପରେ ଅନର୍ବାସକୁ ତଳକୁ ଟାଣି ଦେଇ ତାଙ୍କୁ ଶୂନ୍ୟକୁ ସାମନ୍ୟ ଉଠାଇ ନେଇଥିଲେ।

କର୍ମଚାରୀ ଜଣକ ଏପ୍ରିଲ ୨୦୨୨ର ଏହି ଘଟଣାକୁ ସ୍ୱୀକାର କରିବା ବେଳେ କହିଛନ୍ତି ଯେ ଏହା ଏକ କୌତୁକ ପାଇଁ କରିଥିଲେ।

ଏହି ଘଟଣାର ବିଚାର କରି ଇଟାଲୀର ଏକ ଅଦାଲତ କହିଛନ୍ତି ଏହାକୁ ଯୌନ ଉତ୍ପୀଡନ ନୁହେଁ। ଯୌନାଙ୍ଗ ଉଣ୍ଡାଳିବା ସମୟ ମାତ୍ର ପାଞ୍ଚ ରୁ ଦଶ ସେକେଣ୍ଡ ହୋଇଥିବାରୁ ଏହା ଯୌନ ନିର୍ଯାତନା ନୁହେଁ ଏହି କଥା କହିଛନ୍ତି ଇଟାଲୀର ରାଜଧାନୀ ରୋମରଏକ ଅଦାଲତ। ଏବଂ ଅଭିଯୁକ୍ତକୁ ଦୋଷମୁକ୍ତ ଘୋଷଣା କରିଛନ୍ତି।

କୋର୍ଟର ଏହି ଆଦେଶ ବିରୁଦ୍ଧରେ ବର୍ତ୍ତମାନ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version