Nation

ଓଡିଶାରେ ଗୁଜରାଟ ଖଣିଜ ନିଗମ କରିବ ଆଇଟି ପାର୍କ

Published

on

ଭୁବନେଶ୍ୱର : ଗୁଜରାଟ ଖଣିଜ ବିକାଶ ନିଗମର ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ରୂପୱନ୍ତ ସିଂହ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ କରି ରାଜ୍ୟରେ ଏହାର କୋଇଲା ବ୍ଲକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହିତ ଓଡ଼ିଶାରେ କେତେକ ପ୍ରକଳ୍ପ କରିବା ପାଇଁ ମଧ୍ୟ ପ୍ରସ୍ତାବ ରଖିଛନ୍ତି ।

ବୈଠକରେ ସିଂହ ଓଡିଶାରେ ଏକ ଆଧୁନିକ ଚିକିତ୍ସାଳୟ, ଦୁଇଟି ସ୍କୁଲ ଏବଂ ଏକ ଆଇଟି ପାର୍କ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବରେ ସନ୍ତୋଷ ପ୍ରକାଶ କରି ଏହା ରାଜ୍ୟର ବିକାଶରେ ସହାୟକ ହେବ ବୋଲି ମତ ଦେଇଥିଲେ । ଏହି ପ୍ରସ୍ତାବ ଗୁଡିକ ସମ୍ପର୍କରେ ଆଗାମୀ ଦିନରେ ଆହୁରି ଆଲୋଚନା କରାଯିବ ବୋଲି ବୈଠକରୁ ଜଣାଯାଇଛି ।

ସୂଚନାଯୋଗ୍ୟଯେ, ଗୁଜରାଟ ଖଣିଜ ବିକାଶ ନିଗମ, ବୈତରଣୀ ୱେଷ୍ଟ ଓ ବୁରାପାହାଡ଼ କୋଇଲା ବ୍ଲକ ପରିଚାଳନାର ଦାୟିତ୍ୱ ନେଇଛି । ବୈଠକରେ ଏହି ଦୁଇଟି ବ୍ଲକର ବର୍ତ୍ତମାନ ସ୍ଥିତି, ପ୍ରଗତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version