ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱରରେ ଜଣେ ସ୍ଥାୟୀ ନିର୍ଦେଶକ ନିଯୁକ୍ତି ପାଇଁ ସାକ୍ଷାତକାର ସରିଛି। କହିବାକୁ ଗଲେ ପାର୍ଥି ଚୟନବି ସରିଛି। ହେଲେ ଦେଶର ଏହି ଅଗ୍ରଣୀ ଶିକ୍ଷା ଅନୁଷ୍ଠାନକୁ ମିଳିଛି ଜଣେ ଅସ୍ଥାୟୀ ନିର୍ଦେଶକ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆଇଆଇଟି ଖଡ଼ଗପୁରର ନିର୍ଦେଶକ ପ୍ରଫେସର ବିରେନ୍ଦ୍ର କୁମାର ତିବାରୀଙ୍କୁ ଭୁବନେଶ୍ୱର ଆଇଆଇଟିର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଆଇଆଇଟି ଭୁବନେଶ୍ୱରର ନିର୍ଦେଶକ ପ୍ରଫେସର ଆର ଭି ରାଜ କୁମାରଙ୍କ କାର୍ଯ୍ୟକାଳ ପୂରିଯାଇଥିଲେ ମଧ୍ୟ ସେ ଏହି ଦାଇତ୍ଵରେ ଥିଲେ। ଆଶା କରାଯାଉଥିଲା ତାଙ୍କପରେ ଆଇଆଇଟି ଭୁବନେଶ୍ୱରକୁ ଜଣେ ସ୍ଥାୟୀ ନିର୍ଦେଶକ ମିଳିବ।
ତେବେ ସେ ଯାହା ହେଉନା କାହିଁକି ଆଇଆଇଟି ଭୁବନେଶ୍ୱରକୁ ଖୁବଶୀଘ୍ର ଜଣେ ପୂର୍ଣକାଳୀନ ନିର୍ଦେଶକ ମିଳିବ।