ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ହେଲେ ଚଳକବିହୀନ ଗାଡି ପ୍ରସ୍ତୁତକାରୀ କମ୍ପାନୀ ଟେସଲାର ମାଲିକ ଏଲୋନ ମସ୍କ।
ଗତକାଲି ମନ୍ତ୍ରୀଙ୍କ ଟ୍ୱିଟର ଖାତାକୁ ହ୍ୟାକ କରି ଏଲୋନ ମସ୍କଙ୍କ ନାମ ଚଢାଇ ଦେଇ ଦୀର୍ଘ ଦୁଇ ଘଣ୍ଟାଧରି ଖେଳ କରିଥିଲା। ଲଭ ୟୁ ଗାୟ, ମାଇ ଗୀଫ୍ଟ ହିଅର, ହରିଅପ!, ଗ୍ରେଟ ଜବ ଆଦି ମେସେଜ ସବୁ ଛାଡିଥିଲା।
ତେବେ ସେ ଯାହା ହେଉନା କାହିଁକି ମନ୍ତ୍ରୀଙ୍କ ଆକାଉଣ୍ଟକୁ ସାଇବର ବିଶେଷଜ୍ଞମନେ ଉଦ୍ଧାର କରିଥିଲେ।
ମନ୍ତ୍ରୀଙ୍କ ଆକାଉଣ୍ଟ @Mib_indiaର ପାଖାପାଖି ୧.୪ କୋଟି ଫଲୋଅର ଅଛନ୍ତି।