ନୂଆଦିଲ୍ଲୀ: ବିଶିଷ୍ଟ ଅର୍ଥନୀତିଜ୍ଞ ଇଲା ପଟ୍ଟନାୟକଙ୍କ ବହି ‘ଦ ରାଇଜ ଅଫ ବିଜେପି ଏବେ ଖୁବ ଚର୍ଚ୍ଚାରେ। ପ୍ରଥମ କଥା ହେଲା ଇଲା ଏହି ବହିଟି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ସହ ଲେଖିଛନ୍ତି। ଅନ୍ୟଟି ହେଲା ବହିରେ ଏମିତି କିଛି ରୋଚକ ତଥ୍ୟ ଅଛି ଯାହା ବିଜେପି ଓ କଂଗ୍ରେସ ଉଭୟଙ୍କୁ ଚକିତ କରିବ।
ଇଲା ଲେଖିଛନ୍ତି ହିନ୍ଦୁତ୍ୱ ଆନ୍ଦୋଳନର ବହୁ ପ୍ରତିଷ୍ଠାତା ପ୍ରକୃତରେ କଂଗ୍ରେସ ଦଳରୁ ଆସିଛନ୍ତି। ଆରଏସଏସ ପ୍ରତିଷ୍ଠାତା କେଶବ ବଳିରାମ ହେଗଡେୱାର ପ୍ରଥମେ କଂଗ୍ରେସ ସେବାଦଳରେ ଥିଲେ। ଜନସଂଘର ଦ୍ବିତୀୟ ରାଷ୍ଟ୍ରୀୟ ସଭାପତି ମଉଳି ଚନ୍ଦ୍ର ଶର୍ମା ତାଙ୍କର ରାଜନୈତିକ ଜୀବନ ପ୍ରଥମେ କଂଗ୍ରେସରୁ ଆରମ୍ଭ କରିଥିଲେ। ପରେ ନେହରୁ ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କୁ ଲୋଭନୀୟ ପଦବୀ ମିଳିବାରୁ ଶର୍ମା ପୁଣି କଂଗ୍ରେସକୁ ଫେରି ଯାଇଥିଲେ। ଜନସଂଘର ତୃତୀୟ ରଷ୍ଟ୍ରୀୟ ସଭାପତି ରଘୁ ବିରା ପୂର୍ବରୁ କଂଗ୍ରେସର ରାଜ୍ୟସଭା ସଦସ୍ୟ ଥିଲେ।
କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସାଥି ଲେଖକ ଥିବାରୁ ଇଲାଙ୍କୁ ବିଜେପି ଦଳର ଅଭିଲେଖା ତଥ୍ୟକୁ ପ୍ରବେଶ ମିଳି ପାରିଥିଲା।
ଅର୍ଥନୀତିଜ୍ଞ ତଥା ସାମାଜିକ ବିଜ୍ଞାନର ଶିକ୍ଷାବିତ ଇଲା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବାବେଳେ ଭୁପେନ୍ଦ୍ର ଯାଦବଙ୍କ ସଂପର୍କରେ ଆସିଥିଲେ । ସେତେବେଳେ ଯାଦବ ଅର୍ଥ ମନ୍ତ୍ରଣାଳୟର ପାର୍ଲାମେଂଟାରୀ ଷ୍ଟାଣ୍ଡିଙ୍ଗ କମିଟିରେ ଥିଲେ।
ଏହାପରେ ୨୦୧୯ ନିର୍ବାଚନ ଇଲା ଯାଦବଙ୍କ ମିଶି ଏକ ବହି ଲେଖିବାର ଯୋଜନା କରିଥିଲେ।
ଅଜୟ ପଟ୍ଟନାୟକଙ୍କ ଧର୍ମପତ୍ନୀ ଇଲା କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଥିଲେ। ମନମୋହନ ସିଂ ସରକାର ସମୟରେ ସେ ୨୦୧୩-୧୪ର ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଥିଲେ।