Health

ଓଡିଶା ଆଦିବାସୀଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ଖବର: ଭୁବନେଶ୍ୱର ଆଇ.ଏଲ୍.ଏସ୍ ଆବିଷ୍କାର କରିଛି ନୂତନ ପ୍ରୋବାୟୋଟିକ

Published

on

ଭୁବନେଶ୍ୱର : ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ଭୁବନେଶ୍ୱରର ବୈଜ୍ଞାନିକମାନେ ଏକ ନୂତନ ପ୍ରୋବାୟୋଟିକ ଆବିଷ୍କାର କରିଛନ୍ତି।ପ୍ରୋବାୟୋଟିକହେଉଛି ଏକ ପ୍ରକାର ର ଉପକାରୀ ଅଣୁଜୀବ ଯାହା ଜୀବନ୍ତ ଅବସ୍ଥା ରେ ପର୍ଯ୍ୟାପ୍ତ ପରିମାଣରେ ସେବନ କଲେ ମଣିଷ ଏବଂ ପଶୁମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ଵନ୍ଧିତ ଉପକାର ଯୋଗାଇଥାଏ | ଏହି ନୂତନ ପ୍ରୋବୟୋଟିକ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ ପୁଷ୍ଟି ସନ୍ତୁଳନରେ ସହାୟକ ହେବ।

ଆଇ ଏଲ ଏସ ବାୟୋଟେକ୍ନୋଲୋଜି ଅନୁସନ୍ଧାନର ଏକ ଉତ୍କର୍ଷ କେନ୍ଦ୍ର।ଆଇ ଏଲ ଏସ, ଓଡିଶାର ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟି କୁ ଦୃଷ୍ଟିରେ ରଖି ଏକ ଅଭିନବ ଗବେଷଣା ପଦକ୍ଷେପ ଆଣିଛି। ପ୍ରାୟ ତିନି ବର୍ଷ ପୂର୍ବେ, ଆଇ.ଏଲ୍.ଏସ.ର ପୂର୍ବତନ ନିର୍ଦ୍ଦେଶକ ସ୍ଵର୍ଗତଃ ଡକ୍ଟର. ଅଜୟ ପରିଡା ଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ, ଆଦିବାସୀ ଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସମ୍ବନ୍ଧିତ ଆଇ.ଏଲ୍.ଏସ୍.ର ଏହି ଅଗ୍ରଣୀ କାର୍ଯ୍ୟକ୍ରମକୁ ସମର୍ଥନ କରିଛି | ଏହି କାର୍ଯ୍ୟକ୍ରମର ଅନ୍ତର୍ଗତ ଆଇ.ଏଲ୍.ଏସର ଏକାଧିକ ବୈଜ୍ଞାନିକମାନେ ଏହି ପ୍ରକଳ୍ପର ବିଭିନ୍ନ ଦିଗରେ ଗବେଷଣା କରୁଛନ୍ତି ଯାହାକି ଓଡିଶାର ଜନଜାତିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ |

ଏହାର ଏକ ଅଧ୍ୟୟନରେ, ଆଇ.ଏଲ୍.ଏସ୍. ଗବେଷକମାନେ ଏହି ଆଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଉପକାରୀ ଜୀବାଣୁକୁ ଅନୁସନ୍ଧାନ କରିବାକୁ ଯୋଜନା କରିଥିଲେ ।
ପ୍ରୋବାୟୋଟିକ ହେଉଛି ଏକ ପ୍ରକାର ର ଉପକାରୀ ଅଣୁଜୀବ ଯାହା ଜୀବନ୍ତ ଅବସ୍ଥା ରେ ପର୍ଯ୍ୟାପ୍ତ ପରିମାଣରେ ସେବନ କଲେ ମଣିଷ ଏବଂ ପଶୁମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ଵନ୍ଧିତ ଉପକାର ଯୋଗାଇଥାଏ | ଏହି ସହାୟକ ପ୍ରୋବାୟୋଟିକ ମାନେ ତରଳ ଝାଡ଼ା, ମେଦବହୁଳତା ଏବଂ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ପ୍ରତିରୋଧ ଏବଂ ନିୟନ୍ତ୍ରଣରେ ଉପଯୋଗୀ ବୋଲି ଜଣାଶୁଣା | ଓଡିଶା ଜନଜାତିର ଅନନ୍ୟ ଖାଦ୍ୟ ଅଭ୍ୟାସ, ସଂସ୍କୃତି ଏବଂ ପରିସଂସ୍ଥା କୁ ହୃଦୟଙ୍ଗମ କରି ଆଇ.ଏଲ୍.ଏସ.ର ବୈଜ୍ଞାନିକ ସମ୍ଭାବ୍ୟ ପ୍ରୋବୋଟିକ୍ସ କୁ ଅନୁସନ୍ଧାନ କରିବାକୁ ଯୋଜନା କରିଥିଲେ। ଏହି ପରିପ୍ରେକ୍ଷୀରେ, ଆଇ.ଏଲ୍.ଏସ୍.ର ବୈଜ୍ଞାନିକ ଡକ୍ଟର. ଶାନ୍ତିଭୂଷଣ ସେନାପତିଙ୍କ ଗବେଷଣା ଦଳ ଆଇଏଲ୍ଏସ୍ ରୁ ଏକାଧିକ ପ୍ରୋବାୟୋଟିକ କୁ ଚିହ୍ନଟ ଏବଂ ପୃଥକ କରିଛି | ନିକଟରେ ଡକ୍ଟର. ସେନାପତିଙ୍କ ଗବେଷଣା ଦଳ ଏହିପରି ଏକ ଉପଯୋଗୀ ପ୍ରୋବାୟୋଟିକ ର ପୁରା ଜିନୋମ୍ କ୍ରମ ଏବଂ ଅନ୍ୟାନ୍ୟ ପ୍ରୋବାୟୋଟିକ୍ ଗୁଣଗୁଡିକ ଅନୁସନ୍ଧାନ କରିଛନ୍ତି ଏବଂ ଏହି କାର୍ଯ୍ୟଟି “ୱାର୍ଲ୍ଡ ଜର୍ନାଲ୍ ଅଫ ମାଇକ୍ରୋବାୟୋଲୋଜି ଏଣ୍ଡ ବାୟୋଟେକ୍ନୋଲୋଜି” ରେ ପ୍ରକାଶିତ ହୋଇଛି, ଯାହାକି ଏହି କ୍ଷେତ୍ରରେ ଏକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପତ୍ରିକା | ଏହି ପ୍ରକାଶନର ମୁଖ୍ୟ ଗବେଷକ ଡକ୍ଟର. ଜୟଲକ୍ଷ୍ମୀ ଦାଶ ଏବଂ ମନୀଷା ସେଠୀ ଉଲ୍ଲେଖ କରିଛନ୍ତି ଯେ, ଆଉ ତିନିଟି ପ୍ରୋବାୟୋଟିକ ପାଇଁ ସମଗ୍ର ଜିନୋମ୍ କ୍ରମ ସମାପ୍ତ ହୋଇସାରିଛି ଏବଂ କ୍ରମଗୁଡିକ ଏନ.ସି.ବି.ଆଇ. ଡାଟାବେସରେ ଜମା କରାଯାଇଛି |
ଆଇ.ଏଲ୍.ଏସ୍. ନିର୍ଦ୍ଦେଶକ ଡକ୍ଟର. ପୁଲୋକ କୁମାର ମୁଖାର୍ଜୀ ଏହି ସଫଳତା ଉପରେ ନିଜର ଅଶେଷ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଭବିଷ୍ୟତରେ ଏହି ପ୍ରୋବାୟୋଟିକ ଯୁକ୍ତ ଖାଦ୍ୟର ବିକାଶ ପାଇଁ ଏହି ପ୍ରୟାସକୁ ଅଧିକ ଦିଗନ୍ତକାରୀ କରିବାକୁ ଉଲ୍ଲେଖ କରିଛନ୍ତି। ଏହି ପ୍ରୋବାୟୋଟିକ୍ସର ଉତ୍ପତ୍ତି ଓଡିଶାର ଜନଜାତିଙ୍କ ଠାରୁ ହୋଇଥିବାରୁ ଡକ୍ଟର ସେନାପତି ଆଶା କରିଛନ୍ତି ଯେ ଏହି ଜିବାଣୁମାନେ ଓଡିଶାର ଆଦିବାସୀମାନଙ୍କ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ପାଇଁ ଅଧିକ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସାମଗ୍ରିକ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ। ଜନ ନିର୍ଦ୍ଦିଷ୍ଟ ପ୍ରୋବାୟୋଟିକ ର ବିକାଶ ଦିଗରେ ଏହା ଏକ ଉତ୍ସାହଜନକ ପଦକ୍ଷେପ |

Leave a Reply

Your email address will not be published. Required fields are marked *

Trending

Exit mobile version