ନୂଆଦିଲ୍ଲୀ: ଦେଶରେ ଚଳିତ ୨୦୨୧-୨୨ ବର୍ଷରେ ରେକର୍ଡ ପରିମାଣର ଆଳୁ, ପିଆଜ, ଟମାଟୋ, ପନିପରିବା ଓ ଫଳମୂଳର ଉତ୍ପାଦନ ହେବ।
ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ବିଭିନ୍ନ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ଜାରି କରାଯାଇଥିବା ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ ଦେଶରେ ୨୮.୦୮ ନିୟୁତ ହେକ୍ଟର କ୍ଷେତ୍ରରେ ରେକର୍ଡ ୩୪୨.୩୩ ନିୟୁତ ଟନ ଉତ୍ପାଦନ ହେବ।
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି ଉପଲବ୍ଧି ପାଇଁ ଉଦ୍ୟାନ କୃଷି କ୍ଷେତ୍ରର ଚାଷୀ, ବୈଜ୍ଞାନିକ ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ଅନ୍ୟ ସରକାରୀ ଏଜେନ୍ସି ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ୨୦୨୧-୨୨ ବର୍ଷ ପାଇଁ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି। ଏହାର ତଥ୍ୟ ନିମ୍ନରେ ଦିଆଗଲା-
ମୋଟ୍ ଉଦ୍ୟାନ କୃଷି
୨୦୨୦-୨୧ (ଅନ୍ତିମ) ୨୦୨୧-୨୨
(ଦ୍ୱିତୀୟ ଅଗ୍ରୀମ ଆକଳନ) ୨୦୨୧-୨୨
(ତୃତୀୟ ଅଗ୍ରୀମ ଆକଳନ)
କ୍ଷେତ୍ର (ନିୟୁତ ହେକ୍ଟରରେ) 27.48 27.74 28.08
ଉତ୍ପାଦନ (ନିୟୁତ ଟନରେ) 334.60 341.63 342.33
୨୦୨୧-୨୨ ବର୍ଷ (ତୃତୀୟ ଅଗ୍ରୀମ ଆକଳନ)
● ୨୦୨୧-୨୨ ବର୍ଷରେ ମୋଟ୍ ୩୪୨.୩୩ ନିୟୁତ ଟନ ମୋଟ୍ ଉଦ୍ୟାନ କୃଷି ଉତ୍ପାଦନ ହେବା ନେଇ ଆକଳନ କରାଯାଇଛି, ଏହା ୨୦୨୦-୨୧ (ଅନ୍ତିମ) ବର୍ଷ ତୁଳନାରେ ୭.୭୩ ନିୟୁତ ଟନ (୨.୩% ବୃଦ୍ଧି) ଅଧିକ ।
● ସେହିପରି ପୂର୍ବ ବର୍ଷ ୧୦୨.୪୮ ନିୟୁତ ଟନ୍ ଫଳ ଉତ୍ପାଦନ ତୁଳନାରେ ଚଳିତ ବର୍ଷ ଏହା ୧୦୭.୨୪ ନିୟୁତ ଟନ ରହିବା ନେଇ ଆକଳନ କରାଯାଇଛି ।
● ପନିପରିବା ଉତ୍ପାଦନ ପୂର୍ବବର୍ଷ ୨୦୦.୪୫ ନିୟୁତ ଟନ ଥିବା ବେଳେ ଚଳିତ ବର୍ଷ ୨୦୪.୮୪ ନିୟୁତ ଟନ୍ ରହିବା ନେଇ ଆକଳନ କରାଯାଇଛି ।
● ଗତ ବର୍ଷ ପିଆଜ ଉତ୍ପାଦନ ୨୬.୬୪ ନିୟୁତ ଟନ୍ ଥିଲା ଯାହାକି ଏଥର ୩୧.୨୭ ନିୟୁତ ଟନ୍ ରହିବା ନେଇ ଆକଳନ କରାଯାଇଛି ।
● ଆଳୁ ଉତ୍ପାଦନ ୫୩.୩୯ ନିୟୁତ ଟନ ଥିଲା ଏହା ଏବେ ୫୬.୧୭ ନିୟୁତ ଟନ୍ ହେବା ନେଇ ଆକଳନ କରାଯାଇଛି ।
● ବିଲାତି ବାଇଗଣ ଉତ୍ପାଦନ ପୂର୍ବ ବର୍ଷର ୨୦.୩୩ ନିୟୁତ ଟନ୍ ତୁଳନାରେ ଚଳିତ ବର୍ଷ ୨୧.୧୮ ନିୟୁତ ଟନ୍ ରହିବା ନେଇ ଆକଳନ କରାଯାଇଛି ।