Nation

ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ଭାରତୀୟ ରେଳବାଇର କୋଇଲା ଯୋଗାଣ ଜାରି

Published

on

ନୂଆଦିଲ୍ଲୀ: ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡିକରେ ଦ୍ରୁତଗତିରେ କୋଇଲା ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ, ଭାରତୀୟ ରେଳବାଇ ଦ୍ୱାରା ଏହାର ନେଟୱର୍କ ମାଧ୍ୟମରେ କୋଇଲା ପରିବହନ ବୃଦ୍ଧି ପାଇଁ ଅତିରିକ୍ତ ଟ୍ରେନ୍ ଏବଂ ରେକ୍‌ର ବ୍ୟବହାର ଆରମ୍ଭ କରାଯାଇଛି । ଭାରତୀୟ ରେଳବାଇ କୋଇଲା ପରିବହନକୁ ବୃଦ୍ଧି କରିଛି ଯାହା ଦ୍ୱାରା ସେପ୍ଟେମ୍ବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୩୨ % ଅଧିକ କୋଇଲା ପରିବହନ ହୋଇଛି । ଏପ୍ରିଲ୍ ୨୦୨୨ ପରେ କୁଶଳତାର ସହିତ ସମ୍ବଳ ଯୋଗାଡ କରି ମାଲ୍ ପରିବହନ କ୍ଷେତ୍ରରେ ମଧ୍ୟ ୧୦% ବୃଦ୍ଧି ହୋଇଛି ।
୨୦୨୧ – ୨୨ ବର୍ଷରେ ଭାରତୀୟ ରେଳବାଇ ରେଳ ମାଧ୍ୟମରେ କୋଇଲା ପରିବହନକୁ ରେକର୍ଡ ୧୧୧ ମିଲିୟନ୍ ଟନ୍ ବୃଦ୍ଧି କରିଛି ଏବଂ ପୂର୍ବ ବର୍ଷରେ ୫୪୨ ମିଲିୟନ୍ ଟନ୍ ତୁଳନାରେ ରେକର୍ଡ ପରିମାଣର ୬୫୩ ମିଲିୟନ୍ ଟନ୍ କୋଇଲା ଧାରଣ କରିଛି ଅର୍ଥାତ୍ ଏଥିରେ ୨୦.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ଏହା ବ୍ୟତୀତ , ସେପ୍ଟେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ବିଦ୍ୟୁତ୍ କ୍ଷେତ୍ରକୁ କୋଇଲା ଲୋଡିଂ କ୍ଷେତ୍ରରେ ମାତ୍ର ଦୁଇଟି ତ୍ରୈମାସିକରେ ୩୨% ବୃଦ୍ଧି କରା ଯାଇଛି ।
ଏପ୍ରିଲ୍ ୨୦୨୨ରେ, ଭାରତୀୟ ରେଳବାଇ ବିତ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡିକରେ କୋଇଲା ଲୋଡିଂକୁ ପ୍ରାଥମିକତା ଦେବା ପାଇଁ ଅନେକ ପଦକ୍ଷେପ ନେଇଛି, ଯାହା ଫଳରେ ଏକ ସପ୍ତାହ ମଧ୍ୟରେ କୋଇଲା ଯୋଗାଣରେ ୧୦%ରୁ ଅଧିକ ବୃଦ୍ଧି ଘଟିଛି ।
ଭାରତୀୟ ରେଳବାଇ ଦ୍ୱାରା ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଏହି ଉନ୍ନତି ସମ୍ଭବ ହୋଇଛି, ଯାହା ମଧ୍ୟରୁ କେତେକ ନିମ୍ନରେ ତାଲିକାଭୁକ୍ତ ହୋଇଛି :
– କୋଇଲା ଟ୍ରେନ୍‌ର ଗତିବିଧିକୁ ପ୍ରାଥମିକତା ଦିଆଯାଇଛି ଏବଂ ଲୋଡିଂ ଠାରୁ ଆରମ୍ଭ କରି ଯାତ୍ରା ସମୟ ଏବଂ ଶେଷରେ ଅନଲୋଡିଂ ପର୍ଯ୍ୟନ୍ତ ସମୟ ଚକ୍ରରେ ପ୍ରତ୍ୟେକ ଟ୍ରେନ୍ ଉପରେ ତୀବ୍ର ନଜର ରଖାଯାଉଛି ।
– ଏହି ପ୍ରାଥମିକତା ଏବଂ ଦୀର୍ଘ ଦୂରତା ପର୍ଯ୍ୟନ୍ତ କୋଇଲା ଟ୍ରେନ୍‌ର ଗମନାଗମନ ସମୟ ଉପରେ ନଜର ରଖିବା ଦ୍ୱାରା ଜଟିଳ ବିଦ୍ୟୁତ୍ ଉତ୍ପାଦନ ପ୍ଲାଂଟ୍ ପାଇଁ ବିଦ୍ୟୁତ୍ କ୍ଷେତ୍ରରେ ଉଲ୍ଲେଖନୀୟ ୧୨ – ୩୬% ହ୍ରାସ ପାଇଛି ।
– ଭାରତୀୟ ରେଳବାଇ ଦୀର୍ଘ ଦୂରତା ବିଶିଷ୍ଟ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପର୍ଯ୍ୟନ୍ତ କୋଇଲା ଚଳାଚଳକୁ ପ୍ରାଧାନ୍ୟ ହେଇଛି, ଯାହା ଦ୍ୱାରା ଏହା ପ୍ରତିଫଳିତ ହେଉଛି ଯେ ଗତ ୫ ଦିନରେ କୋଇଲା ଟ୍ରେନ୍‌ର ହାରାହାରି ଗତି ୭ ରୁ ୧୦ ଏପ୍ରିଲ୍ ତୁଳନାରେ ହାରାହାରି ୭% ବୃଦ୍ଧି ପାଇଛି ।
– କୋଇଲା ଟ୍ରେନ୍‌ର ହାରାହାରି ଗତି ବୃଦ୍ଧି ହେବା ସତ୍ୱେ ଏହି ଷ୍ଟକ୍ ପାଇଁ ସମାନ ରେକ୍‌ର ଦୁଇଟି କ୍ରମାଗତ ଲୋଡିଂ ମଧ୍ୟରେ ରହିଥିବା ସମୟରେ ୧୦% ହ୍ରାସ ଘଟିଛି ।
– ଏହି ପରିଚାଳନା କ୍ଷେତ୍ରରେ ନୂତନତ୍ୱ ସହିତ ଭାରତୀୟ ରେଳ ପାୱାର ହାଉସ୍ ଗୁଡିକୁ କୋଇଲା ଟ୍ରେନ୍ ଯୋଗାଣକୁ ବୃଦ୍ଧି କରିବା ସହିତ ସ୍ଥାୟୀ ଭିତିରେ ଅଧିକ କୋଇଲା ରେକ୍ ଲୋଡ୍ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version