ଭୁବନେଶ୍ୱର : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆଉ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ବୋଟଲ ଫ୍ରେଣ୍ଡ ଥିଲେ l ସେମାନେ ନିୟମିତ ଭାବେ ଏକାଠି ବସି ପିଉ ଥିଲେ l ନନ୍ଦିନୀ ଶତପଥିଙ୍କ ଜୀବନୀ ଉପରେ ଲିଖିତ ‘ଦ ଆଇରନ ଲେଡି ଅଫ ଓଡିଶା’ ପୁସ୍ତକରେ ଏହି ରହସ୍ୟ ଉନ୍ମୋଚନ ହୋଇଛି l
ପଲ୍ଲବୀ ରେବାପ୍ରାଗଡାଙ୍କ ଲିଖିତ ସଦ୍ୟ ପ୍ରକାଶିତ ଏହି ପୁସ୍ତକରେ ପଲ୍ଲବୀ ଲେଖିଛନ୍ତି ପ୍ରଥମେ ପ୍ରଥମେ ଇନ୍ଦିରାଙ୍କ ସହ ନନ୍ଦିନୀଙ୍କ ଭଲ ସମ୍ପର୍କ ଥିଲା l ସେ ଯେତେବେଳ କେନ୍ଦ୍ରରେ ଇନ୍ଦିରାଙ୍କ ମନ୍ତ୍ରୀମଣ୍ଡଳରେ ଉପ-ରାଷ୍ଟ୍ର ମନ୍ତ୍ରୀ ଥିଲେ ସେତେବେଳେ ଏହି ସମ୍ପର୍କ ବେଶ ଗଭୀର ହୋଇଥିଲା l
ନନ୍ଦିନୀଙ୍କ ପୁତ୍ର ତଥାଗତ ଶତପଥିଙ୍କ କଥାକୁ ଉଦ୍ଧୃତ କରି ପଲ୍ଲବୀ ଲେଖିଛନ୍ତି ସେମାନ ନିୟମିତ ପାନୀୟ ବାନ୍ଧବୀ ଥିଲେ l ପିଲାଦିନେ ତଥାଗତ କୁଆଡେ ପାନୀୟ ଟ୍ରଲିରେ ୱାଇଟ ହର୍ଶ ଭିଶକି ନେଇ ସେମାନଙ୍କ ପାଖକୁ ଯାଉଥିଲେ ବୋଲି ପଲ୍ଲବୀଙ୍କୁ ତଥାଗତ କହିଥିବା କଥା ବହିରେ ଉଲ୍ଲେଖ ଅଛି l
ପଲ୍ଲବୀ ତାଙ୍କ ପୁସ୍ତକରେ କେବଳ ନନ୍ଦିନୀଙ୍କ ସଫଳତା ନୁହେଁ ବରଂ ତାଙ୍କର ମାନବିକତା କଥା ମଧ୍ୟ ଲେଖିଛନ୍ତି l ଖୁଶବନ୍ତ ସିଂହ ନନ୍ଦିନୀଙ୍କ ଉପରେ ଲେଖିଥିବା ଶେଷ ଲେଖର କେତକ ଆପତ୍ତିଜଣକ ଟିପ୍ପଣୀର ବିରୋଧ କରିଛନ୍ତି l