ଭୁବନେଶ୍ୱର:ଆନ୍ଧ୍ରପ୍ରଦେଶ କ୍ୟାଡ଼ରର ପୂର୍ବତନ ଆଇଏଏସ ଅଫିସର ତଥା ଆଞ୍ଚଳିକ ରାଜନୈତିକ ଦଳ ସମୃଦ୍ଧ ଓଡ଼ିଶାର ଅଧକ୍ଷ ଯତିଶ ଚନ୍ଦ୍ର ମହାନ୍ତି ଙ୍କ ପୁସ୍ତକ ବ୍ରେକିଙ୍ଗ ଥୋରୋ ନିୟୁ ଏଆର୍ଥ ସ୍ମୃତି ପୁସ୍ତକ ପ୍ରକାଶ।ପାଇଛି।
ଲେଖକ ଯତିଶ ଚନ୍ଦ୍ର ମହାନ୍ତି ପୁସ୍ତକଟିରେ ତାଙ୍କର ୩୦ ବର୍ଷର ଚାକିରୀକାଳରେ ଘଟିଥିବା ବିଭିନ୍ନ ଘଟଣାଗୁଡ଼ିକର ଉଦାହରଣ ଦେଇ ଭାରତୀୟ ବାବୁମାନଙ୍କର ଚଳତା ହୈ ସଂସ୍କୃତିକୁ ସମାଲୋଚନା କରିବା ସଙ୍ଗେ ସଙ୍ଗେ ଅମାଲତନ୍ତ୍ରରେ ଦେଖା ଦେଇଥିବା ଅପାରଗତା, ଭ୍ରଷ୍ଟାଚାର ଓ ନାଲିଫିତାର ପ୍ରଭାବ ଦୂର କରିବାର ଉପାୟ କହିଛନ୍ତି।
ଯତିଶ ମହାନ୍ତି ଓଡ଼ିଶାରେ ଏକ ଅସଫଳ ରାଜନୈତିକ ଉଦ୍ୟମ କରି ଏକ ଆଞ୍ଚଳିକ ରାଜନୈତିକ ଦଳ ସମୃଦ୍ଧ ଓଡିଶା ନାମରେ ଗଠନକରି ଥିଲେ। ତେବେ ୨୦୧୯ ନିର୍ବାଚନ ପରେ ତାଙ୍କର ରାଜନୈତିକ ଆଶା ମଉଳି ଯାଇଥିଲା।