ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିଧବା ପତ୍ନୀ ସଙ୍ଗୀତା ଜେଟଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାପାଇଁ ଶତ ଚେଷ୍ଟା କରିବି ଫୋନ୍ ରେ ପାଇ ନଥିବାରୁ ମନ ଖରାପ କରିଥିଲେ। ପ୍ରକୃତ ପକ୍ଷେ ସେ ମୋଦିଙ୍କୁ ଏକ ଖୁସି ଖବର ଭେଟି ଦେବାକୁ ଚାହୁଁଥିଲେ।
ମୋଦି ବାହାରେ ଥିବାରୁ ତାଙ୍କର ଫୋନ ପାଇପାରିନଥିଲେ। ହେଲେ ପରେ ନୂଆଦିଲ୍ଲୀ ଫେରିବା ପରେ ମୋଦି ସଙ୍ଗୀତାଙ୍କୁ ଫୋନ କରିଥିଲେ। ସଙ୍ଗୀତା କିଛି କହିବା ପୂର୍ବରୁ ମୋଦି ତାଙ୍କୁ ତାଙ୍କର ସେ ଶୁଭ ଖବର କଥା କହିଥିଲେ।
ଖବରଟି ହେଲା ମୋଦିଙ୍କ ଜନ୍ମଦିନରେ ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରେ ଜେଟଲୀ ପରିବାରକୁ ଏକ ନୁଆ ସଦସ୍ୟ ଆସିଥିଲେ। ଜେଟଲୀଙ୍କ ପୁତ୍ର ରୋହନ ଏବଂ ପୁତ୍ରବଧୂ ମେହେର ଏକ କନ୍ୟା ଶିଶୁକୁ ଜନ୍ମ ଦେଇଥିଲେ।