Nation

ଲୋକସଭା ବାଚସ୍ପତି ଓଁମ ବିର୍ଲାଙ୍କୁ ଗୁସ୍ସା କିଉଁ ଆତା ହୈ!

Published

on

ନୂଆଦିଲ୍ଲୀ: ଲୋକସଭାରେ ପ୍ରଶ୍ନ ପଚାରିଦେଇ ଗୃହଛାଡି ଚାଲିଯାଉଥିବା ସଂସଦଙ୍କୁ ଦୃଢ ଚେତାବନୀ ଦେଲେ ବାଚସ୍ପତି ଓଁମ ବିର୍ଲା।

ଜମ୍ମୁ-କାଶ୍ମୀର ବଜେଟଉପରେ ଆଲୋଚନାରେ ଅଂଶଗ୍ରହଣ କରି କେତକ ସଦସ୍ୟ କେତକ ପ୍ରଶ୍ନ ଉଠାଇଥିଲେ। ହେଲେ ଅର୍ଥମନ୍ତ୍ରୀ ଆଲୋଚନାର ଉତ୍ତର ରଖିବାକୁ ନିଜ ଆସନରୁ ଠିଆ ହେଲାବେଳକୁ ବାଚସ୍ପତି ଦେଖିଲେ ଯେ ଅନେକ ସଂସଦ ଗୃହ ଛାଡି ଚାଲି ଯାଇଛନ୍ତି।

ପ୍ରଶ୍ନ ପଚାରିଦେଇ ଗୃହରେ ଅନୁପସ୍ଥିତ ରହିବା ଘଟଣା ଉପରେ ବିରକ୍ତି ପ୍ରକାଶ କରି ବାଚସ୍ପତି ଅନୁପସ୍ଥିତ ଥିବା ସଂସଦମାନଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ନଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସିଥାରମାନଙ୍କୁ ନିର୍ଦେଶ ଦେଇଥିଲେ। ଅର୍ଥମନ୍ତ୍ରୀ ତାଙ୍କ କଥାରେ ଅନୁପସ୍ଥିତ ଥିବା ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇନଥିଲେ।

ବିଭିନ୍ନ ଦଳର ଫ୍ଲୋର ଲିଡରମାନଙ୍କ ସହ କଥା ହୋଇ ସେ ଗୃହରେ ସଭ୍ୟମାନଙ୍କ ଉପସ୍ଥିତି ନିଶ୍ଚିତ କରିବାର ବ୍ୟବସ୍ଥା କରିବେ ବୋଲି ଗୃହରେ ଘୋଷଣା କରିଥିଲେ।

 

Leave a Reply

Your email address will not be published. Required fields are marked *

Trending

Exit mobile version