Connect with us

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ଗାବ୍ରେଲ ଗାର୍ସିଆ ମାରକୁଏଜଙ୍କ ଅବୈଧ କନ୍ୟାଙ୍କୁ ସାମ୍ବାଦିକମାନେ ଆବିଷ୍କାର କରିଛନ୍ତି।

ମାରକୁଏଜ ଏବଂ ଲେଖକ ସାମ୍ବାଦିକ ଶୁସାନା କାଟୋଙ୍କ ନିଷିଦ୍ଧ ପ୍ରଣୟର ସନ୍ତକ ଇନ୍ଦିରାଙ୍କୁ ମେକ୍ସିକୋର ସମ୍ବାଦପତ୍ର ଏଲ ୟୁନିଭରସାଲ ଅବିଷ୍କାର କରିଛି।

କୁହାଯାଉଛି ଯେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମରେ ଏହି କନ୍ୟାର ନାମ ଇନ୍ଦିରା ରଖାଯାଇଛି। ପ୍ରକାଶ ଥାଉକି ଇନ୍ଦିରା ଗାନ୍ଧୀ ପ୍ରଥମେ ମାରକୁଏଜଙ୍କୁ ନୋବେଲ ପୁରସ୍କାର ପାଇଁ ଶୁଭେଚ୍ଛା ଜଣାଇଥିଲେ।

ମାରକୁଏଜ ଓ ଶୁସାନା ନବେ ଦଶକରେ ଏକାଠି ସିନେମା ପାଇଁ ପଟକଥା ଲେଖିଲା ବେଳେ ପ୍ରମେରେ ପଡ଼ିଥିଲେ। ସେମାନେ ସେମାନଙ୍କର ଏହି ଅବୈଧ ପ୍ରଣୟରୁ ଜାତ ଏହି କନ୍ୟାର ପରିଚୟ ଅତ୍ୟନ୍ତ ଗୋପନ ରଖିଥିଲେ।

ତିରିଶ ବର୍ଷ ବୟସ୍କା ଇନ୍ଦିରା ତାଙ୍କ ମା’ଙ୍କ ନାମରେ ଇନ୍ଦିରା କାଟୋ ନାମରେ ପରିଚିତ ଥିଲେ। ସେ ବର୍ତମାନ ଜଣେ ପ୍ରାମାଣିକ ଚଳଚିତ୍ର ନିର୍ମାତା। ମେକ୍ସିକୋ ଦେଇ ପ୍ରବେଶ କରୁଥିବା ପଳାୟନକାରୀ ନାଗରିକ ଉପରେ ଆଧାରିତ ତାଙ୍କର ୨୦୧୪ର ପ୍ରାମାଣିକ ଚଳଚିତ୍ରକୁ ଅନେକ ପୁରସ୍କାର ମିଳିଛି।

ମାରକୁଇଜ ୧୯୧୪ରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ପତ୍ନୀ ମର୍ସଡିସ ବାର୍ଚ୍ଚାଙ୍କ ତରଫରୁ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ପୁରୀରେ ଗ୍ଲୋବାଲ ଏନରର୍ଜୀ ଲିଡରସ ସମ୍ମିଟ 2025 କୁ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର : ପୁରୀଠାରେ ଆୟୋଜିତ Global Energy Leaders’ Summit 2025 (GELS 2025)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍‍ଘାଟନ କରିଛନ୍ତି। ଉକ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ ଚେନକୁ ଓଡ଼ିଶା ନିଜର ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛି ଯାହାଫଳରେ ୨୦୩୬ ସୁଦ୍ଧା ଜୀବାଶ୍ମ ଇନ୍ଧନ (Fossil Fuel) ଶକ୍ତି ଉତ୍ପାଦନ ଓ ବ୍ୟବହାର ବ୍ୟୟ କମାଇ, ଆମ ରାଜ୍ୟ ଗ୍ରୀନ୍‌ ଏନର୍ଜି ରାଜ୍ୟ ଭାବେ ଉଭା ହେବ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଗ୍ରାମୀଣ ଜନସାଧାରଣଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶକ୍ତି କ୍ଷେତ୍ରରେ ଓଡିଶା ନିଜର ଭବିଷ୍ୟତ ପିଢ଼ି ଉପରେ ବିନିଯୋଗ କରୁଛି କାରଣ ବିଦ୍ୟୁତ୍ ଏକ ସର୍ବୋଚ୍ଚ ପ୍ରାଥମିକତା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି, ଯାହା ସଦା ସର୍ବଦା ଆମକୁ ଆତ୍ମନିର୍ଭର କରିବା ଦିଗରେ ସହାୟତା କରିବ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଓଡିଶା ପରି, ପ୍ରତ୍ୟେକ ରାଜ୍ୟର ନିଜସ୍ୱ ଶକ୍ତି ଉତ୍ପାଦନ ତଥା ସଂରକ୍ଷଣକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି। GELS 2025 ହେଉଛି କେନ୍ଦ୍ର, ରାଜ୍ୟ, ଶିଳ୍ପ, ଗବେଷକ, ଅନୁଷ୍ଠାନ ଏବଂ ବିଶ୍ୱର ଶକ୍ତି ବିଶେଷଜ୍ଞ ମାନଙ୍କୁ ଏକତ୍ରିତ କରି ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ଓ ସ୍ଥାୟୀତ୍ୱ ହାସଲ କରିବା ପାଇଁ ଏକ ଅଭିନବ ପ୍ରୟାସ। ଏହା ହେଉଛି ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏକ ସ୍ପଷ୍ଟ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମ ସର୍ବଭାରତୀୟ ପଦକ୍ଷେପ।

ମୁଖ୍ୟମନ୍ତ୍ରୀ କହିଲେ ଯେ, 2014 ପୂର୍ବରୁ, ସାରା ଦେଶରେ ଘରୋଇ ଗ୍ରାହକ ଏବଂ ଶିଳ୍ପକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ଏକ ଚ୍ୟାଲେଞ୍ଜ ଥିଲା। ଘରୋଇ ଚାହିଦା ପୂରଣ କରିବା ପାଇଁ ବିଦ୍ୟୁତ୍ ଉତ୍ପାଦନ ଯଥେଷ୍ଟ ନଥିଲା। ଗ୍ରାମାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ବିଭ୍ରାଟ ସାଧାରଣ ଘଟଣା ଥିଲା । ବିଦ୍ୟୁତ୍ ଉତ୍ପାଦନରେ ହ୍ରାସ ଦେଶର ଶିଳ୍ପ ଏବଂ ବାଣିଜ୍ୟକୁ ମଧ୍ୟ ପ୍ରଭାବିତ କରୁଥିଲା। କିନ୍ତୁ, ଗତ ଦଶନ୍ଧିରେ ଏସବୁରେ ଉନ୍ନତି ଆସିଛି ଏବଂ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ଶକ୍ତି ମନ୍ତ୍ରଣାଳୟର ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଦ୍ୱାରା ଏହା ସମ୍ଭବ ହୋଇଛି। ବର୍ଦ୍ଧିତ ଚାହିଦା, ଭିତ୍ତିଭୂମି ବିକାଶ ଏବଂ ପାରମ୍ପରିକ ଏବଂ ନବୀକରଣୀୟ ଶକ୍ତି ଉତ୍ସ ପାଇଁ ଦୃଢ଼ ନୀତିଗତ ସମର୍ଥନ ଦ୍ୱାରା ଭାରତର ଶକ୍ତି କ୍ଷେତ୍ର ଗତ ୧୧ ବର୍ଷରେ ଦ୍ରୁତ ଅଭିବୃଦ୍ଧି ହାସଲ କରିପାରିଛି।

ଯେକୌଣସି ଦେଶ, ରାଜ୍ୟ କିମ୍ବା ସମାଜର ନିରନ୍ତର ବିକାଶ ପାଇଁ ପର୍ଯ୍ୟାପ୍ତ ଶକ୍ତି ଆବଶ୍ୟକ। ବିଦ୍ୟୁତ୍ ଉତ୍ପାଦ ସହିତ, ବିଦ୍ୟୁତ୍ ଆବଣ୍ଟନ ପାଇଁ ଭିତ୍ତିଭୂମି ଗଠନ ମଧ୍ୟ ଆବଶ୍ୟକ। ବର୍ତ୍ତମାନ, ତାପଜ ଉତ୍ସରୁ ଭାରତର ବିଦ୍ୟୁତ୍ ଉତ୍ପାଦନ ମାତ୍ର ୫୧ ପ୍ରତିଶତ, ଯାହା ଆଗାମୀ କିଛି ଦିନ ମଧ୍ୟରେ ଆହୁରି ହ୍ରାସ ପାଇବ। ଏହି ପରିପ୍ରେକ୍ଷୀରେ, ଓଡ଼ିଶା ସ୍ଥାୟୀ ଭାବରେ ଆଗକୁ ବଢ଼ିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଆମ ସରକାର ୨୦୭୦ ସୁଦ୍ଧା ନେଟ୍ ଜିରୋ କାର୍ବନ ଏମିସନ ହାସଲ କରିବା ପାଇଁ ଏକ ଦୀର୍ଘକାଳୀନ ଲକ୍ଷ୍ୟ ଧାର୍ଯ୍ୟ କରିଛି ଏବଂ ଏହି ଦାୟିତ୍ବକୁ ହାସଲ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଓଡିଶାର ଶିଳ୍ପ ନୀତିରେ ଶକ୍ତି ଉତ୍ପାଦନକୁ ଅଧିକ ଗୁରୁତ୍ବ ଦିଆଯାଇଛି। ବିଶେଷକରି ନବୀକରଣୀୟ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଇ ଏହାକୁ ଏକ ଘରୋଇ ଶିଳ୍ପ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ନବୀକରଣୀୟ ଶକ୍ତିରେ ଓଡ଼ିଶାର ପ୍ରଗତି ନିମନ୍ତେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ରାଜ୍ୟ ପାଇଁ ଦେଢ଼ ଲକ୍ଷ ସୂର୍ଯ୍ୟ ଘର ଅନୁମୋଦନ ଘୋଷଣା କରିଥିଲେ । ଯାହାଫଳରେ ରାଜ୍ୟର ସାତ ଆଠ ଲକ୍ଷ ଲୋକ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତର ସୌରଶକ୍ତି କ୍ଷମତା ୨୦୧୪ରେ ୨.୮ ଗିଗାୱାଟରୁ ବର୍ତ୍ତମାନ ୧୩୦ ଗିଗାୱାଟକୁ ବୃଦ୍ଧି ପାଇଛି। ସେ ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ସୁଦୃଢ଼ କରିବାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

ଏହି ଅବସରରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍ ଟୋନି ବ୍ଲେୟାର ଭିଡିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ସମାରୋହକୁ ସମ୍ବୋଧିତ କରି ଓଡ଼ିଶାକୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଯେତେବେଳେ ଗୋଟିଏ ସରକାର କାର୍ଯ୍ୟ କରେ ସେତେବେଳେ ଶକ୍ତି ପରିବର୍ତ୍ତନ ସଫଳ ହୁଏ ନାହିଁ, କିନ୍ତୁ ଯେତେବେଳେ ସମୟ ସହିତ ଅନେକ ସରକାର ସମାନ ଦିଗରେ କାର୍ଯ୍ୟ କରନ୍ତି ସେତେବେଳେ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଉଦ୍ୟମ ସଫଳ ହୁଏ। ଏହା ହିଁ Global Energy Leaders’ Summitର ଉଦ୍ଦେଶ୍ୟ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସ୍ଵାଗତ ଭାଷଣ ଦେଇ କହିଥିଲେ ଯେ, କୋଣାର୍କ ସୂର୍ଯ୍ୟ ମନ୍ଦିର ଆମକୁ ମନେ ପକାଇ ଦିଏ ଯେ ଶକ୍ତି ସହିତ ଭାରତର ସମ୍ପର୍କ ଶତାବ୍ଦୀ ଧରି ଆମ ସଭ୍ୟତାର ଏକ ଅଂଶ ହୋଇଆସିଛି । ୨୦୩୦ ସୁଦ୍ଧା, ଆମେ ଶିଳ୍ପ ଏବଂ କୃଷିରେ ନବୀକରଣୀୟ ଶକ୍ତି ବ୍ୟବହାର କରି ବ୍ୟାପକ ପରିବର୍ତ୍ତନ ପାଇଁ ଲକ୍ଷ୍ୟ ରଖିଛୁ । ୨୦୩୬ ସୁଦ୍ଧା, ଯେତେବେଳେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ, ଆମେ ସ୍ୱଚ୍ଛ ଶକ୍ତି, ଉତ୍ପାଦନ ଏବଂ ସବୁଜ ହାଇଡ୍ରୋଜେନର ଅଗ୍ରଣୀ କେନ୍ଦ୍ର ହେବାକୁ ଉଦ୍ୟମ ଆରମ୍ଭ କରିଛୁ ବୋଲି ସେ କହିଥିଲେ।

ଏହି ଅବସରରେ ଦିଲ୍ଲୀର ଶକ୍ତି ମନ୍ତ୍ରୀ ଶ୍ରୀ ଆଶିଷ ସୁଦ, ରାଜସ୍ଥାନର ଶକ୍ତି ମନ୍ତ୍ରୀ ଶ୍ରୀ ହୀରା ଲାଲ ନାଗର, ମୁଖ୍ୟ ଶାସନ ସଚିବ, ଶ୍ରୀ ମନୋଜ ଆହୁଜା, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜର ବରିଷ୍ଠ ଶକ୍ତି ପରାମର୍ଶଦାତା ଶ୍ରୀ ପିଅରେ ନୋଏଲ, IIT କାନପୁରର ସେଣ୍ଟର ଫର ଏନର୍ଜି ରେଗୁଲେସନ୍ ଆଣ୍ଡ ଏନର୍ଜି ଆନାଲିଟିକ୍ସ ଲ୍ୟାବର ମୁଖ୍ୟ ପ୍ରଫେସର ଅନୁପ ସିଂହ ପ୍ରମୁଖ ମଞ୍ଚାସୀନ ଥିଲେ।

Continue Reading

World

ଓଡିଶା ମୁଖ୍ୟମନ୍ତ୍ରୀ ବଖାଣିଲେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ସଫଳତା

Published

on

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ରାଜ୍ୟ ଗସ୍ତର ସଫଳତା ଗଣମାଧ୍ୟମ ଆଗରେ ବଖାଣିଛନ୍ତି ।

ସେ କହିଛନ୍ତି, ‘ମୋ ପାଇଁ ବ୍ୟକ୍ତିଗତ ଭାବରେ, ଏବଂ ଆମ ଓଡିଶା ପାଇଁ ମାନ୍ୟବର ରାଷ୍ଟ୍ରପତି, ସିଙ୍ଗାପୁରଙ୍କ ଏହି ଦୁଇ ଦିନିଆ ଓଡିଶା ଗସ୍ତ ଅତ୍ୟନ୍ତ ସମ୍ମାନର ବିଷୟ । ଏହି ଗସ୍ତର ପ୍ରଭାବ ଅତ୍ୟନ୍ତ ସୁଦୁରପ୍ରସାରୀ ହେବ’।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ‘ଆମେ ରାଜ୍ୟର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ନିବେଶ କରିବା ସହିତ ଦେଶ ଓ ସାରା ବିଶ୍ୱର ପ୍ରମୁଖ ନିବେଶକମାନଙ୍କୁ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ନିମନ୍ତ୍ରଣ କରୁଛୁ ।

ସେହି ପରିପ୍ରେକ୍ଷୀରେ ମୁଁ ଆମ ଟିମ୍ ଓଡିଶାର ନେତୃତ୍ୱ ନେଇ ଦିଲ୍ଲୀ ଓ ମୁମ୍ବାଇରେ ରୋଡ୍ ସୋ କରିବା ସହ ସିଙ୍ଗାପୁର ମଧ୍ୟ ଗସ୍ତ କରିଥିଲି ।

ସିଙ୍ଗାପୁରରେ ବିଭିନ୍ନ ଅଗ୍ରଣୀ ଶିଳ୍ପ ସଂସ୍ଥା ପରିଦର୍ଶନ କରିବା ସହ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲି । ସିଙ୍ଗାପୁର ସରକାରଙ୍କ ବିଭିନ୍ନ ମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିବା ସହିତ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲି ।

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆମ ସରକାର, ସିଙ୍ଗାପୁର ସହିତ ୮ଟି ଗୁରୁତ୍ୱପୂର୍ଣ୍ଣ MoU କରିଛନ୍ତି । ଏହି ୮ଟି MoU ଦ୍ୱାରା ଆମେ ଓଡିଶା ପାଇଁ ୮ଟି Clear-cut Outcome ର ଲକ୍ଷ୍ୟ ରଖିଛୁ । ଏଗୁଡିକ କାର୍ଯ୍ୟକାରୀ ହେବା ପରେ ସମ୍ପୃକ୍ତ କ୍ଷେତ୍ର ଗୁଡିକରେ ଆମ ରାଜ୍ୟ ଓଡିଶା ବିଶ୍ୱର ଅଗ୍ରଣୀ ଦେଶ ମାନଙ୍କ ସହିତ ସମକକ୍ଷ ହୋଇପାରିବ ।

ଇଡ୍‌କୋ ସହ ସିଙ୍ଗାପୁରର ସେମ୍ବକର୍ପ(Sembcorp)ର MoU ଜରିଆରେ ଓଡିଶାରେ ବିଶ୍ୱ ସ୍ତରୀୟ Multi-Product Industrial Park ପ୍ରତିଷ୍ଠା କରାଯିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଏହି ପାର୍କ ଗୁଡିକରେ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯିବା ସହିତ ଏହି ପ୍ରୋଜେକ୍ଟ ଗୁଡିକ ଯେପରି Sustainable ହେବ, ସେଥିପ୍ରତିମଧ୍ୟ ସଦାସର୍ବଦାଦୃଷ୍ଟି ଦିଆଯିବ ।

ଇପିକଲ୍ ସହିତ ମଧ୍ୟ ସେମ୍ବକର୍ପର ଏକ MoU ହୋଇଛି । ଏଥିରେ ପାରାଦୀପରେ ଏକ ଗ୍ରୀନ ସିପିଙ୍ଗ୍ କରିଡର୍ ଓ ଏକ ଗ୍ରୀନ ହାଇଡ୍ରୋଜେନ୍ ପ୍ଲାଣ୍ଟ ସ୍ଥାପନ କରାଯିବ । ଏହା ଦ୍ୱାରା ଭାରତର ଗ୍ରୀନ ଏନର୍ଜି କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରିପାରିବ ।

ଇପିକଲ୍ ଓ ସିଙ୍ଗାପୁରର ସୁରବନ୍ ଜୁରଙ୍ଗ୍ ମଧ୍ୟରେ ହୋଇଥିବା MoU ଅନୁଯାୟୀ ପାରାଦୀପ PCPIR ଅଞ୍ଚଳର ବିକାଶ ପାଇଁ ଏକ ବିସ୍ତୃତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ । ଏଥିରେ ମୁଖ୍ୟତଃ Sustainability, Renewable Energy ଓ Value Added Manufacturing ଉପରେ ଫୋକସ୍ ରହିବ ।

ବି.ଡି.ଏ ଓ ସୁରବନ୍ ଜୁରଙ୍ଗ୍ ସହିତ ଯେଉଁ MoU ହୋଇଛି, ସେଥିରେ ଭୁବନେଶ୍ୱର ନିକଟରେ ଏକ ଅତ୍ୟାଧୁନିକ ସହରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ।

ଅତ୍ୟାଧୁନିକ ସହରାଞ୍ଚଳ ଯୋଜନା ପ୍ରସ୍ତୁତ କରିବାରେ ସୁରବନ୍ ଜୁରଙ୍ଗ୍ ର ଦକ୍ଷତା ଓ ଅଭିଜ୍ଞତା ଆମକୁ ନିଶ୍ଚୟ ସହାୟକ ହେବ ।

ଆମ ସରକାରଙ୍କ ଶକ୍ତି ବିଭାଗ, Bhubaneswar IIT ଓ ସିଙ୍ଗାପୁର ର ନାନ୍ୟାଙ୍ଗ୍ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ମଧ୍ୟରେ ଏକ ତ୍ରି-ପାକ୍ଷିକ MoU କରାଯାଇଛି । ଏହାଦ୍ୱାରା ଭବିଷ୍ୟତରେ ଆମର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଗ୍ରୀନ ହାଇଡ୍ରୋଜେନ୍ ଓ ସୋଲାର୍ ଏନର୍ଜି ପରି ବିଭିନ୍ନ ବିକଳ୍ପ ସମାଧାନର ସୂତ୍ର ବାହାର କରାଯିବ ।
ଓଡିଶା ଇଲେକ୍ଟ୍ରୋନିକ୍‍ସ ଓ ଆଇ.ଟି ବିଭାଗ ସହିତ ସିଙ୍ଗାପୁରର ଗ୍ଲୋବାଲ ଫାଇନାନ୍‍ସ ଓ ଟେକ୍ନୋଲୋଜି ନେଟ୍‍ୱାର୍କ୍ ଏବଂ GFTN ସହିତ ଯେଉଁ MoU ହୋଇଛି, ସେଥିରୁ ଆମେ ଫାଇନାନ୍‍ସିଆଲ୍ ଟେକ୍ନୋଲୋଜି ଇକୋସିଷ୍ଟମର ବିକାଶ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଏହା ଦ୍ୱାରା ଫିନ୍‌ଟେକ୍ କ୍ଷେତ୍ରରେ ଅଧିକ ନିବେଶ ଆସିବ ଓ ଇନୋଭେସନ୍ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବ ।

Skilling କ୍ଷେତ୍ରରେ ଆମେ ଯଥେଷ୍ଟ ଅଗ୍ରଗତି କରିଛୁ । କିନ୍ତୁ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଶାରେ ଏକ ବିଶ୍ୱସ୍ତରୀୟ Skilled Workforce ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ ।

ଏଥିପାଇଁ ଦୁଇଟି MoU ହୋଇଛି । ଆମର Skill Development ଓ Technical Education Department, ସିଙ୍ଗାପୁରର ITEES ସହିତ ଗୋଟିଏ MoU କରିଛି । ନାନ୍ୟାଙ୍ଗ୍ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ସହିତ IIT Bhubaneswar ଏବଂ ଶକ୍ତି ବିଭାଗ ମଧ୍ୟ ଆଉ ଗୋଟିଏ MoU କରିଛନ୍ତି । ଏହା ଦ୍ୱାରା I.T, I.T.E.S, Semiconductor ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ଆମ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ ।

ଆଧୁନିକ ସହରାଞ୍ଚଳ ଯୋଜନା ଠାରୁ ଆରମ୍ଭ କରି ନୂତନ ସହର ପ୍ରତିଷ୍ଠା, ପେଟ୍ରୋଲିୟମ, କେମିକାଲ୍‍ସ, ଗ୍ରୀନ ଏନର୍ଜି ଓ ଦକ୍ଷତା ବିକାଶ ପରି ଆଧୁନିକ କ୍ଷେତ୍ରର ବିକାଶ ପାଇଁ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସବୁ ଦୃଷ୍ଟିରୁ ଏକ ଐତିହାସିକ ଘଟଣା । ବିକାଶର ଭିଜନ୍ କୁ ବାସ୍ତବତାରେ ପରିଣତ କରିବା ଦିଗରେ ଆମ ଓଡିଶା ପାଇଁ ଏହା ଏକ Milestone ସାବ୍ୟସ୍ତ ହୋଇଛି । ଏହା ଦ୍ୱାରା 2036 ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ପୂରଣ ଦିଗରେ ଏକ ସୁଦୃଢ ଭିତ୍ତି ପଡିପାରିଛି।

Continue Reading

World

ବାହରିନରେ ରଥଯାତ୍ରା

Published

on

*

ବାହରିନ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ସଗାୟା ଠାରେ ଅବସ୍ଥାପିତ ଇସ୍କନ ମନ୍ଦିର ଓ ବାହରିନ ଓଡ଼ିଆ ସମାଜ ମିଳିତ ଆନୁକୂଲ୍ୟରେ ମହାପ୍ରଭୁଙ୍କ ରଥଯାତ୍ରା ବିଧି ପାଳନ ପୂର୍ବକ ଅନୁଷ୍ଠିତ ହୋଇ ଯାଇଛି ।

କୋଭିଡ ସୁରକ୍ଷା ସହିତ ଟୀକାକରଣ ହୋଇଥିବା ଦଶ ଦଶ ଜଣ ଭକ୍ତଙ୍କ ଦ୍ୱାରା ପାଳି ପୂର୍ବକ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଇସ୍କନ ମନ୍ଦିର ଅଧ୍ୟକ୍ଷ ବର୍ଦ୍ଧରାଜନ ପ୍ରଭୁ, ଓଡ଼ିଆ ସମାଜ ବାହରିନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ, ଅନ୍ୟ ଗଣ୍ୟମାନ୍ୟବ୍ୟକ୍ତି, ଓଡ଼ିଆ ସମାଜର ସଭ୍ୟ, ଇସ୍କନର କର୍ମକର୍ତ୍ତା କୋଭିଡ ସୁରକ୍ଷା ସହିତ ଦଶ ଜଣ ଲେଖାଏଁ ଏହି ଉତ୍ସବରେ ସାମିଲ ହୋଇଥିଲେ ।

ପୁରୀ ଶ୍ରୀକ୍ଷେତ୍ର ସମୟ ଓ ନୀତିକାନ୍ତିକୁ ଅନୁସରଣ କରି ଏହି ରଥଯାତ୍ରା ପାଳନ ହୋଇଥିବାରୁ ଓଡ଼ିଆ ସମାଜ ବାହରିନ ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ ପ୍ରହରାଜ ଖୁସି ବ୍ୟକ୍ତ କରିବା ସହିତ ବାହରିନ ସରକାର, ଓଡ଼ିଆ ସମାଜ ସଭ୍ୟ ଓ ଇସ୍କନ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ପ୍ରକାଶ ଥାଉକି ଏହି ପବିତ୍ର ଅବସରରେ ରଥଯାତ୍ରା ଭଜନ ସନ୍ଧ୍ୟା ୱେବ ମାଧ୍ୟମରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions